www.samajalive.in
Saturday, December 6, 2025
15.1 C
Bhubaneswar

ମୌସୁମୀ ସୁସଂବାଦ

ଭୁବନେଶ୍ଵର: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ଦେଶବାସୀଙ୍କ ପାଇଁ ଏକ ଆଶ୍ବସ୍ତିକର ସମ୍ବାଦ ଆଣିଛି। ପାଣିପାଗ ତଥ୍ୟ ଅନୁସାରେ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ସ୍ବାଭାବିକ ଦିବସର ପାଞ୍ଚଦିନ ଆଗରୁ ଭାରତୀୟ ମୁଖ୍ୟ ଭୂଖଣ୍ଡରେ ପ୍ରବେଶ କରିବ। ଏହା ସହିତ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଏହି ବର୍ଷା ହାର ସ୍ବାଭାବିକଠାରୁ ଅଧିକ ରହିବ। ଭାରତରେ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ମଇ ମଧ୍ୟଭାଗ ସୁଦ୍ଧା ପହଞ୍ଚିଥାଏ। ତେବେ ମୁଖ୍ୟ ଭୂଖଣ୍ଡ ଛୁଇଁଥାଏ ଜୁନ ପହିଲାରେ କେରଳ ଉପକୂଳରେ ପ୍ରବେଶ କରି। ତେଣୁ ଏଥର ପାଞ୍ଚଦିନ ଆଗୁଆ ମୌସୁମୀ ପ୍ରବାହ ଅର୍ଥ ଦେଶର ଖରିଫ ଚାଷ କାମ ଟିକେ ଆଗୁଆ ହେବ। ପାଣିପାଗ ବିଭାଗର ଏହି ଆକଳନରେ ବ୍ୟତିକ୍ରମ ସମ୍ଭାବନା ନଗଣ୍ୟ ଥିବାରୁ ଆଗୁଆ ମୌସୁମୀ ପ୍ରବାହ ପ୍ରାୟ ନିଶ୍ଚିତ।
କେରଳରେ ମୌସୁମୀ ପହଞ୍ଚିବା ପରେ ଜୁଲାଇ ଆଠତାରିଖ ସୁଦ୍ଧା ସମଗ୍ର ଦେଶକୁ ବ୍ୟାପିଥାଏ। ବର୍ଷା ଫଳରେ ଚାଷବାସ ପଇଁ ଅନୁକୂଳ ପରିବେଶ ସୃଷ୍ଟି ସହିତ ଜଳକଷ୍ଟ ଏବଂ ଗ୍ରୀଷ୍ମପ୍ରବାହର ଅବସାନ ଘଟେ। ଆମ ପାଣିପାଗ ବିଭାଗ ଏବେ ଅତ୍ୟାଧୁନିକ ଦେଶୀ ଜ୍ଞାନକୌଶଳ ଉପଯୋଗ କରି ମୌସୁମୀର ଗତିବିଧି ଆକଳନ କରୁଛି। ଏଥିପାଇଁ ବ୍ୟବହୃତ ମ​‌େ​‌ଡଲରେ ଛ’ପ୍ରକାର ଗଣନା ପଦ୍ଧତି ସ୍ଥାନ ପାଇଛି। ତେଣୁ ଏଥିରେ ବ୍ୟତିକ୍ରମ ସମ୍ଭାବନା କମ୍‌। ୨୦୨୦ରୁ ୨୪ ପର୍ଯ୍ୟନ୍ତ ପାଣିପାଗ ବିଭାଗ ମୌସୁମୀ ଆଗମନର ଯେଉଁ ତାରିଖ ଗଣନା କରଥିଲା ତାହା ପ୍ରାୟ ଠିକ୍‌୍‌ ଅଛି। ଏହି ଗଣନାରେ ବି​‌େ​‌ଶଷ ବ୍ୟତିକ୍ରମ ପରିଲକ୍ଷିତ ହୋଇନାହିଁ। ଆହୁରି ମଧ୍ୟ ବିଗତ ଦୁଇ ଦଶନ୍ଧି ଧରି ଏହି ଗଣନା ପ୍ରାୟ ଠିକ୍‌ ରହୁଛି।
ଭାରତରେ ପ୍ରତିବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବାହ କାଳରେ ହାରାହାରି ୮୭ ସେମି ବା ୩୫ ଇଞ୍ଚ ବର୍ଷା ହୋଇଥାଏ। ଏଥର ସ୍ବାଭାବିକ ଠାରୁ ପ୍ରାୟ ୯ ସେଣ୍ଟିମିଟର ଅଧିକ ବର୍ଷିବ। ଭଲ ଖବର ନିଶ୍ଚୟ। ଆମ​‌​ ଓଡ଼ିଶା ସମେତ ଅଧିକାଂଶ ରାଜ୍ୟରେ ଖରିଫ ଚାଷ ମୌସୁମୀ ବର୍ଷା ଉପରେ ଅଧିକ ନିର୍ଭର କରେ। ଧାନ ବ୍ୟତୀତ ତୈଳବୀଜ, ଡାଲିଜାତୀୟ ଫସଲ ଓ ଅନ୍ୟାନ୍ୟ ଅର୍ଥକରୀ ଫସଲଚାଷ ପାଇଁ ଏହି ବର୍ଷା ବିଶେଷ ଗୁରୁତ୍ବପୂର୍ଣ୍ଣ। ଏହାଛଡ଼ା ଦେଶର ଜଳଭଣ୍ଡାରଗୁଡ଼ିକର ସ୍ଥିତି ଭଲ ରହିଲେ ରବିଚାଷ ପାଇଁ ଏହା ବିଶେଷ ଗୁରୁତ୍ବପୂର୍ଣ୍ଣ ​‌‌ହେବ। ଭାରତ ସରକାର ଏଥର ଧାନଚାଷ ଅଞ୍ଚଳ କମାଇ ସେସବୁକୁ ତୈଳବୀଜ ଓ ଅନ୍ୟାନ୍ୟ ଅର୍ଥକରୀ ଫସଲ ପାଇଁ ନିର୍ଦିଷ୍ଟ କରିଛନ୍ତି। ତଦନୁସାରେ ଚାଷୀଙ୍କୁ ବିହନ, ସାର, କୀଟନାଶକ ସହିତ ଅନ୍ୟାନ୍ୟ ସହାୟତା ଓ ମାର୍ଗଦର୍ଶନ ଦେବାକୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦିଆଯାଇଛି।
କୁହାଯାଏ ଯେ ଚାଷ ତରତର ବଣିଜମଠ। ତେଣୁ ଅନୁକୂଳ ପାଣିପାଗକୁ ନଜରରେ ରଖି ଚାଷୀ ଆଗୁଆ ପ୍ରସ୍ତୁତ ହେବା ସ୍ବାଭାବିକ। ଏଥିପାଇଁ ଚାଷୀକୁଳଙ୍କ ନିମନ୍ତେ ସରକାର ସମସ୍ତ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦିଅନ୍ତୁ। ହଁ ମୌସୁମୀ ପ୍ରବାହ କାଳରେ ଏହା ମଝିରେ ଦୁର୍ବଳ ହୋଇ କମ୍‌ ବର୍ଷିଥାଏ। ଏଭଳି ସ୍ଥିତି ପାଇଁ ମଧ୍ୟ ପ୍ରସ୍ତୁତ ରହିବାକୁ ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories