www.samajalive.in
Sunday, December 7, 2025
26.1 C
Bhubaneswar

ଇଣ୍ଡୋନେସିଆକୁ ୨-୦ରେ ହରାଇଲା ଭାରତ

ମାଣ୍ଡାଲୟ (ମିଆଁମାର) : ବୁଧବାର ଏଠାରେ ମହିଳା ଫୁଟ୍‌ବଲର ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟର ୨ ରାଉଣ୍ଡ ଆରମ୍ଭ ହୋଇଛି। ଏହାର ପ୍ରଥମ ମ୍ୟାଚ୍‌ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତ। ଇଣ୍ଡୋନେସିଆକୁ ୨-୦ ଗୋଲ୍‌ରେ ଭାରତ ପରାସ୍ତ କରିଛି। ଭାରତ ପାଇଁ ଅଭିଜ୍ଞ ଷ୍ଟ୍ରାଇକର ଡାଙ୍ଗ୍‌ମେଇ ଗ୍ରେସ୍‌ ଉଭୟ ଗୋଲ୍ ଦେଇଥିଲେ।
୨୦୨୦ ଟୋକିଓ ଅଲିମ୍ପିକ୍‌ସ ଲାଗି ଖେଳା ଯାଉଥିବା ଯୋଗ୍ୟତା ପର୍ଯ୍ୟାୟର ଏହା ୨ୟ ରାଉଣ୍ଡ। ନିକଟରେ କ୍ରମାଗତ ୫ମ ଥର ପାଇଁ ସାଫ୍ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍ ହୋଇଥିବା ଭାରତୀୟ ଦଳ ଉତ୍ସାହର ସହ ଇଣ୍ଡୋନେସିଆ ବିପକ୍ଷରେ ଖେଳିଥିଲା। ଆରମ୍ଭରୁ ଭାରତୀୟ ଦଳ ପ୍ରାଧାନ୍ୟ ବିସ୍ତାର କରିଥିଲା। ଉଭୟ ପାର୍ଶ୍ବରେ ସଞ୍ଜୁ ଓ ରତ୍ନବାଳା ଚମତ୍କାର ପ୍ରଦର୍ଶନ କରି ଇଣ୍ଡୋନେସିଆକୁ ଚାପରେ ପକାଇଥିଲେ। ୨୪ ଓ ୨୬ ମିନିଟରେ ଭାରତ ୨ଟି ଗୋଲ୍‌ଦେବାର ସୁଯୋଗ ହାତଛଡ଼ା କରିବା ପରେ ୨୭ ମିନିଟରେ ଭାରତ ପ୍ରଥମ ଗୋଲ୍ ଦେଇଥିଲା। ସନ୍ଧ୍ୟାଙ୍କ ପାସ୍‌ରୁ ଇଣ୍ଡୋନେସିଆ ଗୋଲ୍‌କୁ ସଞ୍ଜୁ ସଟ୍ ମାରିଥିଲେ ହେଁ ଗୋଲ୍‌ରକ୍ଷକ ଏହାକୁ ରୋକି ଦେଇଥିଲେ। ତେବେ ଗୋଲ୍‌ ସମ୍ମୁଖ​‌େ​‌ର ଥିବା ଭାରତର ଡାଙ୍ଗ୍‌ମେଇ ଗ୍ରେସ୍ ବଲ୍‌ ପାଇ ଏହାକୁ ଗୋଲ୍ ମଧ୍ୟକୁ ପଠାଇ ଦେଇଥିଲେ। ପ୍ରଥମାର୍ଦ୍ଧରେ ୧-୦ ଗୋଲ୍‌ରେ ଆଗୁଆ ଥିବା ଭାରତ ଦ୍ବିତୀୟାର୍ଦ୍ଧରେ ମ୍ୟାଚ୍‌କୁ ନିୟନ୍ତ୍ରଣରେ ରଖି ପାରିଥିଲା। ୫୬ ମିନିଟରେ ଭାରତର ରତ୍ନବାଳା ଦେବୀ ଓ ୩ ମିନିଟ ପରେ ଡାଙ୍ଗ୍‌ମେଇ ଗ୍ରେସ୍ ଗୋଲ୍‌ ଦେବାରେ ବିଫଳ ହୋଇଥିଲେ। ୬୭ ମିନିଟରେ ସୁମିତ୍ରା କାମରାଜଙ୍କ ସଟ୍‌କୁ ଇଣ୍ଡୋନେସିଆ ଗୋଲ୍‌ରକ୍ଷକ ରୋକି ଦେଇଥିବା ବେଳେ ଏଥରୁ ବଲ୍‌ ପାଇ ଡାଙ୍ଗ୍‌ମେଇ ଗ୍ରେସ୍ ଦଳ ପାଇଁ ତଥା ବ୍ୟକ୍ତିଗତ ୨ୟ ଗୋଲ୍ ସ୍କୋର କରିଥିଲେ। ୬ରେ ନେପାଳ ବିପକ୍ଷରେ ଭାରତ ୨ୟ ଲିଗ୍ ମ୍ୟାଚ୍ ଖେଳିବ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories