ପରିବହନ ଆୟୁକ୍ତଙ୍କ ପ୍ରତିଶ୍ରୁତି, ପର୍ଯ୍ୟାୟକ୍ରମେ ସମାଧାନ ହେବ ଟ୍ରକ ମାଲିକଙ୍କ ସମସ୍ୟା

ଭୁବନେଶ୍ବର: ଟ୍ରକ ମାଲିକ ମାନଙ୍କ ବିବିଧ ସମସ୍ୟା ନେଇ ଓଡ଼ିଶା ଟ୍ରକ ମାଲିକ ମହାସଂଘର ଓଡ଼ିଶା ରାଜ୍ୟ ସଭାପତି  ପୁରଞ୍ଜନ ପାଢୀ, ସମ୍ପାଦକ  ପତିତପାବନ ସାହୁ ପ୍ରମୁଖ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ  ଭି କେ ପାଣ୍ଡିଆ ସାକ୍ଷାତ କରିଥିଲେ। ଏହି ଅବସରରେ ମହାସଂଘର ବିଭିନ୍ନ ସମସ୍ୟା ବିଷୟରେ ଶ୍ରୀ ପାଣ୍ଡିଆନଙ୍କୁ ଅବଗତ କରାଇଥିଲେ। ୫ଟି ଅଧ୍ୟକ୍ଷଙ୍କ ହସ୍ତକ୍ଷେପ ପରେ ପରିବହନ ବିଭାଗ ଆୟୁକ୍ତ ଅମିତାଭ ଠାକୁର ଏବଂ ଓଡ଼ିଶା ଟ୍ରକ ମାଲିକ ମହାସଂଘ ମଧ୍ୟରେ ଦୀର୍ଘସମୟ ଧରି ଆଲୋଚନା ହୋଇଥିଲା।

ଟ୍ରକ ମାଲିକମାନେ ରାସ୍ତାରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା, ରେଳରେ ଅତ୍ୟଧିକ ମାଲ ପରିବହନ ହେତୁ ଟ୍ରକ ମାଲିକ ମାନଙ୍କୁ ଅଣଦେଖା, ବ୍ୟାଙ୍କ ମାନଙ୍କ ଭଡ଼ାଟିଆ ଗୁଣ୍ଡାଙ୍କ ଅତ୍ୟାଚାର, ନୂତନ ଗାଡ଼ି ଭଡ଼ା ନିର୍ଦ୍ଧାରଣ ଏବଂ ସରକାରୀ ଧାର୍ଯ୍ୟ ମୂଲ୍ୟ ଅନୁଯାୟୀ ଟ୍ରାନ୍ସପୋର୍ଟ କମ୍ପାନୀ ମାନଙ୍କୁ ମାନିବାକୁ ବାଧ୍ୟ କରାଯିବା ସହ ଚାଲଣରେ ରେଟ୍ ଲେଖିବା, ଆସନ୍ତା ଦିନରେ କେନ୍ଦ୍ର ସରକାରଙ୍କ ଦ୍ୱାରା ବର୍ଡ଼ରରେ ମନଇଚ୍ଛା ମନମୁଖି ଅସୁଲି ଆଦାୟ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା।

ଟ୍ରାନ୍ସପୋର୍ଟ କମିଶନର ଯଥାଶୀଘ୍ର ପର୍ଯ୍ୟାୟକ୍ରମେ ଏହି ସମସ୍ୟା ଗୁଡ଼ିକର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଓଡ଼ିଶା ଟ୍ରକ ମାଲିକ ମହାସଂଘ ପକ୍ଷରୁ  ୫ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଏବଂ ପରିବହନ ଆୟୁକ୍ତ  ଅମିତାଭ ଠାକୁରଙ୍କୁ ଧନ୍ୟବାଦ ଦିଆଗଲା। ଏହି ଅବସରରେ ମହାସଂଘ ର ରାଜ୍ୟ ଉପସଭାପତି  ଫିରୋଜ ଖାନ୍, ରାଜ୍ୟ ସହ-ସମ୍ପାଦକ ଏସ୍.କେ, ତାଂଜିମ ଅହମଦ ଚାଇସ୍ଟି ଓ ମହାସଂଘର ଅନ୍ୟ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।

 

Comments are closed.