www.samajalive.in
Friday, December 12, 2025
14.1 C
Bhubaneswar

ବନ୍ଦ ହୋଇଯିବ ହ୍ବାଟ୍ସ ଆପ୍ ?

ନୂଆଦିଲ୍ଲୀ: ହ୍ବାଟ୍ସ ଆପ୍ । ସକାଳୁ ଉଠିବା ମାତ୍ରେ ହେଉ କିମ୍ବା ରାତିରେ ଶୋଇବା ହେଉ , ଆମେ ସଭିଏଁ ଟିକିଏ ହ୍ବାଟ୍ସ ଆପ୍ ଚାଟ୍ ଉପରେ ନଜର ପକାଇଥାଉ। ସାଙ୍ଗସାଥୀଙ୍କ ସହ ଯୋଗାଯୋଗ ରଖିବା ପାଇଁ କିମ୍ବା ଅଫିସ ସମ୍ବନ୍ଧୀୟ କୌଣସି କାମ ପାଇଁ ହେଉ ହ୍ବାଟ୍ସ ଆପ ବେଶ୍ ଗୁରୁତ୍ଵପୂର୍ଣ୍ଣ। କିନ୍ତୁ ଜାଣିଛନ୍ତି ଭାରତରେ ଏହା ବନ୍ଦ ହୋଇଯିବାର ଆଶଙ୍କା ଦେଖାଦେଇଛି। ଜାତୀୟ ସୁରକ୍ଷା ପାଇଁ ହ୍ବାଟ୍ସ ଆପ୍ ବ୍ୟବହାରକାରୀଙ୍କ ପରିଚୟ ଜାଣିବାକୁ କେନ୍ଦ୍ର ସରକାର ଏବଂ ମେଟା ମଧ୍ୟରେ ନ୍ୟାୟିକ ଯୁଦ୍ଧ ଚାଲିଛି। ଡିଜିଟାଲ ଯୁଗରେ ହ୍ବାଟ୍ସ ଆପ୍ ସତେ ଯେମିତି ଆମ ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଛି। ଦେଶର ସୁରକ୍ଷା ପାଇଁ ହ୍ବାଟ୍ସ ଆପ ବ୍ୟବହାରକାରୀଙ୍କ ପରିଚୟ ଜାଣିବା ନିୟମକୁ ବିରୋଧ କରି ମେଟା ଭାରତରେ ବ୍ୟବସାୟ ବନ୍ଦ କରିବାକୁ ଧମକ ଦେଇଛି। ଦିଲ୍ଲୀ ହାଇକୋର୍ଟରେ ହ୍ବାଟ୍ସ ଆପ୍ କହିଛି , ଯଦି ଭାରତରେ ହ୍ବାଟ୍ସ ଆପ ବ୍ୟବହାରକାରୀଙ୍କ ମେସେଜ୍ ସମ୍ପର୍କିତ ତଥ୍ୟ ସରକାରଙ୍କୁ ଦେବା ପାଇଁ ବାଧ୍ୟ କରାଗଲା। ତେବେ କମ୍ପାନୀ ଭାରତରେ ନିଜର ସେବା ବନ୍ଦ କରିଦେବ। ଭାରତରେ ୨୦୨୧ରେ ଆସିଲା ଇନଫର୍ମମେସନ ଟେକ୍ନୋଲୋଜି ନିୟମ ଆଇଟି ନିୟମ । ସୋସିଆଲ ମିଡିଆ ଓ ମେସେଜିଂ ଆପକୁ ୟୁଜର୍ସଙ୍କ ଚାଟ୍ସକୁ ଟ୍ରେସ୍ କରିବା ଓ ମେସେଜକୁ ଯିଏ ପ୍ରଥମେ ପଠାଇଥିବ ତାକୁ ଚିହ୍ନଟ କରିବାର ପ୍ରାବଧାନ ରହିଛି। ହ୍ବାଟ୍ସ ଆପର ତର୍କ ଆଇଟି ନିୟମ ୨୦୧୨ ୟୁଜର୍ସ ଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ଦୁର୍ବଳ କରୁଛି। ନୂଆ ସଂଶୋଧିତ ଆଇନକୁ ନେଇ ମେଟାର ଦୁଇ ବଡ ପ୍ଲାଟଫର୍ମ ଫେସବୁକ୍ ଓ ହ୍ବାଟ୍ସ ଆପ୍ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଏହାକୁ ଦିଲ୍ଲୀ ହାଇକୋର୍ଟକୁ ପଠାଇ ଦେଇଥିଲେ ସୁପ୍ରିମକୋର୍ଟ । ସରକାରଙ୍କ ଯୁକ୍ତି ପ୍ରତ୍ୟେକ ମେସେଜର ଉତ୍ସ କଣ ତାହା ଜାଣିବା ପାଇଁ ଆମେ ଚେଷ୍ଟା କରୁଛୁ। ସୁରକ୍ଷା ଦୃଷ୍ଟିରୁ ମେସେଜକୁ ଟ୍ରେସ କରିବା ପାଇଁ ବ୍ୟବସ୍ଥା ରହିବା ଆବଶ୍ୟକ। ସେପଟେ ହ୍ବାଟ୍ସ ଆପର ଯୁକ୍ତି, ଆଇଟି ନିୟମ ୨୦୨୧ , ୟୁଜର୍ସ ଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ଦୁର୍ବଳ କରୁଛି। ମେସେଜ୍ ଏନକ୍ରିପସନ ସରିଗଲେ ଆଉ ହ୍ବାଟ୍ସଆପର ଆବଶ୍ୟକତା ରହିବନି। ଏହାରି ମଧ୍ୟରେ ପ୍ରଶ୍ନ ଉଠିଛି ସତରେ କଣ ହ୍ବାଟ୍ସ ଆପ୍ ବନ୍ଦ ହୋଇଯିବ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories