www.samajalive.in
Saturday, December 6, 2025
15.1 C
Bhubaneswar

ଆଜି ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟ୍ବେଣ୍ଟି-୨୦

ଗୋଲ୍‌ଡ କୋଷ୍ଟ: ଭାରତ ବିପକ୍ଷ ସଂଘର୍ଷପୂର୍ଣ୍ଣ ଦିନିକିଆ ଶୃଙ୍ଖଳାକୁ ଘରୋଇ ଅଷ୍ଟ୍ରେଲିଆ ଜିତିବା ପରେ ଟ୍ବେଣ୍ଟି୨୦ ଶୃଙ୍ଖଳା ସଂଘର୍ଷପୂର୍ଣ୍ଣ ହୋଇଛି। ୫-ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ବାତିଲ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୨ୟ ଓ ଭାରତ ୩ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଜିତିଛନ୍ତି। ଗୁରୁବାର ଏଠାରେ ଉଭୟ ଦଳଙ୍କ ମଧ୍ୟରେ ଚତୁର୍ଥ ମ୍ୟାଚ୍‌ ଖେଳାଯିବ। ଶୃଙ୍ଖଳା ଆଗକୁ ବଢ଼ିବା ସହ ଅଷ୍ଟ୍ରେଲିଆ ଦଳ ଦୁର୍ବଳ ହେବାରେ ଲାଗିଛି ଏବଂ ଭାରତୀୟ ଖେଳାଳି ଲୟକୁ ଫେରିଛନ୍ତି।

ପ୍ରଥମ ୨ଟି ମ୍ୟାଚ୍‌ ପ​‌େ​‌ର ଅଷ୍ଟ୍ରେଲିଆର ମ୍ୟାଚ୍‌ ବିଜେତା ଫାଷ୍ଟବୋଲର ଜୋଶ୍‌ ହାଜେଲ୍‌ଉଡ୍‌ ଆସେସ୍‌ ପ୍ରସ୍ତୁତି ପାଇଁ ଚାଲି ଯାଇଛନ୍ତି। ୩ୟ ମ୍ୟାଚ୍‌ ପରେ ବିସ୍ଫୋରକ ଓପ୍‌ନର ଟ୍ରାଭିସ୍‌ ହେଡ୍‌ ଓ ପେସ୍‌ ବୋଲର ସନ୍ ଆବଟ୍‌ ମଧ୍ୟ ସମାନ କାରଣରୁ ଚାଲି ଯାଇଛନ୍ତି। ଗୁରୁବାର ମ୍ୟାଚ୍‌ରେ ଯେଉଁ ଦଳ ବିଜୟୀ ହେବ; ଏହାର ଶୃଙ୍ଖଳା ପରାଜୟ ଅସମ୍ଭବ। ଅନ୍ୟପକ୍ଷରେ ଭାରତ ଦ୍ବିତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ହାରିବା ପରେ ତୃତୀୟ ମ୍ୟାଚ୍‌ରେ ୩ଟି ପରିବର୍ତ୍ତନ କରିଥିଲା। ଏହି ତିନି ଖେଳାଳି ଅର୍ଶଦୀପ ସିଂହ, ୱାଶିଂଟନ ସୁନ୍ଦର ଓ ଜିତେଶ ଶର୍ମା ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେଣୁ ୪ର୍ଥ ମ୍ୟାଚ୍‌ ଜିତିବାକୁ ଭାରତ ଫେଭରିଟ୍‌।

- Advertisement -

ହୋବାର୍ଟରେ ଭାରତ ପେସାଦାର ଢଙ୍ଘରେ ୧୮୭ ରନ୍‌ର ପିଛାକରି ଜିତିଥିଲା। ଗତ ୨ଟି ମ୍ୟାଚ୍‌ରେ ଏକମାତ୍ର ଭାରତୀୟ ଭାବେ ଅଭିଷେକ ଶର୍ମା ଅର୍ଦ୍ଧଶତକ ହାସଲ କରିବା ସହ ୧୦୦ରୁ ଅଧିକ ରନ୍‌ କରିଛନ୍ତି। ତାଙ୍କୁ ଜଲ୍‌ଦି ଆଉଟ୍‌ କରିବାକୁ ଅଷ୍ଟ୍ରେଲିଆ ଚାହିଁବ। ଆଉ ୩୯ ରନ୍‌ କଲେ ଅଭିଷେକ ସବୁଠାରୁ କମ୍ ୨୭ ଇନିଂସରୁ ୧୦୦୦ ଟ୍ବେଣ୍ଟି୨୦ ରନ୍‌ ପୂରଣ କରି ବିରାଟ କୋହଲିଙ୍କ ସମକକ୍ଷ ହେବେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଶୁଭମନ ଗିଲ୍‌, ୱାଶିଂଟନ ସୁନ୍ଦର ଓ ଜିତେଶ ଶର୍ମା ଭଲ ଇନିଂସ ଖେଳିଛନ୍ତି। ତେଣୁ ଗୁରୁବାରର ମ୍ୟାଚ୍‌ରେ ସଞ୍ଜୁ ସାମ୍‌ସନଙ୍କ ସ୍ଥାନରେ ଜିତେଶ ଶର୍ମା ଆଉ ଏକ ସୁଯୋଗ ପାଇପାରନ୍ତି। ଅପରିବର୍ତ୍ତିତ ଏକାଦଶ ନେଇ ଭାରତ ଖେଳିପାରେ। ତଥାପି ନୀତୀଶ ରେଡ୍‌ଡୀ ସୁସ୍ଥ ହୋଇ ଯାଇଥିବାରୁ ଶିବମ୍ ଦୁବେଙ୍କ ସ୍ଥାନରେ ନୀତୀଶଙ୍କୁ ଖେଳାଇବା କଥା ଭାରତ ଚିନ୍ତା କରିପାରେ। ହର୍ଷିତ ରାଣାଙ୍କ ସ୍ଥାନରେ ତୃତୀୟ ମ୍ୟାଚ୍‌ରେ ଖେଳି ଅର୍ଶଦୀପ ସିଂହ ୩ଟି ୱିକେଟ୍‌ ନେଇ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

ଶୃଙ୍ଖଳାରେ ପ୍ରଥମ ସୁଯୋଗ ପାଇ ୱାଶିଂଟନ ସୁନ୍ଦର ୨୩ ବଲ୍‌ରୁ ୪୯ ଓ ଜିତେଶ ଶର୍ମା ୧୩ ବଲ୍‌ରୁ ୨୨ ରନ୍‌କରି ଅପରାଜିତ ଥିଲେ। ଭାରତୀୟ ବ୍ୟାଟିଂ ଲାଇନ୍ ଲମ୍ବା ଥିବାରୁ ଦଳକୁ ଏହା ସୁହାଇଛି। ମଧ୍ୟକ୍ରମ ସଫଳ ହେବା ଭାରତକୁ ଉତ୍ସାହିତ କରିଛି। ତୃତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ପ୍ରମୁଖ ବ୍ୟାଟ୍‌ସମ୍ୟାନ ବିଫଳ ହୋଇଥିବା ବେଳେ ଟିମ୍ ଡେଭିଡ୍‌ ଓ ମାର୍କସ ଷ୍ଟଇନିସ୍‌ ବିସ୍ଫୋରକ ଅର୍ଦ୍ଧଶତକ ହାସଲକରି ଦଳକୁ ୧୮୬ ରନ୍‌ରେ ପହଞ୍ଚାଇଥିଲେ। ହେଲେ ଦୁର୍ବଳ ବୋଲିଂ ଯୋଗୁଁ ଅଷ୍ଟ୍ରେଲିଆ ପରାସ୍ତ ହୋଇଥିଲା। ଜାଭିଏର ବାର୍ଟଲେଟ ଭଲ ବୋଲିଂ କରିଥିବା ବେଳେ ଅନ୍ୟମାନେ ଅତ୍ୟଧିକ ରନ୍‌ ଦେଇଥିଲେ। ସନ୍ ଆବଟ୍‌ଙ୍କ ସ୍ଥାନରେ ବାମହାତି ପେସ୍‌ ବୋଲର ବେନ୍‌ ଡ୍ବାର୍‌ସିଅସ୍ ଖେଳିପାରନ୍ତି। ଅଷ୍ଟ୍ରେଲିଆକୁ ସଫଳ ହେବାକୁ ହେଲେ ଅଧିନାୟକ ତଥା ଓପ୍‌ନର ମିଚେଲ ମାର୍ଶଙ୍କୁ ବଡ଼ ସ୍କୋର୍‌ କରିବାକୁ ପଡ଼ିବ। ଟ୍ରାଭିସ୍ ହେଡ୍‌ ନ ଥିବାରୁ ମାଥ୍ୟୁ ସର୍ଟ ଇନିଂସ ଓପନ୍‌ କରିବେ। ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ମଧ୍ୟକ୍ରମରେ ଖେଳିବା ନିଶ୍ଚିତ ଲାଗୁଛି। ମୋଟ ଉପରେ ଅଷ୍ଟ୍ରେଲିଆର ବ୍ୟାଟିଂ ମଜ୍‌ଭୁତ ଲାଗୁଥିଲେ ହେଁ ବୋଲିଂରେ ଦୁର୍ବଳତା ରହିଛି। ଗୋଲ୍‌ଡ କୋଷ୍ଟର ପିଚ୍‌ ବ୍ୟାଟିଂ ସହାୟକ ହେବ। ଉଭୟ ଦଳ ଟସ୍ ଜିତି ରନ୍‌ର ପିଛା କରିବାକୁ ଚାହିଁବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories