ଇଞ୍ଜିନିୟରିଂ ସିଟ୍‍ ପାଇଁ ମାଓ ନେତା ଖର୍ଚ୍ଚ କରୁଛନ୍ତି ଲକ୍ଷାଧିକ ଟଙ୍କା: ରାଜନାଥ ସିଂହ

0

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ସୋମବାର ଏକ ବିଜ୍ଞପ୍ତିରେ ମାଓ ନେତାଙ୍କ ଖର୍ଚ୍ଚ ସମ୍ପର୍କରେ ସୂଚନା ଦେଇଛନ୍ତି। ଗୋଟିଏ ପଟେ ମାଓବାଦୀ ସଂଗଠନ ମାଓ ଆଦର୍ଶର ଡିଣ୍ଡିମ ପିଟୁଥିବାବେଳେ ମାଓ ନେତା ବୈଶୟିକ କଲେଜରେ ନିଜ ସମ୍ପର୍କୀୟଙ୍କୁ ଭର୍ତ୍ତି କରିବା ପାଇଁ ସଂଗଠନର ଟଙ୍କା ବିପୁଳ ମାତ୍ରାରେ ଖର୍ଚ୍ଚ କରୁଛନ୍ତି। ଏଭଳି ସୂଚନା ମିଳିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଏହାର ତଦନ୍ତ ଆରମ୍ଭ କରିଛନ୍ତି। ବିହାର-ଝଡ଼ଖଣ୍ଡ ସିପିଆଇ(ଏମ୍‍) ସ୍ପେସାଲ କମିଟି ନେତା ପ୍ରଦ୍ୟୁମ୍ନ ଶର୍ମା ଏକ ଘରୋଇ ବୈଶୟିକ କଲେଜର ଆସନ ପାଇଁ ୨୨ଲକ୍ଷ ଟଙ୍କା ପୈଠ କରିଥିବା ପ୍ରମାଣିତ ହୋଇଛି। ଏହି ଟଙ୍କା ସେ ତାଙ୍କ ଭଣଜାକୁ ଭର୍ତ୍ତି କରିବା ପାଇଁ ଉକ୍ତ ବୈଶୟିକ କଲେଜକୁ ପ୍ରଦାନ କରିଥିଲେ। ସେହିପରି ବରିଷ୍ଠ ସିପିଆଇ(ଏମ) ନେତା ସନ୍ଦୀପ ଯାଦବ ନୋଟ ବନ୍ଦୀ ସମୟରେ ୧୫ଲକ୍ଷ ଟଙ୍କାର ନେଣଦେଣ କରିଥିବା ପ୍ରମାଣିତ ହୋଇଛି। ସେହିପରି ମାଓ ନେତା ଅରବିନ୍ଦ ଯାଦବ ନିଜ ଭାଇକୁ ଭର୍ତ୍ତି କରିବା ପାଇଁ ୧୨ଲକ୍ଷ ଟଙ୍କା ବୈଶୟିକ କଲେଜକୁ ପ୍ରଦାନ କରିଥିବା ଜଣାପଡ଼ିଛି।
ଗୃହ ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ଖୋଳତାଳରେ ମାଓ ସଂଗଠନ ନିଜ ଶକ୍ତି ବୃଦ୍ଧି ନିମନ୍ତେ ଯେଉଁ ଅର୍ଥ ସଂଗ୍ରହ କରୁଛି ତାହାର ବଡ଼ ଅଂଶ ମାଓ ନେତା ସେମାନଙ୍କ ନିଜ ଆବଶ୍ୟକତା ପାଇଁ ବ୍ୟବହାର କରୁଥିବା ଜଣାପଡ଼ିଛି।ଗୋଟିଏ ପଟେ ମାଓବାଦୀ ଜଙ୍ଗଲରେ ନିଜ ବିଚାରଧାରାକୁ ପ୍ରମାଣିତ କରିବାକୁ ଜୀବନ ସହ ସଂଗ୍ରାମ କରୁଥିବାବେଳେ ସେମାନଙ୍କ ନେତା ଏଭଳି ଭାବରେ ସଂଗଠନର ଅର୍ଥକୁ ଖର୍ଚ୍ଚ କରିବାରେ ଲାଗିଛନ୍ତି।
ଏହି ମାମଲା ଲୋକଲୋଚନାକୁ ଆସିବା ପରେ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଉପରୋକ୍ତ ମାଓ ନେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଇଡିକୁ ମାମଲାର ତଦନ୍ତରେ ଅଦ୍ୟାବଧି ୧.୫କୋଟି ୩୨ଏକର ଜମି ଓ ୨.୪୫କୋଟି ନଗଦ ଜବତ ମଧ୍ୟ କରିଛି। ଏହା ମଧ୍ୟରୁ ୧କୋଟି ଟଙ୍କା କେବଳ ନୋଟ ବନ୍ଦୀ ସମୟରେ ସିଜ କରାଯାଇ ଥିଲା।

Leave A Reply