www.samajalive.in
Monday, December 15, 2025
27.1 C
Bhubaneswar

ଜେଡିୟୁର ଉପାଧ୍ୟକ୍ଷ ହେଲେ ପ୍ରଶାନ୍ତ କିଶୋର

ପାଟନା : ସଂଯୁକ୍ତ ଜନତା ଦଳ (ଜେଡିୟୁ)ର ଉପାଧ୍ୟକ୍ଷ ଭାବେ ମଙ୍ଗଳବାର ନିର୍ବାଚନ ରଣନୀତି ନିର୍ଦ୍ଧାରକ ପ୍ରଶାନ୍ତ କିଶୋରଙ୍କୁ ନିଯୁକ୍ତି ମିଳିଛି। ଅର୍ଥାତ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାରଙ୍କ ପରେ ପ୍ରଶାନ୍ତ କିଶୋର ଦୁଇ ନମ୍ବର ନେତା ହୋଇଛନ୍ତି।
ପ୍ରକାଶଯୋଗ୍ୟ ଯେ ପ୍ରଶାନ୍ତ କିଶୋର ଆଗରୁ କେତେକ ରାଜନୈତିକ ଦଳ ପାଇଁ ନିର୍ବାଚନ ସମୟରେ ପ୍ରଚାର ରଣନୀତି ନିର୍ଦ୍ଧାରଣ କରିଥିଲେ। ୨୦୧୫ ବିହାର ବିଧାନସଭା ନିର୍ବାଚନ ସମୟରେ ସେ ଜେଡିୟୁ ପାଇଁ ପ୍ରଚାର ରଣନୀତି ପ୍ରସ୍ତୁତ କରିଥିଲେ ଓ ସଂଚାଳନ କରିଥିଲେ। ପରିଣାମ ସ୍ୱରୁପ ନୀତୀଶ କୁମାର ଦ୍ୱିତୀୟ ଥର ବିହାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଜେଡିୟୁ ମୁଖପାତ୍ର କେ.ସି ତ୍ୟାଗୀ ଏହି ନିଷ୍ପତ୍ତିକୁ ଦଳ ପାଇଁ ହିତକାରୀ ଏବଂ ଦୂରଦର୍ଶୀ ବୋଲି କହିଛନ୍ତି। ବିହାର ରାଜନୈତିକ କରିଡ଼ରରେ ପ୍ରଶାନ୍ତ କିଶୋର ‘ପିକେ’ ନାମରେ ଜଣାଶୁଣା। ସେପ୍ଟେମ୍ବର ୧୬ରେ ସେ ଜେଡିୟୁରେ ଯୋଗ ଦେଇଥିଲେ। ଏହାପରେ ଅକ୍ଟୋବର ୧୧ରେ ତାଙ୍କୁ ଜେଡିୟୁ ରାଜ୍ୟ ପରିଷଦର ସଦସ୍ୟ କରାଯାଇଥିଲା। ସେ ୨୦୧୯ ସାଧାରଣ ନିର୍ବାଚନରେ ଜେଡିୟୁ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ। ଏହା ପୂର୍ବରୁ ୨୦୧୪ ଲୋକସଭା ନିର୍ବାଚନରେ ପ୍ରଶାନ୍ତ କିଶୋର ନରେନ୍ଦ୍ର ମୋଦୀଙ୍କ ପାଇଁ ପ୍ରଚାର ରଣନୀତି ପ୍ରସ୍ତୁତ କରିଥିଲେ। ସେହି ସମୟରେ ନୀତୀଶ କୁମାରଙ୍କ ସହ ପ୍ରଶାନ୍ତ କିଶୋରଙ୍କ ଘନିଷ୍ଠତା ବଢିଥିଲା ବୋଲି କୁହାଯାଉଛି ।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories