ଏଣିକି ଶୀଘ୍ର ଶୁଖିବ ଘା’

0

ଚେନ୍ନାଇ: ଆଇଆଇଟି- ମାଡ୍ରାସ୍‍ର ବୈଜ୍ଞାନିକମାନେ ଏକ ନୂଆ ପ୍ରକାର ପଟି ତିଆରି କରିଛନ୍ତି ଯାହା ଘା’କୁ ଶୀଘ୍ର ଶୁଖିବାରେ ସାହାଯ୍ୟ କରିବ। ସାଧାରଣ ମଣିଷ କ୍ଷେତ୍ରରେ ଚିକିତ୍ସା ପରେ ଘା’ ଶୁଖିବାକୁ ୧୬ଦିନ ଲାଗୁଥିବା ବେଳେ ବିନା ଚିକିତ୍ସାରେ ୨୩ ଦିନ ଲାଗୁଛି। ମଧୁମେହ ରୋଗୀଙ୍କ କ୍ଷେତ୍ରରେ ବିନା ଚିକିତ୍ସାରେ ଘା’ ଶୁଖିବାକୁ ୨୬ ଦିନ ଲାଗୁଥିବା ବେଳେ ଚିକିତ୍ସା କରାଗଲେ ୨୦ଦିନରେ ଘା’ ଶୁଖିପାରୁଛି। କିନ୍ତୁ ଏବେ ଆଇଆଇଟି ମାଡ୍ରାସ୍‍ର ବୈଜ୍ଞାନିକମାନେ ଉଦ୍‍ଭାବନ କରିଥିବା ପଟି ବ୍ୟବହାର କଲେ ଘା’ ମାତ୍ର ଏକ ସପ୍ତାହ ମଧ୍ୟରେ ଭଲ ହୋଇପାରୁଛି। ଏହି ପଟିରେ ସେମାନେ କାର୍ବନ୍‍ ଓ ବୁସି ଉପାଦାନ ବ୍ୟବହାର କରିଛନ୍ତି। ବଜାରରେ ମିଳୁଥିବା ଶୀଘ୍ର ଆରୋଗ୍ୟକାରୀ ପଟି ଖୁବ୍‍ ମହଙ୍ଗା ଥିବା ବେଳେ ଆଇଆଇଟି ମାଡ୍ରାସ୍‍ର ବୈଜ୍ଞାନିକମାନେ ପ୍ରସ୍ତୁତ କରିଥିବା ପଟିର ମୂଲ୍ୟ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।

Leave A Reply