www.samajalive.in
Sunday, December 7, 2025
23.1 C
Bhubaneswar

ଛଟ୍‍ ପୂଜା ; ଦେଶର ଏହି ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରରେ କରନ୍ତୁ ଦର୍ଶନ

ବିଭିନ୍ନ ସ୍ଥାନରେ ଛଟ୍‍ ପୂଜାକୁ ଖୁବ ଧୂମଧାମରେ ପାଳନ କରାଯାଏ। ଛଟ୍‍ ପୂଜାରେ ମୁଖ୍ୟତଃ ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରି ପ୍ରାର୍ଥନା କରାଯାଏ। ଜାଣନ୍ତୁ ଦେଶର ଏହି ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରରେ ବିଷୟରେ ଯେୁଁଠାରେ ଦର୍ଶନ କଲେ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି।
ଗୁଜୁରାଟ , ସୂର୍ଯ୍ୟ ମନ୍ଦିର –
ଗୁଜୁରାଟର ଅହମଦାବାଦ ଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ସୂର୍ଯ୍ୟ ମନ୍ଦିରକୁ ଏହି ଛଟ୍‍ ପୂଜା ସମୟରେ ଯାଇପାରିବେ। ମନ୍ଦିରର କାରୁକାର୍ଯ୍ୟ ଖୁବ ସୁନ୍ଦର।
ଓଡ଼ିଶା ସୂର୍ଯ୍ୟ ମନ୍ଦିର –
ଓଡ଼ିଶାର କୋଣାର୍କରେ ଥିବା ସୂର୍ଯ୍ୟ ମନ୍ଦିର ଖୁବ ସୁନ୍ଦର। ରଥର ଆକାରରେ ନିର୍ମିତ ଏହି ମନ୍ଦିରରେ ବର୍ଷଯାକ ଭିଡ଼ ପରିଲକ୍ଷିତ ହୋଇଥାଏ।
ସୂର୍ଯ୍ୟ ମନ୍ଦିର , ଔରଙ୍ଗାବାଦ –
ଛଟ୍‍ ପୂଜାକୁ ବେଶ ଜାକଜକମରେ ବିହାରରେ ପାଳନ କରୁଥିବା ଦେଖିବାକୁ ମିଳେ। ଏପରି ମାନ୍ୟତା ରହିଛି ପର୍ବର ଆରମ୍ଭ ଏହି ରାଜ୍ୟ ହିଁ ହୋଇଛି। ବିହାରର ଔରଙ୍ଗାବାଦରେ ସ୍ଥିତ ସୂର୍ଯ୍ୟଙ୍କ ମନ୍ଦିର ଖୁବ ପ୍ରସିଦ୍ଧ। ଛଟ୍‍ ପୂଜା ସମୟରେ ଏହି ମନ୍ଦିରକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ। ଏହି ମନ୍ଦିରର ନିର୍ମାଣ ଭଗବାନ ବିଶ୍ୱକର୍ମା ନିଜେ କରିଥିଲେ ବୋଲି ମାନ୍ୟତା ରହିଛି।
ସୂର୍ଯ୍ୟ ମନ୍ଦିର , ଗୟା –
ବିହାରର ଗୟାକୁ ଧାର୍ମିକ ସହର ବୋଲି କୁହାଯାଏ। ଏଠାରେ ଥିବା ସୂର୍ଯ୍ୟ ମନ୍ଦିରରେ ପୂଜା ଓ ନିଜର ମନୋସ୍କାମନାକୁ ପୂରଣ ପାଇଁ ବହୁ ଶ୍ରଦ୍ଧାଳୁ ଛଟ୍‍ ପୂଜା ସମୟରେ ଏଠାକୁ ଆସିଥାଆନ୍ତି।
ସୂର୍ଯ୍ୟ ମନ୍ଦିର , ଭୋଜପୁର –
ବିହାରର ଭୋଜପୁରରେ ଏକ ଗାଁର ବହୁ ପ୍ରାଚୀନ ସୂର୍ଯ୍ୟ ମନ୍ଦିର ରହିଛି। ଛଟ୍‍ ପୂଜା ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁ ଏଠାକୁ ପୂଜା କରିବା ପାଇଁ ଆସିଥାଆନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories