www.samajalive.in
Monday, December 15, 2025
24.1 C
Bhubaneswar

ବନ୍ଦ ହୋଇଯିବ ହ୍ବାଟ୍ସ ଆପ୍ ?

ନୂଆଦିଲ୍ଲୀ: ହ୍ବାଟ୍ସ ଆପ୍ । ସକାଳୁ ଉଠିବା ମାତ୍ରେ ହେଉ କିମ୍ବା ରାତିରେ ଶୋଇବା ହେଉ , ଆମେ ସଭିଏଁ ଟିକିଏ ହ୍ବାଟ୍ସ ଆପ୍ ଚାଟ୍ ଉପରେ ନଜର ପକାଇଥାଉ। ସାଙ୍ଗସାଥୀଙ୍କ ସହ ଯୋଗାଯୋଗ ରଖିବା ପାଇଁ କିମ୍ବା ଅଫିସ ସମ୍ବନ୍ଧୀୟ କୌଣସି କାମ ପାଇଁ ହେଉ ହ୍ବାଟ୍ସ ଆପ ବେଶ୍ ଗୁରୁତ୍ଵପୂର୍ଣ୍ଣ। କିନ୍ତୁ ଜାଣିଛନ୍ତି ଭାରତରେ ଏହା ବନ୍ଦ ହୋଇଯିବାର ଆଶଙ୍କା ଦେଖାଦେଇଛି। ଜାତୀୟ ସୁରକ୍ଷା ପାଇଁ ହ୍ବାଟ୍ସ ଆପ୍ ବ୍ୟବହାରକାରୀଙ୍କ ପରିଚୟ ଜାଣିବାକୁ କେନ୍ଦ୍ର ସରକାର ଏବଂ ମେଟା ମଧ୍ୟରେ ନ୍ୟାୟିକ ଯୁଦ୍ଧ ଚାଲିଛି। ଡିଜିଟାଲ ଯୁଗରେ ହ୍ବାଟ୍ସ ଆପ୍ ସତେ ଯେମିତି ଆମ ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଛି। ଦେଶର ସୁରକ୍ଷା ପାଇଁ ହ୍ବାଟ୍ସ ଆପ ବ୍ୟବହାରକାରୀଙ୍କ ପରିଚୟ ଜାଣିବା ନିୟମକୁ ବିରୋଧ କରି ମେଟା ଭାରତରେ ବ୍ୟବସାୟ ବନ୍ଦ କରିବାକୁ ଧମକ ଦେଇଛି। ଦିଲ୍ଲୀ ହାଇକୋର୍ଟରେ ହ୍ବାଟ୍ସ ଆପ୍ କହିଛି , ଯଦି ଭାରତରେ ହ୍ବାଟ୍ସ ଆପ ବ୍ୟବହାରକାରୀଙ୍କ ମେସେଜ୍ ସମ୍ପର୍କିତ ତଥ୍ୟ ସରକାରଙ୍କୁ ଦେବା ପାଇଁ ବାଧ୍ୟ କରାଗଲା। ତେବେ କମ୍ପାନୀ ଭାରତରେ ନିଜର ସେବା ବନ୍ଦ କରିଦେବ। ଭାରତରେ ୨୦୨୧ରେ ଆସିଲା ଇନଫର୍ମମେସନ ଟେକ୍ନୋଲୋଜି ନିୟମ ଆଇଟି ନିୟମ । ସୋସିଆଲ ମିଡିଆ ଓ ମେସେଜିଂ ଆପକୁ ୟୁଜର୍ସଙ୍କ ଚାଟ୍ସକୁ ଟ୍ରେସ୍ କରିବା ଓ ମେସେଜକୁ ଯିଏ ପ୍ରଥମେ ପଠାଇଥିବ ତାକୁ ଚିହ୍ନଟ କରିବାର ପ୍ରାବଧାନ ରହିଛି। ହ୍ବାଟ୍ସ ଆପର ତର୍କ ଆଇଟି ନିୟମ ୨୦୧୨ ୟୁଜର୍ସ ଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ଦୁର୍ବଳ କରୁଛି। ନୂଆ ସଂଶୋଧିତ ଆଇନକୁ ନେଇ ମେଟାର ଦୁଇ ବଡ ପ୍ଲାଟଫର୍ମ ଫେସବୁକ୍ ଓ ହ୍ବାଟ୍ସ ଆପ୍ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଏହାକୁ ଦିଲ୍ଲୀ ହାଇକୋର୍ଟକୁ ପଠାଇ ଦେଇଥିଲେ ସୁପ୍ରିମକୋର୍ଟ । ସରକାରଙ୍କ ଯୁକ୍ତି ପ୍ରତ୍ୟେକ ମେସେଜର ଉତ୍ସ କଣ ତାହା ଜାଣିବା ପାଇଁ ଆମେ ଚେଷ୍ଟା କରୁଛୁ। ସୁରକ୍ଷା ଦୃଷ୍ଟିରୁ ମେସେଜକୁ ଟ୍ରେସ କରିବା ପାଇଁ ବ୍ୟବସ୍ଥା ରହିବା ଆବଶ୍ୟକ। ସେପଟେ ହ୍ବାଟ୍ସ ଆପର ଯୁକ୍ତି, ଆଇଟି ନିୟମ ୨୦୨୧ , ୟୁଜର୍ସ ଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ଦୁର୍ବଳ କରୁଛି। ମେସେଜ୍ ଏନକ୍ରିପସନ ସରିଗଲେ ଆଉ ହ୍ବାଟ୍ସଆପର ଆବଶ୍ୟକତା ରହିବନି। ଏହାରି ମଧ୍ୟରେ ପ୍ରଶ୍ନ ଉଠିଛି ସତରେ କଣ ହ୍ବାଟ୍ସ ଆପ୍ ବନ୍ଦ ହୋଇଯିବ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories