OMC 1 banner

ଆଜି ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ

ମେଷ: ହର୍ଷମୁଖ ହେବେ। ଭାଷା ମାର୍ଜିତ ହେବ। ଧନଶାଳୀ ହୋଇପାରନ୍ତି। ବହୁ ସୁଖର ଅଧିକାରୀ ହେବେ। ବୃଦ୍ଧମାନଙ୍କର ଭାଗ୍ୟରେ ଉପରୋକ୍ତ ଶୁଭଫଳ ଲାଗୁ ହେବା କଷ୍ଟସାଧ୍ୟ ହୋଇପାରେ। ସୁସ୍ଥ ରହିବେ।
ବୃଷ: ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ସୁବର୍ଣ୍ଣାଦିଯୁକ୍ତ ହେବାର ସୂଚନା ମିଳୁଛି। ଶାରୀରିକ ଗଠନ ପ୍ରଣାଳୀ ମନୋହର ହେବ। ରାଜବଂଶ ପୂଜିତ ହେବାର ସୁଯୋଗ ରହିଛି। କର୍ମଠ ହେବେ।
ମିଥୁନ: ରୋଜଗାର ଊଣା ହେବ ନାହିଁ। ଧନବାନ୍‌ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ସ୍ବାଦିଷ୍ଟ ଭୋଜନରେ ଆପ୍ୟାୟିତ ହେବେ। ଆଳସ୍ୟ ପରାୟଣ ହୋଇପାରନ୍ତି। ଲଜ୍ଜାଯୁକ୍ତ କାର୍ଯ୍ୟ କରିପାରନ୍ତି।
କର୍କଟ:  ନିଜ ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ଉତ୍ତମ ନବବସ୍ତ୍ର ସହିତ ରତ୍ନବରଣର ସୌଭାଗ୍ୟ ଉଦୟ ହୋଇଛି। ଯାନବାହନ ସୁଖ ମିଳିପାରେ।
ସିଂହ: ରାଜନୀତି କ୍ଷେତ୍ରରେ ପାରଙ୍ଗମ ହେବେ। ଯାନବାହନ ସୁଖ ମିଳିବ। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ପାଇବେ। ପୁତ୍ରଶ୍ରୀ ଓ ଉତ୍ତମା ରମଣୀଙ୍କୁ ଜୀବନସାଥୀଭାବେ ପାଇପାରନ୍ତି। ଯଶସ୍ବୀ ଓ ସର୍ବତ୍ର ବିଜୟୀ ହେବେ।
କନ୍ୟା:  ସରକାରଙ୍କ ପରାମର୍ଶଦାତା ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସ୍ବୀକୃତିସମ୍ପନ୍ନ ହେବେ। ସକଳ ଶାସ୍ତ୍ରଜ୍ଞାତା ହୋଇପାରନ୍ତି। ବ୍ରତକର୍ତ୍ତା ହେବେ। ଦେବ, ଦ୍ବିଜ ପରାୟଣ ହୋଇପାରନ୍ତି। ସୁଖୀ ହେବେ।
ତୁଳା: ଧନବାନ୍‌ ହେବେ। ପତ୍ନୀଙ୍କ ମାନସିକ ବ୍ରତ ପୂରଣ କରିବାରେ ସହାୟକ ହେବେ। ଉଦ୍ୟୋଗୀ ହେବେ। ଉତ୍ତମ ସନ୍ତାନଯୁକ୍ତ ହେବେ। ପତ୍ନୀ ସୁଶୀଳା ଓ ଗୃହକାର୍ଯ୍ୟ ଦକ୍ଷ ହେବେ। ଆଳସ୍ୟପରାୟଣ ହୋଇପାରନ୍ତି।
ବିଛା: ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ସ୍ତ୍ରୀ ଧନ ହେତୁ ସୁଖୀ ହେବେ। ମନ୍ତ୍ରଣା ଶକ୍ତିସମ୍ପନ୍ନ ହୋଇପାରନ୍ତି। କାବ୍ୟକର୍ତ୍ତା ହେବେ। ସ୍ବାଭିମାନୀ ହୋଇପାରନ୍ତି। ସାରାଦିନ ସତର୍କରେ ଚଳିବେ।
ଧନୁ: ନିଜ ବୁଦ୍ଧିବଳ ଓ ଜ୍ଞାନାଦି ବାକ୍‌ ଚାତୁରୀରେ ଶତ୍ରୁମାନଙ୍କୁ ବଶ କରିବାରେ ସକ୍ଷମ ହେବେ। ରାଜପୂଜିତ ହେବେ। ଯାନବାହନଯୁକ୍ତ, ସମାଧୀଶ, ପରାକ୍ରମଶାଳୀ ଓ ବହୁ ପୋଷକ ହେବାର ସୂଚନା ମିଳୁଛି।
ମକର: ଉତ୍ତମ ବ୍ୟକ୍ତିଙ୍କ ସହିତ ମିତ୍ରତା ସ୍ଥାପନ କରିବେ। ପୁତ୍ର ପ୍ରାପ୍ତିର ସୂଚନା ମିଳୁଛି। ମନ୍ତ୍ର, ଶାସ୍ତ୍ରାଦି ଆୟତ୍ତ କରିବାରେ ପାରଙ୍ଗମ ହେବେ। ଧନ, ଯାନବାହନ ପ୍ରାପ୍ତିର ସୂଚନା ମିଳୁଛି। ଉତ୍ତମ କଥାକାର ହେବେ।
କୁମ୍ଭ:  ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି। ସ୍ବଅର୍ଜିତ ଧନରେ ଧନୀ ହେବେ। ଯାନବାହନାଦିରୁ ସୁଖ ଭୋଗ କରିପାରନ୍ତି। ସରକାରଙ୍କ ଅନୁଗ୍ରହରୁ ବହୁ ଧନସମ୍ପଦ ଲାଭ କରିପାରନ୍ତି। ସୁସ୍ଥ ରହିବେ।
ମୀନ : କୃଷିରୁ ଲାଭ ମିଳିବ। ଗୃହ ପରିବେଶ ଉତ୍ତମ ମାନର ହେବ। କୃପଣ ସ୍ବଭାବର ହୋଇପାରନ୍ତି। ସୌଜନ୍ୟତାକୁ ଭୁଲିଯାଇପାରନ୍ତି। ଉପକାରୀଙ୍କ ନିକଟରେ କୃତଜ୍ଞ ହେବା ପରିବର୍ତ୍ତେ ତାଙ୍କୁ ବିରୋଧ କରିପାରନ୍ତି।

Comments are closed.