ବିହାର ବୌଦ୍ଧ ମିସ୍‍ନାରୀରୁ ୧୮ ଆଦିବାସୀ ଶିଶୁ ଉଦ୍ଧାର

0

ଅଗରତାଲା : ବିହାରର ବୌଦ୍ଧ ମିସ୍‍ନାରୀରେ ଶିଶୁ ନିର୍ଯାତନା ଅଭିଯୋଗ ହୋଇଛି। ନିର୍ଯାତନାର ଶିକାର ହୋଇଥିବା ଉତ୍ତର ତ୍ରିପୁରା ନିବାସୀ ୧୮ ଜଣ ଆଦିବାସୀ ଶିଶୁଙ୍କୁ ଉଦ୍ଧାର କରାଯାଇ ଅଗରତାଲା ଫେରାଇ ଅଣାଯାଇଛି। ସେମାନଙ୍କ ଶରୀରରେ ନିର୍ଯାତନାର ଚିହ୍ନ ଥିବା ଦେଖିବାକୁ ମିଳିଥିବା ପୁଲିସ କହିଛି। ବିହାର ପୁଲିସର ଜଣେ ଅଧିକାରୀ କହିଛନ୍ତି, ଶିକ୍ଷାଲାଭ ନିମନ୍ତେ ଏହି ଶିଶୁମାନଙ୍କୁ ପରିବାର ଲୋକେ ବୌଦ୍ଧ ମିସ୍‍ନାରୀକୁ ୨ ବର୍ଷ ପୂର୍ବେ ପଠାଇଥିଲେ। ଏହି ଶିଶୁମାନେ ଯେଉଁ ବୌଦ୍ଧ ଶିକ୍ଷାନୁଷ୍ଠାନରେ ପାଠ ପଢୁଥିଲେ ତାହା ଗତ ଦୁଇମାସ ପୂର୍ବେ ବନ୍ଦ ହୋଇଯାଇଥିଲା। ତେବେ ଶିଶୁମାନଙ୍କୁ ଉଦ୍ଧାର କରାଯାଇ ଏକ ସୁରକ୍ଷିତ ସ୍ଥାନରେ କିଛି ଦିନ ରଖାଯିବା ପରେ ନିଜନିଜ ଘରକୁ ପଠାଇ ଦିଆଯାଇଛି। ଆସାମର କିଛି ଶିଶୁଙ୍କୁ ମଧ୍ୟ ବୌଦ୍ଧ ପ୍ରତିଷ୍ଠାନରୁ ଉଦ୍ଧାର କରାଯାଇ ଗୌହାଟୀ ରେଳଷ୍ଟେସନରୁ ଅଧିକାରୀମାନଙ୍କ ଦାୟିତ୍ୱରେ ସେମାନଙ୍କ ନିଜ ରାଜ୍ୟକୁ ପଠାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ସୁଦୀପ ରଏ ଶୁକ୍ରବାର ସନ୍ଧ୍ୟାରେ ଅଗରତାଲା ରେଳଷ୍ଟେସନଠାରେ ପହଞ୍ଚି ଏହି ଶିଶୁମାନଙ୍କୁ ନିଜ ଜିମାରେ ନେଇଥିଲେ। ଆଦିବାସୀ କଲ୍ୟାଣ ବିଭାଗ ପକ୍ଷରୁ ଅଭିଯୋଗର ତଦନ୍ତ ନିମନ୍ତେ ବିହାର ସରକାରଙ୍କୁ ନିବେଦନ କରାଯିବ ବୋଲି ସେ କହିଛନ୍ତି।

Leave A Reply