www.samajalive.in
Sunday, December 7, 2025
23.1 C
Bhubaneswar

ସ୍ବାମୀକୁ ହତ୍ୟା କରି ରୋଷେଇ ଘରେ ପୋତିଲା ସ୍ତ୍ରୀ

ଅହମଦାବାଦ: ପ୍ରାୟ ବର୍ଷକ ତଳେ ଘଟିଥିବା ଏକ ହତ୍ୟା ଘଟଣାର ରହସ୍ୟକୁ ଗୁଜରାଟ ପୁଲିସ ଉନ୍ମୋଚନ କରିଛି। ଏହି ହତ୍ୟା ଘଟଣାର ରହସ୍ୟ ବଡ ଚାଞ୍ଚଲ୍ୟକର ହୋଇଛି। କାରଣ ହତ୍ୟାର ଶିକାର ହୋଇଥିବା ଯୁବକ ସମୀର ଅନସାରୀ (୩୫)ଙ୍କ ହତ୍ୟାକାରୀ ହେଉଛନ୍ତି ତାଙ୍କ ପତ୍ନୀ ରୁବି। ଅନସାରୀ ଏକ ବର୍ଷ ହେଲା ନିଖୋଜ ଥିବାବେଳେ ତାଙ୍କ ମୃତଦେହର ଅବଶେଷକୁ ପୁଲିସ ଉଦ୍ଧାର କରିଛି। ଅନସାରୀଙ୍କ ମୃତଦେହକୁ ତାଙ୍କ ରୋଷେଇ ଘର ତଳୁ ଉଦ୍ଧାର କରାଯାଇଛି। ଅନସାରୀଙ୍କୁ ପତ୍ନୀ ରୁବି ପ୍ରେମିକ ଇମ୍ରାନ ସହିତ ମିଶି ହତ୍ୟା କରିଥିଲେ। ହତ୍ୟା ପରେ ସେମାନେ ଅନସାରୀଙ୍କ ମୃତଦେହକୁ ରୋଷେଇ ଘରେ ପୋତି ଦେଇଥିଲେ।

ଏହି ହତ୍ୟାକାଣ୍ଡରେ ଇମ୍ରାନର ଦୁଇଜଣ ସମ୍ପର୍କୀୟ ମଧ୍ୟ ସହଯୋଗ କରିଥିଲେ। ପୁଲିସ ଇମ୍ରାନକୁ ଗିରଫ କରିଥିବାବେଳେ ହତ୍ୟାରେ ସହଯୋଗ କରିଥିବା ଅନ୍ୟ ଦୁଇ ଅଭିଯୁକ୍ତ ରହିମ ଓ ମୋହସିନଙ୍କ ସହିତ ପତ୍ନୀ ରୁବି ଫେରାର ଅଛନ୍ତି। ଅହମଦାବାଦ ଡିସିପି (କ୍ରାଇମ) ଅଜିତ ରଞ୍ଜନ କହିଛନ୍ତି ଯେ ଅନସାରୀର ମୃତଦେହର ଅବଶେଷକୁ ଡିଏନଏ ପରୀକ୍ଷା ପାଇଁ ପଠାଯାଇଛି। ରୁବି ଓ ଇମ୍ରାନ ମଧ୍ୟରେ ଅନୈତିକ ସମ୍ପର୍କ ରହିଥିଲା। ଏଥିପାଇଁ ସେମାନେ ଅନସାରୀକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ରୁବି ସହାୟତାରେ ଇମ୍ରାନ ଅନସାରୀର ତଣ୍ଟି କାଟି ହତ୍ୟା କରିଥିଲା। ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ରୋଷେଇ ଘରେ ପୋତି ଦେଇଥିଲେ। ମୃତଦେହକୁ ପୋତିବା ପରେ ଚଟାଣରେ ସିମେଣ୍ଟ ଓ ଟାଇଲ୍ ବସାଇଦେଇଥିଲେ। ସ୍ବାମୀକୁ ହତ୍ୟା କରିବା ପରେ ରୁବି ତାର ଦୁଇ ପିଲାଙ୍କ ସହିତ ଉକ୍ତ ଘରେ କିଛି ଦିନ ରହିଥିଲା। ସେ ତା’ର ପଡୋଶୀଙ୍କୁ କହିଥିଲା ଯେ ସ୍ବାମୀ କାମ କରିବା ଲାଗି ଅନ୍ୟ ସହରକୁ ଯାଇଛନ୍ତି।

- Advertisement -

ପରବର୍ତ୍ତୀ ସମୟରେ ରୁବି ଘର ଛାଡି ଅନ୍ୟତ୍ର ଚାଲିଯାଇଥିଲା। ଅନସାରୀ ବିହାରର ମୂଳ ବାସିନ୍ଦା। ସେ ରୁବିକୁ ପ୍ରେମ ବିବାହ କରିଥିଲେ। ୨୦୧୬ରୁ ସେ ଅହମଦାବାଦରେ ରହି ଆସୁଥିଲା। ରାଜମିସ୍ତ୍ରି ଭାବେ ସେ କାମ କରି ପରିବାର ଚଳାଉଥିଲା। ଅନସାରୀର କ୍ରମାଗତ ଅନୁପସ୍ଥିତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେବାରୁ ପୁଲିସ ଏହାର ତଦନ୍ତ କରିଥିଲା। ତଦନ୍ତ ବେଳେ ଇମ୍ରାନକୁ ଗିରଫ କରାଯିବା ପରେ ସେ ହତ୍ୟା ଘଟଣାକୁ ସ୍ବୀକାର କରିଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories