ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିପ୍ଳବ

0

ଅଗରତାଲା : ତ୍ରିପୁରାର ଦଶମ ମୁଖ୍ୟମନ୍ତ୍ରୀ ଭାବେ ବିପ୍ଳବ ଦେବ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ତଥାଗତ ରାୟ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଅଗରତାଲାଠାରେ ଆୟୋଜିତ ଏହି ଶପଥପାଠ ସମାରୋହରେ ବିପ୍ଳବଙ୍କ ସହ ଉପମୁଖ୍ୟମନ୍ତ୍ରୀ ଜିଷ୍ଣୁ ଦେବ ଶର୍ମା ଏବଂ କ୍ୟାବିନେଟ ମନ୍ତ୍ରୀ ନରେନ୍ଦ୍ର ଚନ୍ଦ୍ର ଦେବ ବର୍ମା, ରତନ ଲାଲ ନାଥ, ମନୋଜ କାନ୍ତି ଦେବ, ମେୱର କୁମାର ଜମାତିୟା ଶପଥ ଗ୍ରହଣ କରିଛନ୍ତି ।

ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ରାଜନାଥ ସିଂ, ମୂରଲୀ ମନୋହର ଯୋଶୀ, ଏଲ.କେ ଆଡଭାନି, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଆଇଏମ୍‌ ନେତା ମାଣିକ ସରକାରଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଯୋଗଦେଇଥିଲେ ।

ପ୍ରକାଶ ଯେ ବିଧାନସଭା ନିର୍ବାଚନରେ ୨୫ ବର୍ଷର ବାମ ଗଡ଼କୁ ଭାଙ୍ଗି ତ୍ରିପୁରାରେ ବିଜେପି ସଂଖ୍ୟା ଗରିଷ୍ଠତା ଲାଭ କରିଛି। ତ୍ରିପୁରାର ୬୦ ବିଧାନସଭା ଆସନରୁ ବିଜେପି ୩୫ଟିରେ ଓ ତାର ସହଯୋଗୀ ଜନଜାତି ପାର୍ଟି ଆଇପିଏଫଟି ୮ଟି ଆସନରେ ବିଜୟୀ ହୋଇଛନ୍ତି । ବାମ ଦଳ ମାତ୍ର ୧୬ଟି ଆସନ ଜିତିଥିବାବେଳେ କଂଗ୍ରେସ ଖାତା ଖୋଲିାପରିନାହିଁ ।

Leave A Reply