www.samajalive.in
Tuesday, December 9, 2025
23.1 C
Bhubaneswar

ଆଇସିସି ପୁରସ୍କାରରେ ବିରାଟଙ୍କ ନାମ : ସବୁ ଫରମାଟରେ ଶ୍ରେଷ୍ଠ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଆଇସିସି ଆୱାର୍ଡସ୍ ୨୦୧୭-୧୮ର ସମସ୍ତ ବିଭାଗର ଶ୍ରେଷ୍ଠ ସମ୍ମାନକୁ ନିଜ ନାମରେ କରିଛନ୍ତି। ବର୍ଷର ଶ୍ରେଷ୍ଠ ଦିନିକିଆ କ୍ରିକେଟର ଭାବେ ସେ ହ୍ୟାଟ୍ରିକ୍‌ ହାସଲ କରିଥିବାବେଳେ ୨୦୧୭-୧୮ ବର୍ଷ ପାଇଁ ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଏବଂ ୨୦୧୮ ବର୍ଷର ଶ୍ରେଷ୍ଠ କ୍ରିକେଟର ବା ସାର୍‌ ଗାରଫିଲ୍ଡ ସୋବର୍ସ ଟ୍ରଫି ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି। ଏହା ପୂର୍ବରୁ ୨୦୧୨ରେ ମଧ୍ୟ ବିରାଟ ଦିନିକିଆ କ୍ରିକେଟ୍ ଅଫ ଦି ଇୟରର ପୁରସ୍କାର ଜିତିଥିଲେ। ଆଇସିସି ଇତିହାସରେ ଏଭଳି ସଫଳତା ହାସଲ କରିବାରେ  ବିରାଟ ପ୍ରଥମ କ୍ରିକେଟର ହୋଇଛନ୍ତି। ଯାହା ବିରାଟଙ୍କ ପ୍ରଶଂସକ ମହଲରେ ଖୁସି ଖେଳାଇ ଦେଇଛି।

ଉଭୟ ଟେଷ୍ଟ ଏବଂ ଦିନିକିଆ ଆଇସିସି ଟେଷ୍ଟ ଦଳରେ ବିରାଟଙ୍କ ବ୍ୟତୀତ ଯଶ୍‌ପ୍ରୀତ୍‌ ବୁମ୍‌ରା ମଧ୍ୟ ସ୍ଥାନ ପାଇଛନ୍ତି। ଆଇସିସି ଦିନିକିଆରେ ଏ ଦୁହିଁଙ୍କ ବ୍ୟତୀତ ରୋହିତ ଶର୍ମା ଏବଂ କୁଲଦୀପ ଯାଦବ ମଧ୍ୟ ସ୍ଥାନ ପାଇଛନ୍ତି।

- Advertisement -

 

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories