www.samajalive.in
Sunday, December 7, 2025
23.1 C
Bhubaneswar

ଚମତ୍କାର: କରୋନା ଯୋଗୁ ଶରୀର ହୋଇଯାଇଥିଲା ସମ୍ପୂର୍ଣ୍ଣ ଅଚଳ, ୧୧ଦିନରେ ଜିତିଲେ କୋଭିଡ-୧୯ ଯୁଦ୍ଧ

ଲଣ୍ଡନ: ବ୍ରିଟେନରେ ପଲ୍‍ ସ୍କେଗ୍‍ ନାମକ ଜଣେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ଶରୀର ଅଚଳ ହୋଇଯାଇଥିଲା। ୧୧ ଦିନ ଧରି ଏହି ଅବସ୍ଥାରେ ରହିବା ପରେ ଶେଷରେ ପଲ୍‍ ସ୍କେଗ୍‍ ସୁସ୍ଥ ହୋଇଛନ୍ତି ଓ ନିଜ ଗୋଡ଼ରେ ଚାଲି ଚାଲି ଡାକ୍ତରଖାନାରୁ ବାହାରିଛନ୍ତି। ଏହି ସମୟରେ ଡାକ୍ତରଖାନା କର୍ମଚାରୀମାନେ ତାଳି ବଜାଇ ତାଙ୍କୁ ବିଦା କରିଛନ୍ତି।

ସୂଚନା ଅନୁସାରେ, କିଛିଦିନ ପୂର୍ବରୁ ପଲ୍‍ଙ୍କ ନିର୍ବନ୍ଧ ହୋଇଥିଲା। ସୁସ୍ଥ ହେବା ପରେ ତାଙ୍କ ଭାବି ପତ୍ନୀ ଲେଭେଣ୍ଡର୍‍ ପୁଷ୍ପଗୁଚ୍ଛ ସହ ପଲ୍‍ଙ୍କୁ ସ୍ୱାଗତ କରିଛନ୍ତି। ହସ୍ପିଟାଲର ଡାକ୍ତର ଜୋନାଥନଙ୍କ କହିବାନୁସାରେ, ଏଭଳି ଖୁବ୍‍ କମ୍‍ ମାମଲାରେ ହୋଇଥାଏ, ଯେତେବେଳେ କରୋନା କାରଣରୁ ଶରୀର ଅଚଳ(ପାରାଲାଇଜ୍‍) ହୋଇଯାଏ। ସେ ସୁସ୍ଥ ହେବା କୌଣସି ଚମତ୍କାରରୁ କମ୍‍ ନୁହେଁ। ପଲ୍‍ ଭେଣ୍ଟିଲେଟରରେ ଥିଲେ। ତାଙ୍କ ଚିକିତ୍ସାରେ ଇମ୍ୟୁନୋଗ୍ଲୋବ୍ଲିନ୍‍ର ବ୍ୟବହାର କରାଯାଇଥିଲା, ଯାହା ଏକ ପ୍ରକାରର ପ୍ଲାଜ୍‍ମା। ଯଦି ଏହି ଥେରାପି ନ ଆପଣା ଯାଇଥାଆନ୍ତା ତେବେ ହୁଏତ ପଲ୍‍ ସୁସ୍ଥ ହୋଇପାରି ନ ଥାଆନ୍ତେ।

- Advertisement -

ଉଲ୍ଲେଖଯୋଗ୍ୟ, ପଲ୍‍ଙ୍କର ୩ ଏପ୍ରିଲରେ ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ ସେ କରୋନା ସଂକ୍ରମିତ ବୋଲି ଜଣାପଡ଼ିଥିଲା। ପରେ ତାଙ୍କ ଶରୀରର କିଛି ଭାଗ କାମ କରିବା ବନ୍ଦ କରି ଦେଇଥିଲା। ପଲ୍‍ ଓ ତାଙ୍କ ଭାବି ପତ୍ନୀ ଲେଭେଣ୍ଡର୍‍ ଉଭୟ ନେସ୍‍ନାଲ୍‍ ହେଲ୍‍ଥ ସର୍ଭିସରେ ରେଡିଓଗ୍ରାଫର୍‍ କାମ କରନ୍ତି। ଖୁବ୍‍ଶୀଘ୍ର ଆମେ କାର୍ଯ୍ୟରେ ଯୋଗ ଦେଇ କରୋନା ସଂକ୍ରମିତମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛୁ ବୋଲି ଲେଭେଣ୍ଡର ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories