www.samajalive.in
Sunday, December 7, 2025
14.1 C
Bhubaneswar

ମା ତାରିଣୀଙ୍କୁ ୫୦ଲକ୍ଷ ଟଙ୍କାର ସୁନା ମୁକୁଟ ଅର୍ପଣ କଲେ ଭକ୍ତ

କେନ୍ଦୁଝର: ଘଟଗାଁ ମାଆ ତାରିଣୀଙ୍କ ଚଇତି ପର୍ବ ଆରମ୍ଭ ହୋଇଛି। ମାଆଙ୍କ ଦର୍ଶନ ଲାଗି ପ୍ରତିଦିନ ବିଭିନ୍ନ ଜିଲ୍ଲାର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟୁଛି। ଭକ୍ତଙ୍କର ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚଳିତବର୍ଷ ଚଇତି ପର୍ବର ସୁପରିଚାଳନା ଲାଗି ଘନ ଘନ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ସେପଟେ ଗତକାଲି ଜଣେ ଭକ୍ତ ମାଆଙ୍କୁ ୫୦ ଲକ୍ଷ ଟଙ୍କା ର ସୁନା ମୁକୁଟ ଅର୍ପଣ କରିଛନ୍ତି । ମାଆଙ୍କ ଆଖି ପତା, ନୋଥ, ଏବଂ ଟିକିଲି ମଧ୍ୟ ଅର୍ପଣ କରିଛନ୍ତି। ମୁକୁଟର ଓଜନ ୪୪୫ ଗ୍ରାମ ୪୭୦ ମିଲିଗ୍ରାମ ରହିଛି। ମୁକୁଟ ଅର୍ପଣ କରିଥିବା ଭକ୍ତ ଜଣକ ସୁନ୍ଦରଗଡ ଜିଲ୍ଲାର ବଜରଙ୍ଗ ଅଗ୍ରଓ୍ବାଲ୍ ବୋଲି ଜଣାପଡିଛି। ପୂର୍ବରୁ ମାଆଙ୍କ ନିକଟରେ ମାନସିକ ରଖିଥିଲେ ବଜରଙ୍ଗ । ଚଇତି ପର୍ବର ପ୍ରଥମ ଦିନରେ ମାଆ ତାରିଣୀଙ୍କୁ ଏହି ସ୍ଵର୍ଣ୍ଣ ମୁକୁଟ ପିନ୍ଧାଇବା ଲାଗି ଅନୁରୋଧ କରିଛନ୍ତି ଶ୍ରୀ ଅଗ୍ରଓ୍ବାଲ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories