www.samajalive.in
Friday, December 5, 2025
23.1 C
Bhubaneswar

ଆଇସିସି ଟ୍ବେଣ୍ଟି-୨୦ ବୋଲିଂ ମାନ୍ୟତା: ଶୀର୍ଷରେ ବରୁଣ, ଖସିଲେ କୁଳଦୀପ

ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ପୁରୁଷ ଟ୍ବେଣ୍ଟି୨୦ ବୋଲିଂ ମାନ୍ୟତାରେ ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ବାମହାତି ଚାଇନାମ୍ୟାନ ସ୍ପିନର କୁଳଦୀପ ଯାଦବ ୫ଟି ସ୍ଥାନ ଖସି ଆସିବା ସହ ୧୫ଶ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ଟ୍ବେଣ୍ଟି୨୦ ଶୃଙ୍ଖଳାରେ ଗୋଟିଏ ମ୍ୟାଚ ଖେଳିଥିବା କୁଳଦୀପ୍‌ ଆଶାଜନକ ପ୍ରଦର୍ଶନ କରି ପାରିନଥିଲେ। ଉକ୍ତ ପ୍ରଦର୍ଶନ ବଳରେ କୁଳଦୀପ ମାନ୍ୟତାରେ ତଳକୁ ଖସି ଆସିଛନ୍ତି। ବରୁଣ ଚକ୍ରବର୍ତ୍ତୀ ୭୯୯ ରେଟିଂ ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।

ୱେଷ୍ଟଇଣ୍ଡିଜ୍‌ର ବାମହାତି ସ୍ପିନର ଆକିଲ ହୋସେନ ୨ୟ, ଆଫଗାନିସ୍ତାନର ରସିଦ ଖାନ ୩ୟ, ଶ୍ରୀଲଙ୍କାର ୱାନିନ୍ଦୁ ହାସରଙ୍ଗା ୪ର୍ଥ, ଇଂଲଣ୍ଡର ଆଦିଲ ରସିଦ ୫ମ, ଶ୍ରୀଲଙ୍କାର ନୁୱାନ ତୁଷାା​ରା ୬ଷ୍ଠ, ଅଷ୍ଟ୍ରେଲିଆର ଆଡାମ ଜାମ୍ପା ୭ମ, ପାକିସ୍ତାନର ଅବ୍‌ରାର ଅହମ୍ମଦ ୮ମ, ନ୍ୟୁଜିଲାଣ୍ଡର ଜାକବ ଡଫି ୯ମ ଓ ଅଷ୍ଟ୍ରେଲିଆର ଜୋଶ ହାଜେଲଉଡ୍‌ ୧୦ମ, ଅଷ୍ଟ୍ରେଲିଆର ନାଥନ ଏଲିସ୍‌ ୧୧ଶ ଓ ବାଂଲାଦେଶର ମୁଜିବ ଉର ରେହମାନ ୧୨ଶ ସ୍ଥାନରେ ରହିଛନ୍ତି। ପାକିସ୍ତାନର ଦ୍ରୁତ ବୋଲର ସାହିନ ସାହା ଆଫ୍ରିଦି ୩ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୧୩ଶ ସ୍ଥାନରେ, ଆଫଗାନିସ୍ତାନର ମୁଜିବ ଉର୍‌ ରେହମାନ ୧୩ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୧୪ଶ ସ୍ଥାନରେ ରହିଛନ୍ତି।

- Advertisement -

 

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories