www.samajalive.in
Monday, December 15, 2025
14.1 C
Bhubaneswar

ଜୁନ୍ ୨୫ରେ ଓଡ଼ିଶା ପର୍ଯ୍ୟଟନ ସମ୍ମିଳନୀ

ଭୁବନେଶ୍ବର: ଓଡ଼ିଶା ହୋଟେଲ ଓ ରେଷ୍ଟୁରାଷ୍ଟ ସଂଘ (ହାରୋ) ପକ୍ଷରୁ ଜୁନ୍ ୨୫ ତାରିଖ ଦିନ ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଛି ୬ଷ୍ଠ ଓଡ଼ିଶା ପର୍ଯ୍ୟଟନ ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଏଥିସହ ଉପ-ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଯୋଗ ଦେଇ ସମ୍ମିଳନୀକୁ ସମ୍ବୋଧନ କରିବେ। ହାରୋ ଆଜୀବନ ଅଧ୍ୟକ୍ଷ ଜେକେ ମହାନ୍ତି କହିଛନ୍ତି, ପର୍ଯ୍ୟଟନ ଓ ଶିଳ୍ପ ଜଗତର ଖ୍ୟାତନାମା ବ୍ୟକ୍ତିବିଶେଷ, ଟୁର୍ ଅପରେଟର୍, ଟ୍ରାଭେଲ ଏଜେଣ୍ଟ, ଶିକ୍ଷାବିତ, ପ୍ରଶାସକ, ସରକାରୀ ଅଧିକାରୀ ପ୍ରମୁଖ ଯୋଗଦେଇ ନିଜ ନିଜ ମତ ରଖିବେ। ସମସ୍ତଙ୍କ ମତ, ପ୍ରସ୍ତାବ ଆଦିକୁ ନେଇ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବା ସହ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଲକ୍ଷ୍ୟ ପୂରଣ ନିମନ୍ତେ ଉପଯୋଗ ହୋଇପାରିବ। ସେହିପରି ଓଡ଼ିଶା ପର୍ଯ୍ୟଟନ ନୀତି ପ୍ରଣୟନ ଦିଗରେ ମଧ୍ୟ ଏହା ସହାୟକ ହେବ ବୋଲି ଶ୍ରୀ ମହାନ୍ତି ମତବ୍ୟକ୍ତ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories