ସକାଳୁ ଉଠି କଣ ଦେଖିଲେ ହୋଇଥାଏ କ୍ଷତି , ଆସନ୍ତୁ ଜାଣିବା

0

ସାଧାରଣତଃ ବହୁ ସମୟରେ ଆମର କୌଣସି କାମ ନ ହେଲେ ଓ ଅସୁବିଧା ହେଲେ ଆମେ କହିଥାଉ ଯେ ସକାଳୁ କାହା ମୁହଁ ଚାହିଁଥିଲୁ ଯେ ଆଜି କିଛି କାମ ସଫଳ ହେଲାନାହିଁ । ବାସ୍ତବିକ ସେପରି ବହୁ କାରଣ ଶାସ୍ତ୍ରରେ ଉଲ୍ଲେଖ ରହିଛି ଯାହାକୁ ଆମେ ସକାଳୁ ଉଠି ଦେଖିବା ଦ୍ୱାରା ଆମର କ୍ଷତି ହୋଇଥାଏ ଓ କାର୍ଯ୍ୟରେ ସଫଳତା ମିଳି ନ ଥାଏ ।
ସେଗୁଡ଼ିକ ମଧ୍ୟରୁ ୪ଟି ମୁଖ୍ୟ ଜିନିଷ ହେଉଛି –
ଆଇନା – ସକାଳୁ ଉଠି ପ୍ରଥମେ ନିଜ ମୁହଁକୁ ଆଇନାରେ ଦେଖନ୍ତୁ ନାହିଁ । ଏହା ଦ୍ୱାରା ଆପଣଙ୍କ ଦିନଟି ଅଶୁଭ ହୋଇଥାଏ । ଆଇନା ପରିବର୍ତ୍ତେ ନିଜ ହାତର ୨ ପାପୁଲିକୁ ଚାହିଁ ଭଗବାନଙ୍କ ନାମ ନେଲେ ଦିନଟି ଖୁବ ଭଲରେ କଟି ଥାଏ ।
କୁକୁର – ସକାଳୁ ଉଠି ଘର ବାହାରେ କୌଣସି କୁକୁର ମାନଙ୍କୁ ଝଗଡ଼ା କରୁଥିବାର ଦେଖନ୍ତୁ ନାହିଁ । ଏହା ଦ୍ୱାରା ଆୟୁଷ ହାନି ହୋଇଥାଏ ।
ବାସନ – ତେଲ ଲାଗିଥିବା ବାସନ କି ଅଇଁଠା ବାସନକୁ ମଧ୍ୟ ସକାଳୁ ଉଠି ଦେଖନ୍ତୁ ନାହିଁ । ଏହା ଦ୍ୱାରା ଦିନଟି ମଧ୍ୟରେ କୌଣସି କାମକୁ ସଫଳତା ମିଳି ନ ଥାଏ ।
ମାଙ୍କଡ଼ – ସକାଳୁ ଉଠି ମାଙ୍କଡ଼ ଶବ୍ଦଟିକୁ ବ୍ୟବହାର କରନ୍ତୁ ନାହିଁ । ଏହା ଦ୍ୱାରା କୌଣସି କାମ ସଠିକ ଭାବେ ହୋଇ ନଥାଏ ଓ ଦିନଟି ମଧ୍ୟରେ ଭୋଜନ ମଧ୍ୟ ଠିକ ସମୟରେ ମିଳେ ନାହିଁ ।

kalyan agarbati
Leave A Reply