ଭର୍ଟିଗୋ’ ଜାଣନ୍ତୁ ଏହି ରୋଗ ବିଷୟରେ
ଡାକ୍ତର ପି. କ୍ରିଷ୍ଣନ
ବେଙ୍ଗାଲୁରୁ
ଭର୍ଟିଗୋ କେବଳ ଯେ ବୟସାଧିକ୍ୟ ଲୋକେ ନୁହେଁ, ସଂଖ୍ୟାଧିକ ଯୁବବର୍ଗ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହେଉଥିବାର ଦେଖାଯାଉଛି। ମୁଣ୍ଡ ଘୂରାଇବା ସହ ଅନେକ ସମୟରେ ଅଧ କପାଳି ସମସ୍ୟା ଉପୁଜିଥାଏ। ଉଚ୍ଚ ସ୍ଥାନକୁ ନ ଯିବା ସହ ବିଶେଷଜ୍ଞଙ୍କ ପରାମର୍ଶରେ ଔଷଧ ସେବନ କରିବା ଆବଶ୍ୟକ। ଏହି ରୋଗ ହେଲେ ଉଭୟ ପୁରୁଷ ମହିଳା ହାଇ-ହିଲ୍ ନ ପିନ୍ଧିବା ଭଲ। ପାହାଡ଼ ଉପରକୁ କିମ୍ବା ଅଧିକ ତୀଖ ସ୍ଥାନକୁ ଏମାନେ ଏକୁଟିଆ ଯିବା ଅନୁଚିତ।