ଶୀଘ୍ର ଉଠନ୍ତୁ – ସୁସ୍ଥ ରହନ୍ତୁ

0

ଆମ ଗାଁ ଗହଳିରେ ଏବେ ମଧ୍ୟ ପାହାନ୍ତାରୁ ଉଠି ଦିନଚର୍ଯ୍ୟା ଲୋକେ ଶେଷ କରୁଥିବାର ଦେଖାଯାଏ। ହେଲେ ସହରୀ ଜୀବନଶୈଳୀରେ ଏସବୁ ସମ୍ଭବପର ନୁହେଁ ବୋଲି ଅଧିକାଂଶଙ୍କ ଯୁକ୍ତି। ଆମେରିକୀୟ ବିଶେଷଜ୍ଞ ଦଳ ୯ ବର୍ଷ ଅନୁଧ୍ୟାନ କରିବା ପରେ ପ୍ରକାଶ କରିଛନ୍ତି ଯେ ଶୀଘ୍ର ଶୋଇବା ଦ୍ବାରା ପାହାନ୍ତାରୁ ନିଦ ଭାଙ୍ଗିଥାଏ। ତାହା ସ୍ବାସ୍ଥ୍ୟ ପାଇଁ ଏକ ଉତ୍ତମ ଲକ୍ଷଣ ବୋଲି ବିଶେଷଜ୍ଞଙ୍କ ମତ। ତେବେ ଶୀଘ୍ର ବିଛଣାକୁ ଯିବା ନିମନ୍ତେ ଘରର ଜଣେ ନୁହେଁ, ବରଂ ପ୍ରତ୍ୟେକ ସଦସ୍ୟ ସଚେତନ ହେବା ଆବଶ୍ୟକ। ସାଢ଼େ ୧୦ଟା ସୁଦ୍ଧା ଶୋଇଲେ ଶରୀରକୁ ମଧ୍ୟ ବିଶ୍ରାମ ମିଳେ। ଏହା ଦ୍ବାରା ଖାଦ୍ୟ ଭଲଭାବେ ହଜମ ହେବା ସହ ସୁନିଦ୍ରା ହୋଇଥାଏ। ୫୫% ଲୋକେ ୧୦-୧୦.୩୦ ମଧ୍ୟରେ ଶୋଇବା ପରେ ସକାଳ ୬.୩୦ ସୁଦ୍ଧା ସେମାନଙ୍କ ନିଦ ଭାଙ୍ଗିବାର ଦେଖାଯାଇଥିଲା। ସକାଳୁ ଉଠିବା ପରେ ପ୍ରତ୍ୟେକ ବର୍ଗର ବ୍ୟକ୍ତିଙ୍କୁ ଦିନମାନ ଅଧିକ ସମୟ ମିଳିଥାଏ। ଏହା ସହ ଏହି ସମୟରେ ଯୋଗ, ପ୍ରାଣାୟାମ କରାଯିବା ନିମନ୍ତେ ପ୍ରକୃଷ୍ଟ। ଗବେଷଣାରୁ ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ ଶୀଘ୍ର ଉଠୁଥିବା ଲୋକେ ଅପେକ୍ଷାକୃତ କମ୍ ଅବସାଦଗ୍ରସ୍ତ ହୋଇଥାନ୍ତି।

kalyan agarbati
Leave A Reply