ଲାଗୁ ହେବ ନୂଆ ଦୂରସଞ୍ଚାର ନିୟମ- କଲ୍ ରେର୍କଡିଂ ସହ ହ୍ୱାଟ୍ସଆପ୍ ଏବଂ ଫେସ୍ବୁକ୍ ଉପରେ ରଖାଯିବ ନଜର, ଜାଣନ୍ତୁ ଏବଂ ସତ ନା ମିଛ
ନୂଆଦିଲ୍ଲୀ – ଦୂର ସଞ୍ଚାର ନିୟମ ବିଷୟରେ ଏବେ ଏକ ପୋଷ୍ଟ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଏବେ ସମସ୍ତଙ୍କ କଲ୍କୁ ରେକର୍ଡ କରାଯିବ ବୋଲି ଏଥିରେ ଉଲ୍ଲେଖ ରହିଛି । ଏହା ସହ ହ୍ୱାଟସ୍ଆପ ଏବଂ ଫେସ୍ବୁକ୍ କଲ୍ ଉପରେ ମଧ୍ୟ ନଜର ରଖାଯିବ ବୋଲି କୁହାଯାଇଛି ।
ବିଭିନ୍ନ ଗ୍ରୁପ୍ରେ ଏହାକୁ ସେୟାର କରାଯାଉଛି । ମାତ୍ର ଏହାର ଯାଞ୍ଚ କରାଯିବା ସମୟରେ ଏହା ଏକ ଫେକ୍ ମେସେଜ୍ ବୋଲି ଜଣା ପଡିଛି, ପିଆଇବି ଫ୍ୟାକ୍ଟ ଚେକ୍ ପକ୍ଷରୁ ଏହା ଭାଇରାଲ୍ ମେସେଜ୍ରେ କୌଣସି ସତ୍ୟତା ନଥିବା କଥା କୁହାଯାଇଛି ।
ଭାରତ ସରକାର ଏପରି କୌଣସି ନିୟମ ଲାଗୁ କରି ନଥିବା କୁହାଯାଉଛି । ଏପରି ମିଛ ଖବରକୁ କେହି ସେୟାର ନ କରନ୍ତୁ ବୋଲି ପରାମର୍ଶ ଦିଆଯାଇଛି ।
Comments are closed.