www.samajalive.in
Monday, December 15, 2025
24.1 C
Bhubaneswar

‘ତିତଲି’ ଜନିତ କ୍ଷୟକ୍ଷତି ପାଇଁ ଦୁଃଖ ବ୍ୟକ୍ତ କଲେ ୟୁଏନ୍‍ ମୁଖ୍ୟ

ନ୍ୟୁୟର୍କ : ମିଳିତ ଜାତିସଂଘ (ୟୁଏନ୍‍) ମୁଖ୍ୟ ତଥା ମହାସଚିବ ଆଣ୍ଟୋନିଓ ଗୁଟ୍‌ରେସ୍ ଭାରତର ଦୁଇ ରାଜ୍ୟ ଓଡ଼ିଶା ଏବଂ ମଧ୍ୟପ୍ରଦେଶରେ ସାମୁଦ୍ରିକ ଝଡ଼ ‘ତିତଲି’ ଯୋଗୁଁ ଘଟିଥିବା କ୍ଷୟକ୍ଷତି ଓ ଜୀବନ ହାନୀ ପାଇଁ ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ମିଳିତ ଜାତିସଂଘ ବିପର୍ଯ୍ୟୟ ପରର ମୁକାବିଲା ପାଇଁ ଭାରତ ସରକାରଙ୍କ ପ୍ରୟାସରେ ସହଯୋଗର ହାତ ବଢାଇବାକୁ ପ୍ରସ୍ତୁତ ଅଛି। ସାମୁଦ୍ରିକ ଝଡ଼ ‘ତିତଲି’ ଯୋଗୁଁ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ବର୍ଷା ଓ ଭୂସ୍ଖଳନ ଜନିତ ମୃତ୍ୟୁ ଏବଂ ଆହତଙ୍କ ପାଇଁ ମିଳିତ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟ୍‌ରେସ୍ ଦୁଃଖ ବ୍ୟକ୍ତ କରିଛନ୍ତି ବୋଲି ତାଙ୍କ ମୁଖପାତ୍ର କହିଛନ୍ତି। ଏନେଇ ସୋମବାର ବୟାନ ଜାରି କରାଯାଇଛି।
ପ୍ରକାଶଯୋଗ୍ୟ ଯେ ସାମୁଦ୍ରିକ ଝଡ଼ ‘ତିତଲି’ ଅକ୍ଟୋବର ୧୧ରେ ଓଡ଼ିଶା ଉପକୂଳ ସ୍ପର୍ଶ କରିଥିଲା। ଏହି ସାମୁଦ୍ରିକ ଝଡ଼ରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ବଡ଼ ବିପର୍ଯ୍ୟୟ ଘଟିଛି। ଓଡ଼ିଶାରେ ‘ତିତଲି’ ଜନିତ ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ସାମୁଦ୍ରିକ ଝଡ଼ ଯୋଗୁଁ ୩,୬୦,୫୫୩ ଲୋକ ୧,୬୧୪ଟି ରିଲିଫ୍‍ କେନ୍ଦ୍ରରେ ଆଶ୍ରୟ ନେଇଥିଲେ। ଏଥିରେ ଓଡ଼ିଶାର ନିୟୁତାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବିଶେଷ କରି ଓଡ଼ିଶାର ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲା କ୍ଷତିଗ୍ରସ୍ତ ହୋଇଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶରେ ସହସ୍ରାଧିକ ଘର ଭାଙ୍ଗିଯାଇଛି। ବିଭିନ୍ନ ସ୍ଥାନରେ ରାସ୍ତା କ୍ଷତିଗ୍ରସ୍ତ ହୋଇଛି ଓ ଟେଲି ଯୋଗଯୋଗ, ବିଦ୍ୟୁତ୍‍ ସଂଯୋଗ ବ୍ୟାହତ ହୋଇଛି।
ମିଳିତ ଜାତିସଂଘ ମୁଖ୍ୟ ‘ତିତଲି’ ଯୋଗୁଁ ମୃତ ଲୋକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ଓ ଆହତ ଖୁବଶୀଘ୍ର ସୁସ୍ଥ ହେବା ପାଇଁ କାମନା କରିଛନ୍ତି ।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories