ଭୟଙ୍କର ତୁଷାର ଝଡ : ବିମାନ ଉଡାଣ ବାତିଲ୍
ୱାଶିଂଟନ: ପ୍ରବଳ ଶୀତ ଜନିତ ତୁଷାରପାତ ଓ ବରଫ ଝଡ଼ ଯୋଗୁଁ ଆମେରିକାର ବିଭିନ୍ନ ପ୍ରଦେଶରେ ୩ ହଜାରରୁ ଅଧିକ ବିମାନର ଉଡାଣ ବାତିଲ ହୋଇଛି। ସାଉଥ୍ ଓ୍ବେଷ୍ଟ ଏୟାରଲାଇନ୍ସର ୨୬୪ ଏବଂ ଆମେରିକାନ ଏୟାରଲାଇନ୍ସର ୧୭୬ ବିମାନର ଉଡାଣ ରଦ୍ଦ ହୋଇଛି। ଫେଡେରେସନ ଅଫ ଆଭିଏସନ ଆଡମିନଷ୍ଟ୍ରେସନ ର କହିବା ଅନୁଯାୟୀ ସୋମବାର ପ୍ରବଳ ତୁଷାରପାତ ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆମେରିକା ଉତ୍ତର-ପୂର୍ବାଞ୍ଚଳ ଓ ମଧ୍ୟ ଆଟଲାଣ୍ଟିକ୍ ଅଞ୍ଚଳରେ ଶୀତ ଲହରି ଲାଗି ରହିବା ନେଇ ଏଫଏଏ ପୂର୍ବାନୁମାନ କରିଥିଲା। ସେପଟେ ତୁଷାର ଝଡ ଯୋଗୁଁ ୭ ରାଜ୍ୟ ଯଥା କେଣ୍ଟକି, ଭର୍ଜିନିଆ, ଓ୍ବେଷ୍ଟ ଭର୍ଜିନିଆ, କନ୍ସାସ୍ , ଅର୍କାନସାସ୍ , ମିସୋରୀ ଆଦି କେତେକ ସ୍ଥାନରେ ଜରୁରିକାଳୀନ ସ୍ଥିତି ଲାଗୁ ହୋଇଛି। କନ୍ସାସ୍ ଏବଂ ମିସୋରି ପାଇଁ ସ୍ଵତନ୍ତ୍ର ଚେତାବନୀ ଜାରି କରାଯାଇଛି। ଏଠାରେ ଘଣ୍ଟା ପ୍ରତି ୭୨ କିମି ବେଗରେ ଥଣ୍ଡା ପବନ ବହୁଥିବା ସୂଚନା ମିଳିଛି।
Comments are closed.