www.samajalive.in
Monday, December 8, 2025
14.1 C
Bhubaneswar

ଆତଙ୍କବାଦୀମାନେ ଏ ମାଟିର ସନ୍ତାନ: ମେହବୁବା

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ସ୍ଥାନୀୟ ଆତଙ୍କବାଦୀଙ୍କ ପ୍ରତି ସହାନୁଭୂତି ଦେଖାଇଛନ୍ତି ପିପୁଲ୍ସ ଡମୋକ୍ରାଟିକ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି। ମଙ୍ଗଳବାର ମେହବୁବା ସାମ୍ବାଦିକଙ୍କୁ କହିଛନ୍ତି ଯେ ଆତଙ୍କବାଦୀମାନେ ହେଉଛନ୍ତି ଏହି ମାଟିର ସନ୍ତାନ। ସେମାନଙ୍କୁ ସୁରକ୍ଷା ଦେବା ଲାଗି ଉଦ୍ୟମ ହେବା ଦରକାର। ଏମାନଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ଲାଗି କେନ୍ଦ୍ର ସରକାର ଶାନ୍ତି କଥାବାର୍ତ୍ତା କରିବା ଦରକାର। ସେ କହିଛନ୍ତି ଯେ ଆତଙ୍କବାଦ ପ୍ରବଣ ଜାମ୍ମୁ-କାଶ୍ମୀରରେ ସରକାର ‘ବନ୍ଧୁକର ସଂସ୍କୃତି’କୁ ଛାଡି ଶାନ୍ତିର ମାର୍ଗ ଆପଣାଇବା ଦରକାର। ବର୍ତ୍ତମାନ ଠାରୁ ପାକିସ୍ତାନ, ବିଚ୍ଛିନ୍ନତାବାଦୀ ଓ ଆତଙ୍କବାଦୀଙ୍କ ସହ ଶାନ୍ତି କଥାବାର୍ତ୍ତା ପାଇଁ ସରକାର ପଦକ୍ଷେପ ନେବା ଦରକାର।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories