www.samajalive.in
Monday, December 15, 2025
24.1 C
Bhubaneswar

ହରିୟାଣାରେ ୨୫ଲକ୍ଷ ଭୋଟ ଚୋରି : ରାହୁଲ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୋଟ ଚୋରିକୁ ନେଇ ଭାରତୀୟ ଜନତା ପାର୍ଟି ଓ ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ବିରୋଧରେ ବଡ ଅଭିଯୋଗ କରିଛନ୍ତି। ଯାହାକୁ ରାହୁଲଙ୍କ ଭୋଟ ଚୋରି ଅଭିଯୋଗର ହାଇଡ୍ରୋଜେନ ବମ୍‌ (ଏଚ୍‌ ଫାଇଲ୍ସ) କୁହାଯାଇଛି। ରାହୁଲ ଅଭିଯୋଗ କରିଛନ୍ତି ଯେ ୨୦୨୪ରେ ଅନୁଷ୍ଠିତ ହରିୟାଣା ବିଧାନସଭା ନିର୍ବାଚନରେ ୨୫ଲକ୍ଷ ଭୋଟ ଚୋରି ହୋଇଥିଲା। ନିଜର ଅଭିଯୋଗ ସମ୍ପର୍କରେ ରାହୁଲ କେତେକ ପ୍ରମାଣ ମଧ୍ୟ ଉପସ୍ଥାପନ କରିଛନ୍ତି। ରାହୁଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ହରିୟାଣା ବିଧାନସଭା ନିର୍ବାଚନରେ ୨୫ଲକ୍ଷ ଜାଲ୍ ଭୋଟର ମତଦାନ କରିଛନ୍ତି। ଅର୍ଥାତ୍ ଯେଉଁ ଭୋଟରମାନେ ମତଦାନ କରିଛନ୍ତି ସେମାନଙ୍କ ନାମ ଭୋଟର ତାଲିକାରେ ନାହିଁ କିମ୍ବା ସେମାନେ ଏକାଧିକ ଥର ମତଦାନ କରିଛନ୍ତି।

ହରିୟାଣାର କଂଗ୍ରେସ ପ୍ରାର୍ଥୀଙ୍କ ପକ୍ଷରୁ ମିଳିଥିବା ବିଭିନ୍ନ ତଥ୍ୟକୁ ଆଧାର କରି ସେ କହିଛନ୍ତି ଯେ ହରିୟାଣାରେ ପ୍ରତି ୮ଜଣରେ ଜଣେ ହେଉଛନ୍ତି ନକଲି ଭୋଟର। କାରଣ ହରିୟାଣାର ଭୋଟର ତାଲିକାରେ ୫ଲକ୍ଷ ୨୧ ହଜାର ନକଲି ଭୋଟରଙ୍କୁ ଚିହ୍ନଟ କରାଯାଇଛି। ଯାହା ମୋଟ ଭୋଟର ୧୨.୫ ପ୍ରତିଶତ। ରାହୁଲ କହିଛନ୍ତି ଯେ ହରିୟାଣା ନିର୍ବାଚନରେ ବ୍ରାଜିଲର ଜଣେ ମଡେଲ ୧୦ଟି ଭିନ୍ନ ଭିନ୍ନ ବୁଥରେ ୨୨ଥର ମତଦାନ କରିଛନ୍ତି। ସେ କହିଛନ୍ତି ଯେ ବ୍ରାଜିଲର ମଡେଲ ଜଣଙ୍କ ବିଭିନ୍ନ ନାମ ଯଥା ସୀମା, ସ୍ବିଟି ଓ ବିମଳା ଭଳି ଭିନ୍ନ ନାମରେ ୨୨ଥର ମତଦାନ କରିଛନ୍ତି। ରାହୁଲ ମଡେଲ ଜଣଙ୍କର ଫଟୋ ପ୍ରଦର୍ଶନ କରିଛନ୍ତି। ମଡେଲ ଜଣଙ୍କର ଫଟୋକୁ ବ୍ୟବହାର କରାଯାଇ ଏକାଧିକ ଥର ମତଦାନ କରାଯାଇଛି। ହରିୟାଣାରେ ଭୋଟ ଚୋରି ଯୋଗୁଁ କଂଗ୍ରେସ ନିଜର ୨୨ହଜାର ଭୋଟ ହରାଇବା ସହିତ ନିର୍ବାଚନରେ ପରାଜୟ ବରଣ କରିଥିଲା। ବ୍ରାଜିଲର ମହିଳା ମଡେଲଙ୍କ ମତଦାନ ଭୋଟ ଚୋରିର ବଡ ପ୍ରମାଣ। ରାହୁଲ କହିଛନ୍ତି ଯେ ଭାରତର ନିର୍ବାଚନ ଆୟୋଗ ଏହି ଭୋଟ ଚୋରିରେ ସମ୍ପୃକ୍ତ।

- Advertisement -

କଂଗ୍ରେସର ନିଶ୍ଚିତ ବିଜୟକୁ ପରାଜୟରେ ପରିଣତ କରିବା ଲାଗି ସ୍ବତନ୍ତ୍ର ଷଡଯନ୍ତ୍ର କରାଯାଇଥିଲା। ଏହି ଷଡଯନ୍ତ୍ର ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଧାନସଭା ନିର୍ବାଚନର ଦୁଇ ଦିନ ପରେ ସମସ୍ତେ ନିଶ୍ଚିତ ଥିଲେ ଯେ କଂଗ୍ରେସ ବିପୁଳ ବିଜୟ ହାସଲ କରିବ। ମାତ୍ର ନିର୍ବାଚନ ଫଳ କଂଗ୍ରେସ ବିପକ୍ଷରେ ଯାଇଥିଲା।

ରାହୁଲ ଅଭିଯୋଗ କରିଛନ୍ତି ଯେ ହରିୟାଣା ନିର୍ବାଚନ ସମୟରେ ଜଣେ ମହିଳାଙ୍କୁ ଦୁଇଟି ମତଦାନ କେନ୍ଦ୍ରରେ ୨୨୩ ଥର ଦେଖିବାକୁ ମିଳିଥିଲା। ମହିଳା ଜଣଙ୍କ ଅନେକ ଥର ମତଦାନ କରିବାର ସୁଯୋଗ ପାଇଥିଲେ। ନିର୍ବାଚନ ଆୟୋଗଙ୍କୁ ରାହୁଲ ପ୍ରଶ୍ନ କରିଛନ୍ତି ଯେ ଉକ୍ତ ମହିଳା ଜଣଙ୍କ କେତେଥର ମତଦାନ କରିଛନ୍ତି ତାହା ଜଣାନ୍ତୁ। ବିଜେପି ବିରୋଧରେ ଭୋଟ ଚୋରିକୁ ନେଇ ରାହୁଲ ବାରମ୍ବାର ଅଭିଯୋଗ କରିଆସୁଥିବାବେଳେ ଆଜି ଏହାର ହାଇଡ୍ରୋଜେନ ବମ୍ ପକାଇଛନ୍ତି। ସେପ୍ଟେମ୍ବର ୧ରେ ରାହୁଲ କହିଥିଲେ ଯେ ସେ ଭୋଟ ଚୋରିକୁ ନେଇ ହାଇଡ୍ରୋଜେନ ବମ୍ ପକାଇବେ। ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନର ଦିନକ ପୂର୍ବରୁ ରାହୁଲ ଏହି ହାଇଡ୍ରୋଜେନ ବମ୍ ପକାଇଛନ୍ତି। ଏହା ପୂର୍ବରୁ ମହାଦେବପୁରା ବିଧାନସଭା କ୍ଷେତ୍ରରେ ହୋଇଥିବା ଭୋଟ ଚୋରି ସମ୍ପର୍କରେ ରାହୁଲ ଅଭିଯୋଗ କରିଥିଲେ। ଭୋଟ ଚୋରି ରୋକିବା ଲାଗି ରାହୁଲ ଭୋଟରଙ୍କୁ ସଚେତନ କରିବାର ପ୍ରୟାସ ପୂର୍ବକ ୧୬ଦିନିଆ ଭୋଟର ଅଧିକାର ଯାତ୍ରା କରିଥିଲେ। ଏବେ ଦେଶରେ ଯେଉଁ ଏସଆଇଆର ଚାଲିଛି ତାହା ମଧ୍ୟ ଭୋଟ ଚୋରିର ଏକ ଅଂଶ ବୋଲି ରାହୁଲ କହିଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories