ମହୁ ଖାଇବା ପସନ୍ଦ କି ? ତେବେ ଧ୍ୟାନ ଦିଅନ୍ତୁ
ମହୁରେ ଅନେକ ଲାଭଦାୟକ ଗୁଣ ରହିଛି। ଏହାର ସେବନ ଦ୍ବାରା ଶରୀରରେ ସତେଜ ଅନୁଭବ ହୋଇଥାଏ। କିନ୍ତୁ ମହୁର ବ୍ୟବହାର ବେଳେ କିଛି ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ। କାରଣ କିଛି ଭୁଲ ଦ୍ବାରା ଏହା ଶରୀର ପାଇଁ କ୍ଷତିକାରକ ହୋଇପାରେ। ତେବେ ଆସନ୍ତୁ ଜାଣିବା ମହୁ ସେବନ କଲା ବେଳେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ …
ମହୁରେ ଅଧିକ ତାପମାନ ରହିଛି। ତେଣୁ ମହୁକୁ କେବେ ବି ଗରମ ଖାଦ୍ୟ ସହ ଖାଆନ୍ତୁ ନାହିଁ। ଏହାଦ୍ବାରା କାଶ ଓ କଫ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ।
ଚା ଓ କଫି ସହ ମହୁ ଖାଇବା ଦ୍ବାରା ତାହା ଶରୀରର ତାପମାନ ବୃଦ୍ଧି କରିଥାଏ। ଏହାଦ୍ବାରା ହୃଦଘାତ ହେବାର ସମ୍ଭାବନା ରହିଥାଏ।
ମହୁ ସହ ମୂଳା କେବେ ବି ଖାଆନ୍ତୁ ନାହିଁ। କାରଣ ଏହା ଶରୀରରେ ଜୈବ ପଦାର୍ଥ ସୃଷ୍ଟି ହୋଇଥାଏ। ଏହାଦ୍ବାରା ଫୁଡ୍ ପଏଜନ ହୋଇଥାଏ।
ମାଛ ଓ ମାଂସ ସହ କେବେ ବି ମହୁ ସେବନ କରନ୍ତୁ ନାହିଁ। ଏପରି କରିବା ଦ୍ବାରା ଖାଦ୍ୟ ଶରୀରକୁ ଯାଇ ବିଷାକ୍ତ ହୋଇଯାଏ। ଏହାଦ୍ବାରା ସ୍ବାସ୍ଥ୍ୟ ବାରମ୍ବାର ଖରାପ ହୋଇଥାଏ।
ଘିଅ ଓ ମହୁକୁ ସମାନ ପରିମାଣରେ କେବେ ବି ଖାଆନ୍ତୁ ନାହିଁ। ଏହା ବିଷାକ୍ତ ହୋଇଥାଏ।
Comments are closed.