ତ୍ରିରାଷ୍ଟ୍ରୀୟ ଗସ୍ତରେ ଉପରାଷ୍ଟ୍ରପତି

0

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁ ଶନିବାରଠାରୁ ଲାଟିନ୍‍ ଆମେରିକୀୟ ରାଷ୍ଟ୍ର ଗୁଏତମାଲା, ପାନାମା ଓ ପେରୁ ଗସ୍ତରେ ଯାଇଛନ୍ତି । ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ନାଇଡୁ ରବିବାର ଗୁଏତମାଲାରେ ପହଞ୍ଚି  ସେଠାରେ ମଙ୍ଗଳବାର ପର୍ଯ୍ୟନ୍ତ ରହିବେ । ଗୁଏତମାଲାରୁ ଉପରାଷ୍ଟ୍ରପତି ପାନାମା ଯିବେ । ଏହାପରେ ଦକ୍ଷିଣ ଆମେରିକୀୟ ଦେଶ ପେରୁକୁ ଗସ୍ତ କରିବେ । ଗସ୍ତକାଳରେ ଦୁଇ ଦେଶ ମଧ୍ୟରେ ମହାକାଶ ବିଜ୍ଞାନ, ଟେଲି ଯୋଗାଯୋଗ ସେବା, ଉପଗ୍ରହ ସେବା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ଜୈବ ପ୍ରଯୁକ୍ତି  ବିଦ୍ୟା ଆଦି ବିଷୟରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି ।

ଶ୍ରୀ ନାଇଡୁଙ୍କ ସହ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଯଶୱନ୍ତ ସିଂ ସୁମନଭାଇ ଭାଭୋର, ୪ ଜଣ ସଂସଦ ସଦସ୍ୟ ଏବଂ ବରିଷ୍ଠ ଅଧିକାରୀମାନଙ୍କ ଏକ ପ୍ରତିନିଧି ଦଳ ଯାତ୍ରା କରିଛନ୍ତି । ଭାରତ, ଲାଟିନ୍‍ ଆମେରିକୀୟ ଦେଶଗୁଡ଼ିକ ସହ ସମ୍ପର୍କ ବୃଦ୍ଧିକୁ ଗୁରୁତ୍ୱ ଦେଉଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ଅବସରରେ କୁହାଯାଇଛି । ଗତ କିଛି ବର୍ଷ ମଧ୍ୟରେ ଭାରତ ଏହିସବୁ ଦେଶଗୁଡ଼ିକ ସହ ଉନ୍ନତ ରାଜନୈତିକ ଓ ବାଣିଜ୍ୟିକ ସମ୍ପର୍କ ରଖିପାରିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Leave A Reply