QNETIC – Mobile

ଆମେରିକାର ରାଷ୍ଟ୍ରପତି ବାଇଡେନ୍‌ କହିଲେ ଭାରତ ହେଉଛି ମୋ ପାଇଁ…

ନୂଆଦିଲ୍ଲୀ – ଭାରତ ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦେଶ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି । ଭାରତରେ ଆମେରିକାର ରାଷ୍ଟ୍ରଦୂତ ଥିବା ଏରିକ୍‌ ଗ୍ରେସେଟିଙ୍କୁ ସେ ଏହି କଥା କହିଛନ୍ତି । ଏହା ପୂର୍ବରୁ ଆମେରିକାର କୌଣସି ରାଷ୍ଟ୍ରପତି ଏପରି କହି ନାହାନ୍ତି ।

ବୈଷୟିକ ଜ୍ଞାନଠାରୁ ଆରମ୍ଭ କରି ବ୍ୟପାର ପର୍ଯ୍ୟନ୍ତ ଭାରତ ଆମେରିକା ମଧ୍ୟରେ ସହଯୋଗ ବୃଦ୍ଧି ପାଇଛି ।ଏବେ ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ଏବଂ ଆମେରିକା ମଧ୍ୟରେ ସହଯୋଗ ବୃଦ୍ଧି ପାଇଛି ।

ଏରିକ୍‌ ଗ୍ରେସେଟି ଭାରତ ଆସି ବୌଦ୍ଧ ଧର୍ମ ବିଷୟରେ ପଢିବା ପାଇଁ ଚାହିଁଥିଲେ । ମାତ୍ର ରାଜନୀତିରେ ଯୋଗ ଦେବାରୁ ଆସିପାର ନଥିଲେ । ବ୍ରହ୍ମାଣ୍ଡର କୌଣସି ଶକ୍ତି ପୁଣି ତାଙ୍କୁ ଭାରତକୁ ଆଣିଥିବା କଥା ସେ କହିଛନ୍ତି । ଭାରତରେ ରାଷ୍ଟ୍ରଦୂତ ଭାବେ ଯୋଗ ଦେଇଥିବାରୁ ସେ ଅତ୍ୟନ୍ତ ଖୁସୀ ବୋଲି କହିଛନ୍ତି । ଏହା ସହ ଭାରତ ପରିଭ୍ରମଣର ବିଭିନ୍ନ ଫଟୋ ସେ ନିଜର ଏକ୍ସ ପୂର୍ବରୁ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

Comments are closed.