www.samajalive.in
Saturday, December 6, 2025
16.1 C
Bhubaneswar

ଅବକାରୀ ବିଭାଗ ପକ୍ଷରୁ ଚଢାଉ ୨୨୦ କିଗ୍ରା ଗଞ୍ଜେଇ ଜବତ, ଜଣେ ମହିଳା ଗିରଫ୍

ଫୁଲବାଣୀ :କନ୍ଧମାଳ ଜିଲା ସଦର ଅବକାରୀ ବିଭାଗକୁ ମିଳିଛି ସଫଳତା । ଅବକାରୀ ଅଧିକ୍ଷକ ଝାସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ କୌଣସି ସୂତ୍ରରୁ ଖବର ପାଇ ଗୋଛାପଡା ଥାନା ଅନ୍ତର୍ଗତ ବୁଡେନପଙ୍ଗା ଗ୍ରାମର ବବିତା କହଁରଙ୍କ ଘର ବାଡ଼ିରେ ଥିବା କଦଳୀ ବଗିଚାରେ ଏଗାରଟି ବସ୍ତା ରେ ଗଞ୍ଜେଇ ଚାଲାଣ କରିବା ଉଦ୍ଦେଶ୍ୟରେ ରଖାଯାଇ ଥିବା ଜାଣି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ୨୨୦ କିଗ୍ରା ଗଞ୍ଜେଇ ଜବତ କରିଥିଲେ।

ଏଥିସହିତ ବବିତା କହଁରକୁ ଗିରଫ କରି ଏକ ମାମଲା ଥାନା କେଶ ନମ୍ବର ୦୪/୨୪ ରୁଜୁ କରିବା ସହ କୋର୍ଟ ଚାଲାଣ କରିଥିବା ଅବକାରୀ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି କ୍ଷ ଏସ ଆଇ ପୂର୍ଣ୍ଣ ଚନ୍ଦ୍ର ବେହେରା, ଏଏସ ଆଇ ଭବାନୀ ଶଙ୍କର ସେଠୀ,ଏସ ଆଇ ମୋବାଇଲ ସୁଜିତ କୁମାର ମୁଦୁଲି ଏବଂ ଭୃଗୁପତି ଦିଗାଲ,ଏସ ଆଇ ସଦାଶିବ ରଣା, ଏମ ସଞ୍ଜୀବ କୁମାର,ମିନତୀ ଗୁନ୍ତିଆ, ସଚିନ ଗୁରୁ ଏକ୍ସଆଇଜ କନେଷ୍ଟବଳ ଏବଂ ଷ୍ଟାଫ କଟ୍ରିଙ୍ଗିଆ ମୁଖ୍ୟ ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ଖବର ପାଇ ମିଳିତ ଭାବେ ଚଢାଉ କରିଥିଲେ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories