www.samajalive.in
Tuesday, December 9, 2025
26.1 C
Bhubaneswar

ବିଜୁଳି କର୍ମଚାରୀଙ୍କ ପୁନଃ ନିଯୁକ୍ତି ଦାବିରେ ଯୁବ କଂଗ୍ରେସ ଓ ଇଞ୍ଜିନିୟର ସଙ୍ଗଠନ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର: ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଏବଂ ଓଡ଼ିଶା ବିଦ୍ୟୁତ ବିତରକ ଫ୍ରାଞ୍ଚାଇଜି ଇଞ୍ଜିନିୟର୍ସ ସଂଗଠନ ପକ୍ଷରୁ ଫ୍ରାଞ୍ଚାଇଜି କର୍ମଚାରୀଙ୍କ ପୁନଃ ନିଯୁକ୍ତି ଦାବିରେ ଟାଟା ଅଫିସ୍‍ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା। ଓଡ଼ିଶା ପାୱାର ଡ୍ରିଷ୍ଟିବୁସନ କମ୍ପାନୀ ସେସୁ ଅଧିନରେ ଇଞ୍ଜେନ୍‍ ଓ ଫେଡ୍‍କୋ ଭଳି ଫ୍ରାଞ୍ଚାଇଜି କମ୍ପାନୀ ଅଧିନରେ ଦୀର୍ଘ ୧୦ବର୍ଷ ଧରି କାର୍ଯ୍ୟକରି ଆସୁଥିବା ୮୬୦୦ କର୍ମଚାରୀଙ୍କୁ ଛଟେଇକୁ ବିରୋଧ କରି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଓ ଓପେଫା ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଲୋକମାନଙ୍କୁ ନିରନ୍ତର ବିଦ୍ୟୁତ ସେବା ଯୋଗାଇଦେବା, ଅଭିଯୋଗ ସମାଧାନ କରିବା ସହ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯଥା ଫାଇଲିନ୍‍, ଫନି, ହୁଡ଼ହୁଡ, ଅମ୍ଫାନ ଓ କୋଭିଡ-୧୯ ଭଳି ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ସେମାନେ ନିରନ୍ତର ଭାବେ ଲୋକଙ୍କ ସ୍ୱାର୍ଥରେ ବିଦ୍ୟୁତ ସେବା ଯୋଗାଇ ଆସୁଥିଲେ। କିନ୍ତୁ ଜୁନ୍‍-୨୦୨୦ରେ ସେସୁକୁ ଶାଗମାଛ ଦରରେ ଟାଟା ପାୱାର ଅଧିଗ୍ରହଣ କଲାପରେ ସମସ୍ତକର୍ମଚାରୀ ବର୍ତମାନ ସେମାନଙ୍କ ଜୀବିକା ହରାଇ ବସିଛନ୍ତି। ସରକାରୀ କମ୍ପାନୀ ପ୍ରୀତି ପାଇଁ ଆଜି ସମସ୍ତ କର୍ମଚାରୀ ଓ ସେମାନଙ୍କ ପରିବାର ବର୍ତମାନ କୋଭିଡ-୧୯ ଭଳି ପରସ୍ଥିତିରେ ଜୀବିକା ହରାଇ ଭୋକ ଉପାସରେ କାଳତିପାତ କରୁଛନ୍ତି। ବର୍ତମନା ସମଗ୍ର ବିଶ୍ୱ କରୋନା ମହାମାରୀ ସହ ଲଢ଼ୁଥିବା ବେଳେ ଓଡ଼ିଶା ସରକାରଙ୍କ କମ୍ପାନୀ ପ୍ରୀତି ପାଇଁ ପ୍ରକୃତ କରୋନା ଯୁଦ୍ଧା ରୁପେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଛଟେଇକୁ ଓଡ଼ିଶା ଯୁବ କଂଗ୍ରେସ ତୀବ୍ର ସମାଲୋଚନା କରିଛି । ଆଜିର ବିକ୍ଷୋଭ ପରେ ଟାଟା କତୃପକ୍ଷଙ୍କ ସହିତ ଏକ ୫ଜଣିଆ କମିଟି ଆଲୋଚନା କରିଅଛି ଏବଂ ଦାବି ମଧ୍ୟ ଉପସ୍ଥାପନା କରାଯାଇଛି ।

ଆଗାମୀ ଦିନରେ ଯଦି ଟାଟା କତୃପର୍କ୍ଷ ଫ୍ରାଚାଂଇଜ କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି ଦେବାରେ ବିଫଳ ହେଲେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଏବଂ ଓପେଫା ମିଳିତ ଭାବେ ଏକ ଜନଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା, ଓପେଫାର ଆବାହକ ଶିଲାଦିତ୍ୟ ପଟ୍ଟନାୟକ, ପ୍ରଦେଶ ଯୁବ କଂଗ୍ରେସ ମୁଖପାତ୍ର ନଳିନୀକାନ୍ତ ନାୟକ, ଜ୍ଞାନ ରଞ୍ଜନ ରାଉତ, ସଂକୁନା କହଁର, ଆଦିତ୍ୟ ପରିଡ଼ା, ବିଳ୍ପବ ପରିଡ଼ା, ଓପେଫାର ସୁମିତ ପରିଡ଼ା, ଗିରିଜା ଶଙ୍କର ରଣା, ବିଶ୍ୱଜିତ୍‍ ସ୍ୱାଇଁ, ଦେବ୍ରବତ ମଲ୍ଲ, ରାଜୀବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories