ଟିଟଲାଗଡ: ଟିଟଲାଗଡ ବନାଞ୍ଚଳ ପକ୍ଷରୁ ଆଜି ସହରର ୩ଟି ସ୍ଥାନରେ ଚଢାଉ କରାଯାଇଛି। ଫଳରେ ବ୍ୟାପକ ପରିମାଣରେ ଶାଗୁଆନ, ଶାଳ ତଥା ବିଭିନ୍ନ ଗଛର ଗଣ୍ଡି, ପଟା ସହ ବିଭିନ୍ନ କାଠରୁ ପ୍ରସ୍ତୁତ ସାମଗ୍ରୀ, କରତ ତଥା ଅନ୍ୟ କାଠ କଟା ମେସିନ, ଉପକରଣ ଆଦି ଜବତ କରାଯାଇଛି। ବଲାଙ୍ଗୀର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରାଙ୍କ ପରାମର୍ଶ କ୍ରମେ ଟିଟିଲାଗଡ଼ ଏବଂ ସଇଁତଲା ରେଞ୍ଜ କାର୍ଯ୍ୟାଳୟର ଟିମ ମିଳିତ ଭାବେ ଚଢାଉ କରିଥିଲେ। ଏହି ଘଟଣାରେ କିଛି ଜଣଙ୍କୁ ଅଟକ ରଖାଯାଇ ପଚରା ଉଚରା କରାଯାଇଛି। ରେଞ୍ଜ ଅଧିକାରୀଙ୍କ ସମେତ ବନପାଳ ସୁରେନ୍ଦ୍ର ମହାରଣା, ବିପିନ ସାହୁ, ଅମରେଶ ବୁଡ଼େକ, ସୁଶିଲ ପୁଟା, ବନରକ୍ଷୀ ନମିତା ତାଣ୍ଡି, ତପସ୍ୱିନୀ ରଣା, ସୁଜିତ ମୁଣ୍ଡା, ପିତାମ୍ବର ମାଝୀ, ଜ୍ୟୋତିରଞ୍ଜନ ବଗର୍ତି ପ୍ରମୂଖ ଏହି ଚଢ଼ାଉରେ ସାମିଲ ଥିଲେ।
Popular Categories



