ଯୋଗ କରିବା ବେଳେ ଧ୍ୟାନ ଦିଅନ୍ତୁ

0

ଦୈନନ୍ଦିନ ଜୀବନରେ ସୁସ୍ଥ ରହିବା ପାଇଁ ଆମେ ଯୋଗ କରିଥାଉ। ଯୋଗ ଶଦ୍ଦଟି ସଂସ୍କୃତ ଶଦ୍ଦ ‘ଯୁଜି’ ରୁ ଆସିଛି। ଯୋଗ କରିବା ଦ୍ୱାରା ମନ ଓ ଦେହ ସୁସ୍ଥ ରହିଥାଏ। ଯୋଗ କରିବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ନିୟମିତ ଭାବେ ଯୋଗ କରିବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ। କିନ୍ତୁ ଯୋଗ କରିବା ବେଳେ କିଛି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ।


ସମୟ ଜ୍ଞାନ ଜରୁରୀ:
ସର୍ବଦା ଚେଷ୍ଟା କରନ୍ତୁ ଯେପରି ଯୋଗ ଶ୍ରେଣୀରେ ୧୦ମିନିଟ ପୂର୍ବରୁ ଯାଇ ପହଞ୍ଚି ପାରିବେ। ଏପରି କରିବା ଦ୍ୱାରା ଆପଣ ଯୋଗ କରିବା ପାଇଁ ଉପଯୁକ୍ତ ସ୍ଥାନ ବାଛି ପାରିବେ। ଯୋଗ ଶ୍ରେଣୀରେ ଶୀଘ୍ର ପହଞ୍ଚିବା ଦ୍ୱାରା ଆପଣ ଅଲଗା ପ୍ରକାରର ଯୋଗ ଅଭ୍ୟାସ ମଧ୍ୟ କରିପାରିବେ।


ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ:
ଯୋଗ କରିବାର ୨-୩ ଘଣ୍ଟା ପୂର୍ବରୁ ଖାଇବା ଅନୁଚିତ। କାରଣ ଖାଇବା ପରେ ଯୋଗ କରିବାକୁ ଇଚ୍ଛା ହୋଇ ନଥାଏ। ଖାଇବା ହଜମ ହେବାକୁ ଅନେକ ସମୟ ଲାଗିଥାଏ, ଆମେ ଯୋଗ କରିବା ପୂର୍ବରୁ ଖାଦ୍ୟ ଖାଇବା ଦ୍ୱାରା ଆମକୁ ଥକା ଲାଗିଥାଏ ଓ ବାନ୍ତି ମଧ୍ୟ ହୋଇପାରେ।


ମୋବାଇଲ ଫୋନ ବ୍ୟବହାର ନିଷେଧ:
ଯୋଗ କରିବା ସମୟରେ ଜରୁରୀ ଅଟେ କେବଳ ଯୋଗ ଉପରେ ଧ୍ୟାନ ଦେବା। ମୋବାଇଲ ଫୋନକୁ ଯୋଗ ଶ୍ରେଣୀକୁ ନେଇ ଯାଆନ୍ତୁ ନାହିଁ, ଏହା କରିବା ଦ୍ୱାରା ଆପଣଙ୍କ ଧ୍ୟାନ ଯୋଗ ଉପରେ କେନ୍ଦ୍ରୀଭୂତ ସଠିକ ଭାବେ ହେବ ନାହିଁ।

prayash


ଅଯଥା କଥାବାର୍ତ୍ତା କରନ୍ତୁ ନାହିଁ:
ଲୋକଙ୍କ ମଧ୍ୟରେ କଥାବାର୍ତ୍ତା ହେବା ଏକ ଭଲ ପ୍ରକୃତି ଅଟେ, କିନ୍ତୁ ଯୋଗ କରିବା ବେଳେ ଶ୍ରେଣୀେରେ କଥାବାର୍ତ୍ତା ହ୍ରୁଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କ ଧ୍ୟାନ ଯୋଗ ଉପରେ ରହି ନଥାଏ।

ତଉଲିଆ କିମ୍ବା ରୁମାଲ ନେଇଯାଆନ୍ତୁ:
ଯୋଗ ଶ୍ରେଣୀକୁ ଯିବା ପୂର୍ବରୁ ବ୍ୟାଗ୍‍ରେ ତଉଲିଆ କିମ୍ବା ରୁମାଲ ରଖନ୍ତୁ। ଯୋଗ କରିବା ବେଳେ ଝାଳ ବାହାରିଲେ ତଉଲିଆ କିମ୍ବା ରୁମାଲ ସାହାଯ୍ୟରେ ଝାଳକୁ ପୋଛନ୍ତୁ।


ଏହା ସହିତ ମନେ ରଖନ୍ତୁ ଯେ ଯୋଗ ମୁଦ୍ରା ଶିଖିବା ପରେ ଯେହି ମୁଦ୍ରା ଗୁଡିକୁ ଭଲ ଭାବରେ ଅଭ୍ୟାସ କରିବା ଆବଶ୍ୟକ। ଯୋଗ ସରିବା ପରେ ସଙ୍ଗେ ସଙ୍ଗେ ଶ୍ରେଣୀରୁ ବାହାରି ଆସନ୍ତୁ। ସର୍ବଦା ହାଲକା ପୋଷାକ ପିନ୍ଧି ଯୋଗ କରନ୍ତୁ।

kalyan agarbati
Leave A Reply