www.samajalive.in
Sunday, December 7, 2025
26.1 C
Bhubaneswar

ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡ଼ି ବ୍ଲକ ଶିକ୍ଷା ବିଭାଗ ମୁଖ୍ୟ କିରାଣୀ

ଫୁଲବାଣୀ/ଦାରିଙ୍ଗବାଡି: ୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଦାରିଙ୍ଗବାଡ଼ି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଚିତରଂଜନ ସିଂ। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।। ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିବା ଶିବ ଶଙ୍କରଙ୍କର ଘର ଗଂଜାମ ଜିଲାର ସେରଗଡ଼ ଥାନା ଅନ୍ତର୍ଗତ କୁରୁଲା ଗ୍ରାମରେ ଓ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ମୁଖ୍ୟ କିରାଣୀଙ୍କ ଘର କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ନୂଆସାହିରେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ମୁତାବକ ଦାରିଙ୍ଗବାଡ଼ି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ ଥିବା ଶ୍ରାନିକେତା ଗ୍ରାମରେ ଥିବା ଚନ୍ଦ୍ରୁ ସାହୁ ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଫୁଲ ଚନ୍ଦ୍ର ପଟ୍ଟନାୟକଙ୍କର ଗତ ୨୦୧୫ ମସିହାରେ ଅକାଳ ବିୟୋଗ ଘଟିବା ପରେ ସରକାରଙ୍କ ନିୟମ ମୁତାବକ ବାପାଙ୍କ ମୃତ୍ୟ ପରେ ପୁଅ ଶିବ ଶଙ୍କର ପଟ୍ଟନାୟକଙ୍କୁ ପୁନଃସ୍ଥାପନ କରିବାପାଇଁ ନିଜେ ପୁଅ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସମସ୍ତ କାଜଗପତ୍ର ଦେଇ ଆବେଦନ କରିଥିଲେ। ତେବେ ଦୀର୍ଘ ଦିନ ପର୍ଯ୍ୟନ୍ତ ତାଙ୍କର ଫାଇଲ୍‍ ଗୋଟିଏ ଟେବୁଲ୍‍ ରୁ ଅନ୍ୟ ଏକ ଟେବୁଲକୁ ଘୁଞ୍ଚିନଥିବା ବେଳେ ଏହାର ଦାୟିତ୍ୱରେ ଥିବା କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଏଥି ପାଇଁ ୫ ହଜାର ଟଙ୍କା ଦାବି କରିଥିଲେ। ୫ହଜାରଟଙ୍କା ଦେବା ପରେ ହିଁ ତାଙ୍କ କାମ ହେବ ବୋଲି ଶିବଶଙ୍କରଙ୍କୁ ମୁଖ୍ୟ କିରାଣୀ କହିଥିବା ଅଭିଯୋଗ କରିଛନ୍ତି ଶିବ ଶଙ୍କର। ତେବେ ଏନେଇ ଶିବଶଙ୍କର ବ୍ରହ୍ମପୁର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଆଜି ଅପରାହ୍ନ ପ୍ରାୟ ସାଢ଼େ ୧ଟା ବେଳେ ଶିବଶଙ୍କର ଦାରିଙ୍ଗବାଡ଼ି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଂଚିଥିବା ବେଳେ ମୁଖ୍ୟ କିରାଣୀ ତୁମର ସମସ୍ତ କାମ ହୋଇଯିବ କହିବା ମୁତାବକ ଟଙ୍କା ଆଣିଛ କି ବୋଲି କହିଥିବା ବେଳେ ଶିବଶଙ୍କର ଦାବି ମୁତାବକ ୫ହଜାରଟଙ୍କା ମୁଖ୍ୟ କିରାଣୀ ଚିତରଂଜନ ସିଂଙ୍କୁ ଦେଇଥିଲେ। ସେହିସମୟରେ ପୁର୍ବଯୋଜନା ମୁତାବକ ସେଠାରେ ଛପିରହିଥିବା ଭିଜିଲାନ୍ସ ଅଧିକାରୀ ମାନେ ଚିତ ରଂଜନ ସିଂଙ୍କ ଠାରୁ ରଂଗବୋଳା ନଗଦ୫ହଜାରଟଙ୍କା ଜବତ କରି ତାଙ୍କୁ ଗିରଫ କରିବା ସହିତ ଆଉ କିଛି କାଗଜପତ୍ର ମଧ୍ୟ ଜବତ କରିଥିବା ଜଣାପଡ଼ିଛି। ଗିରଫ ପରେ ଚିତ୍ତ ରଂଜନ ସିଂଙ୍କୁ ବ୍ରହ୍ମପୁର ନିଆଯାଇଥିବା ପ୍ରକାଶ। ରିପୋର୍ଟ ଲେଖାହେବା ସୁଦ୍ଧା ଚିତରଂଜନଙ୍କ ଅଫିସ ଓ ବାଲିଗୁଡ଼ା ସ୍ଥିତ ବାସ ଭବନରେ ଚଢ଼ାଉ ଚାଲିଥିବା ଭିଜିଲାନ୍ସ ବିଭାଗ ତରଫରୁ ସୂଚନା ଦିଆଯାଇଛି।ଅନ୍ୟପକ୍ଷରେ ଜିଲାରେ ଥିବା ସମସ୍ତ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ମାନଙ୍କରେ ଏଭଳି ଭାବେ ବ୍ୟାପକ ଦୁର୍ନିତି ଚାଲିଥିବା ବେଳେ ଅନେକ ଶିକ୍ଷକ ଓ ଶିକ୍ଷୟତ୍ରୀ ଭୟଭିତ ହୋଇ ମୁହଁ ଫିଟାଉନଥିବା ବେଳେ ଭିଜିଲାନ୍ସ ବିଭାଗ ଅଚାନକ ଭାବେ ବିଭିନ୍ନ କାର୍ଯ୍ୟାଳୟରେ ଚଢାଉ କରିବା ପାଇଁ ମଧ୍ୟ ବିଭିନ୍ନ ମହଲରେ ଦାବି ହୋଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories