www.samajalive.in
Sunday, December 7, 2025
26.1 C
Bhubaneswar

ନୂଆବର୍ଷରେ ଭାରତୀୟ ଫୁଟ୍‌ବଲ ଦଳର ନୂଆ ଜର୍ସି

ନୂଆଦିଲ୍ଲୀ : ୨୦୧୯ରୁ ଭାରତୀୟ ପୁରୁଷ ଫୁଟ୍‌ବଲ ଦଳ ନୂଆ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବ। ନୂଆବର୍ଷରେ ଭାରତୀୟ ଫୁଟ୍‌ବଲ ଦଳର ପ୍ରଥମ ଟୁର୍ଣ୍ଣାମେଣ୍ଟ ହେଉଛି ଏଏଫ୍‌ସି ଏସିଆନ୍ କପ୍। ଏହି ଟୁର୍ଣ୍ଣାମେଣ୍ଟ ୟୁଏଇରେ ଜାନୁୟାରୀ ୫ରୁ ଫେବୃୟାରୀ ୧ ପର୍ଯ୍ୟନ୍ତ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ନୂତନ ଜର୍ସି ପିନ୍ଧି ଭାରତୀୟ ଦଳ ଖେଳିବ। ବୁଧବାର ନୂଆଦିଲ୍ଲୀରେ ଭାରତୀୟ ଫୁଟ୍‌ବଲ ଦଳର ନୂତନ ଜର୍ସି ଉନ୍ମୋଚନ ହୋଇଯାଇଛି। ଏହି ଉତ୍ସବରେ ଭାରତୀୟ ଦଳର ୭ ଜଣ ଖେଳାଳି ନୂଆ ଜର୍ସି ପିନ୍ଧି ରାମ୍ପ୍‌ରେ ଚାଲିଥିଲେ। ଏହି ୭ ଜଣ ଖେଳାଳି ହେଲେ ଅଧିନାୟକ ସୁନୀଲ ଛେତ୍ରୀ, ଗୋଲ୍‌ରକ୍ଷକ ଗୁରପ୍ରୀତ ସିଂହ ସାନ୍ଧୁ, ସନ୍ଦେଶ ଝିଙ୍ଗାନ୍, ଜେଜେ ଲାଲପେଖ୍‌ଲୁଆ, ରାଓଲିନ୍ ବୋର୍ଜେସ୍, ଶୁଭାଶିଷ ବୋଷ ଓ ପ୍ରୀତମ କୋଟାଲ। ଭାରତୀୟ ଫୁଟ୍‌ବଲ ଦଳର ପୋଷାକ ପ୍ରାୟୋଜକ ହେଉଛି ‘ସିକ୍ସ୫ସିକ୍ସ’। ଏହି କମ୍ପାନୀ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍) ସହ ୫ ବର୍ଷର ଚୁକ୍ତିକରିଛି। କେବଳ ଭାରତୀୟ ସିନିୟର ଦଳ ନୁହେଁ; ଭାରତର ସମସ୍ତ ବର୍ଗର ପୁରୁଷ ଓ ମହିଳା ଦଳର ପୋଷାକ ପ୍ରାୟୋଜକ ହୋଇଛି ‘ସିକ୍ସ୫ସିକ୍ସ’। ପୂର୍ବରୁ ନାଇକି ଭାରତୀୟ ଫୁଟ୍‌ବଲ ଦଳର ପୋଷାକ ପ୍ରାୟୋଜକ ଥିଲା; ଯାହା ସହ ଏଆଇଏଫ୍‌ଏଫ୍‌ର ଚୁକ୍ତି ଗତବର୍ଷ ସରିଯାଇଛି। ଚଳିତ ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍‌ଏଲ୍‌)ରେ କେରଳ ବ୍ଲାଷ୍ଟର୍ସ ଓ ଏଫ୍‌ସି ପୁଣେ ସିଟିର ପ୍ରାୟୋଜକ ହୋଇଛି ‘ସିକ୍ସ୫ସିକ୍ସ’। ନୂଆ ପୋଷାକ​‌େ​‌ର ଭାରତୀୟ ଫୁଟ୍‌ବଲ ଦଳ ନୂଆବର୍ଷରେ ନୂତନ ଦିଗନ୍ତ ହାସଲ କରିବ ବୋଲି ଏଆଇଏଫ୍‌ଏଫ୍‌ର ସଭାପତି ପ୍ରଫୁଲ୍ଲ ପଟେଲ କହିଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories