ଉନ୍ନାବ ଗଣବଳାତ୍କାର ଅଭିଯୁକ୍ତ ତଥା ବିଧାୟକ କୂଳଦ୍ୱୀପଙ୍କୁ ସୀତାପୁର ଜେଲକୁ ସ୍ଥାନାନ୍ତର

0

ଲକ୍ଷ୍ନୌ: ଉନ୍ନାବ ଗଣବଳାତ୍କାର ଅଭିଯୁକ୍ତ ତଥା ବିଜେପି ବିଧାୟକ କୁଳଦ୍ୱୀପ ସିଂହ ସେଗରଙ୍କୁ ସୀତାପୁର ଜେଲକୁ ସ୍ଥାନାନ୍ତର କରାଯାଇଛି। ପୀଡ଼ିତାଙ୍କ ପକ୍ଷରୁ କୂଳଦ୍ୱୀପଙ୍କୁ ଉନ୍ନାବ ଜେଲଠାରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ହାଇ କୋର୍ଟରେ ଆବେଦନ କରାଯାଇ ଥିଲା। ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବଳୟ ମଧ୍ୟରେ ବିଧାୟକଙ୍କୁ ସୀତାପୁର ଜେଲକୁ ସ୍ଥାନାନ୍ତର କରାଯାଇଛି।
ପୀଡ଼ିତା ଉଚ୍ଚ ନ୍ୟାୟାଳୟରେ ବିଧାୟକ କୂଳଦ୍ୱୀପଙ୍କଠାରୁ ତାଙ୍କୁ ଓ ତାଙ୍କ ପରିବାରବର୍ଗଙ୍କୁ ବିପଦ ରହିଥିବା ଦର୍ଶାଇ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଆବେଦନ କରିଥିଲେ। ଏହା ବ୍ୟତୀତ ଉନ୍ନାବ ଜେଲର କେତେକ ଅଧିକାରୀ ବିଧାୟକଙ୍କ ସମ୍ପର୍କୀୟ ହୋଇଥିବାରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ପୀଡ଼ିତା ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ମାମଲାର ଯାଞ୍ଚ କରୁୁଥିବା ସିବିଆଇ ରିମାଣ୍ଡ ଶେଷ ହେବା ପରେ କୂଳଦ୍ୱୀପ ଓ ତାଙ୍କ ସହଯୋଗୀ ଶଶି ସିଂହଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇ ଥିର୍ଲା। ପୀଡ଼ିତାଙ୍କ ପିତାଙ୍କୁ ପିଟିପିଟି ହତ୍ୟା କରିବା ଅଭିଯୋଗରେ ଅତୁଲ ସିଂହ ଓ ଅନ୍ୟ ୫ ଅଭିଯୁକ୍ତ ପୂର୍ବରୁ ଉନ୍ନାବ ଜେଲରେ ରହିଛନ୍ତି।
ସବୁ ଅଭିଯୁକ୍ତଙ୍କୁ ଜେଲର ପୃଥକ ପୃଥକ ସେଲରେ ରଖାଯାଇଛି ବୋଲି ପୁଲିସ ସୂଚନା ଦେଇଛି। ଏହା ସତ୍ତେ୍ୱ ପୀଡ଼ିତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ମାନ୍ୟବର କୋର୍ଟ ବିଧାୟକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିର୍ଦେଶ ଦେଇଥିଲେ।

Leave A Reply