ମହିଳାଙ୍କୁ ଅଧିକ ବିଶ୍ରାମର ଆବଶ୍ୟକତା

0

ପ୍ରତ୍ୟେକ ପରିବାରରେ ମହିଳାଙ୍କ ଦାୟିତ୍ବ ସବୁଠୁ ଅଧିକ, ଏହି ତଥ୍ୟକୁ ଆମେ ସ୍ବୀକାର ନ କଲେ ମଧ୍ୟ ଏହା ନିରାଟ ସତ। ଏକବିଂଶ ଶତାବ୍ଦୀରେ ମହିଳାମାନେ କର୍ମଚଞ୍ଚଳ ହେବା ସହ ଅଧିକ ଦାୟିତ୍ବବାନ୍ ଓ ସଚେତନ ହୋଇପଡ଼ିଛନ୍ତି। ଇଂଲଣ୍ଡରେ କର୍ମଜୀବୀ ମହିଳାଙ୍କୁ ‘ମଲ୍ଟିଟାସ୍କର’ ଭାବେ ଜଣାଯାଏ। ପରିବାର କଥା ହେଉ ଅବା ଅନ୍ୟ କିଛି ବିଷୟ, ସବୁ ବାବଦରେ ସେମାନେ ଚିନ୍ତିତ ରହିଥାନ୍ତି। ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ପ୍ରାୟ ୩୭%ରୁ ଅଧିକ ମହିଳା ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହା ପଛର କାରଣ ହେଲା ସେମାନଙ୍କୁ ପର୍ଯ୍ୟାପ୍ତ ବିଶ୍ରାମ ମିଳୁନାହିଁ। ମହିଳାଙ୍କ ମସ୍ତିଷ୍କକୁ ବିଶ୍ରାମ ମିଳିବା ନିତାନ୍ତ ଜରୁରୀ ହୋଇପଡ଼ିଛି। ଅତିକମ୍‌‌ରେ ଗୋଟିଏ ଦିନ ଭିତରେ ୭-୮ଘଣ୍ଟା ​‌େ​‌ସେମାନେ ଶୋଇବା ଆବଶ୍ୟକ। ନଚେତ୍ ଏହାର ପ୍ରଭାବରେ ମହିଳାମାନେ ଅବସାଦ ରୋଗର ଶିକାର ହେବାର ସମ୍ଭାବନା ସର୍ବାଧିକ। ଗର୍ଭାବସ୍ଥା ସମୟରେ ସେମାନେ ନିଜ ସ୍ବାସ୍ଥ୍ୟ ବାବଦରେ ସବୁଠୁ ଅଧିକ ସଚେତନ ରହିବା ଆବଶ୍ୟକ ବୋଲି ବିଶେଷଜ୍ଞଙ୍କ ମତ। ଆମେରିକୀୟ ଗବେଷକଙ୍କ ମତରେ ରବିବାର ଛୁଟିରେ ପରିବାରର ପୁରୁଷମାନେ ନିଜ ଛୁଟିର ପ୍ଲାନିଂ କରୁଥିବାବେଳେ ମହିଳାମାନେ କିନ୍ତୁ ବିଶ୍ରାମ ପାଆନ୍ତି ନାହିଁ। ଏଣୁ ପ୍ରଥମେ ପରିବାରର ଲୋକେ ହିଁ ମହିଳାଙ୍କ ପ୍ରତି ସଚେତନ ହେବା ଜରୁରୀ ଅଟେ।

kalyan agarbati
Leave A Reply