ଫାର୍ମାସିଷ୍ଟ ସଂଘ ତରଫରୁ ଡ଼ାକ୍ତରଙ୍କ ବିରୋଧରେ ଲିଖିତ ଅଭିଯୋଗ

ବୁର୍ଲା ଭିମସାର ହସପିଟାଲରେ ଡ଼ାକ୍ତରଙ୍କ ମହିଳା ଫାର୍ମାସିଷ୍ଟଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ

ବୁର୍ଲା : ବୁର୍ଲା ଭିମସାର ହସପିଟାଲରେ ଏକ ଅଭାବନୀୟ ଘଟଣା ସ୍ଥାନୀୟ ମହଲରେ ଚର୍ଚ୍ଚାର ପରିସରଭୁକ୍ତ ହେବା ସହିତ ବିଭିନ୍ନ ମହଲରେ ଏହି ଡ଼ାକ୍ତରଙ୍କ ଦୁର୍ବ୍ୟବହାରକୁ ପ୍ରବଳ ନିନ୍ଦା କରାଯାଉଛି । ତେବେ ଏହାକୁ ନେଇ ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ ତରଫରୁ ବୁର୍ଲା ଭିମସାର ଶାଖା ତରଫରୁ ଅଧିକ୍ଷୀକଙ୍କୁ ଲିଖିତ ଏକ ଅଭିଯୋଗ ଦିଆଯିବା ସହିତ ସଂଘ ତରଫରୁ ଏକ ସଭାରେ ଏହି ଘଟଣାକୁ ଦୃଢ ନିନ୍ଦା କରାଯାଇଛି ।
ଜଣେ ସହକାରୀ ମହିଳା ଡ଼ାକ୍ତରଙ୍କୁ ମେଡ଼ିସିନ ନ ଦେବା ଅଭିଯୋଗ ଆଣି ଏସପିଏମ ବିଭାଗର ବରିଷ୍ଠ ଆବାସିକ ଡ଼ାକ୍ତର ଅଭିଷେକ ନିରାମୟ ସେଣ୍ଟରରେ କାର୍ଯ୍ୟରତ ମହିଳା ଫାର୍ମାସିଷ୍ଟ ସୁଶ୍ରୀ ତେଜସ୍ୱିନୀ ରଣାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ମାତ୍ର ଡ଼ାକ୍ତର ଜାଣି ନ ଥିଲେ ଯେ ଏହା ମୋବାଇଲରେ ରେକର୍ଡ଼ ହେଉଥିଲା । ଯାହାକି ଭାଇରାଲ ହେବା ପରେ ଏହି ଡ଼ାକ୍ତରୀ ପେଶାରେ ଥିବା ଜଣେ ବ୍ୟକ୍ତିଙ୍କ ଏଭଳି ଅଶୋଭନୀୟ ଆଚରଣକୁ ନେଇ ଅନେକ ସମାଲୋଚନା କରାଯାଉଛି। ଏହି ଘଟଣାକୁ ନେଇ ଫାର୍ମାସିଷ୍ଟ ସଂଘ ତରଫରୁ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରାଯିବା ସହିତ ନିନ୍ଦା କରାଯାଇଛି । ଏଭଳି ଭାବରେ କାର୍ଯ୍ୟରତ ଜଣେ ମହିଳା ଫାର୍ମାସିଷ୍ଟଙ୍କୁ ଜଣେ ଡ଼ାକ୍ତରଙ୍କ ଦୁର୍ବ୍ୟବହାର ପ୍ରଦର୍ଶନ କେତେଦୂର ଯୁକ୍ତିସମ୍ମତ ବୋଲି ମତ ପ୍ରକାଶ ପାଇଛି । ଏହାକୁ ନେଇ ଉକ୍ତ ଏସପିଏମ ବିଭାଗର ବରିଷ୍ଠ ଆବାସିକ ଡ଼ାକ୍ତର ଅଭିଷେକଙ୍କ ବିରୋଧରେ ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ, ବୁର୍ଲା ଭିମସାର ଶାଖା ତରଫରୁ ଲିଖିତ ଭାବରେ ଭିମସାର ହସପିଟାଲ ଅଧିକ୍ଷୀକ ପ୍ରଫେସର ଲାଲମୋହନ ନାୟକଙ୍କୁ ଏକ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଛି । ତେବେ ଗତ ୧୦ ତାରିଖରେ ଫାର୍ମାସିଷ୍ଟ ମାନସ ରଞ୍ଜନ ପତି ଏବଂ ସୁଶ୍ରୀ ତେଜସ୍ୱିନୀ ରଣାଙ୍କ ତରଫରୁ ଉକ୍ତ ଏସପିଏମ ବିଭାଗର ବରିଷ୍ଠ ଆବାସିକ ଡ଼ାକ୍ତର ଡ଼ାକ୍ତର ଅଭିଷେକ ଉଭୟଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହିତ ମାଡ଼ ମାରିବା ପାଇଁ ଧମକ ମଧ୍ୟ ଦେଇଥିଲେ ସେହି ସମୟରେ ଉଭୟ କାର୍ଯ୍ୟରତ ରହିଥିବା ଏବଂ ରୋଗୀମାନଙ୍କ ସମ୍ମୁଖରେ ଏହି ଅଭାବନୀୟ ଘଟଣା ଘଟିଥିଲା।

prayash

ଫାର୍ମାସିଷ୍ଟ ସଂଘର ସଭାପତି ନିରଞ୍ଜନ ମେହେର ସାଧାରଣ ସମ୍ପାଦକ ଆଶୁନାୟକଙ୍କ ହସ୍ତାକ୍ଷର ହୋଇଥିବା ଏକ ଅଭିଯୋଗପତ୍ର ଭିମସାର ହସପିଟାଲ ଅଧିକ୍ଷୀକ ପ୍ରଫେସର ଲାଲମୋହନ ନାୟକଙ୍କୁ ପ୍ରଦାନ କରାଯାଇ ଉକ୍ତ ଡ଼ାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି । ନିରାମୟ କେନ୍ଦ୍ରରେ ଜଣେ ଡ଼ାକ୍ତର ଜଣେ ମହିଳା ଫାର୍ମାସିଷ୍ଟଙ୍କୁ ଗାଳିଗୁଲଜ କରିବା ସହିତ ସେଠାରେ କାର୍ଯ୍ୟରତ ଅନ୍ୟ ଜଣେ ଫାର୍ମାସିଷ୍ଟ ମାନସ ରଞ୍ଜନ ପତିଙ୍କୁ ମଧ୍ୟ ଧମକାଇବା ନେଇ ଏକ ଭିଡ଼ିଓ ଭାଇରାଲ ହୋଇଥିଲା। ଯାହାକି ଉକ୍ତ ଡ଼ାକ୍ତରଙ୍କ ଅଡ଼ୁଆ ବଢ଼ାଇ ଦେଇଛି । ତେବେ ଏହି ଘଟଣା ଆଗକୁ କି ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା।

Comments are closed.