www.samajalive.in
Friday, December 5, 2025
17.1 C
Bhubaneswar

ନୃସିଂହ ଚତୁର୍ଦଶୀରେ ରଥ ଗୁଜ ଅନୁକୂଳ

ପୁରୀ : ନୃସିଂହ ଚତୁର୍ଦଶୀ ତିଥିରେ ରବିବାର ରଥଖଳାରେ ନୃସିଂହ ଗୁଜ ଅନୁକୂଳ କରାଯାଇଛି। ରୂପକାର ସେବକମାନେ ଗୁଜରେ ନୃସିଂହ ମୂର୍ତ୍ତି ଖୋଦେଇ ଆରମ୍ଭ କରିଛନ୍ତି। ତୁମ୍ବରେ ଅର ସଂଯୋଗ ଅନୁକୂଳ ପୂଜା କରାଯାଇଛି। କଣ୍ଟାବାଡ଼ିଆ ତଥା ସିଙ୍ଗଡ଼ା ବାଡ଼ିଆ ନିମନ୍ତେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଯନ୍ତାଗାଡ଼ ପ୍ରସ୍ତୁତ କରାଯାଇଛି। ସାଲଗୁଜ, କୁଡ଼ୁକା ଏବଂ ଜଳଯନ୍ତ୍ର ନିର୍ମାଣ ନିମନ୍ତେ କାଠ ଚଉପଟ କରାଯାଉଛି। ରଥଖଳାକୁ ୨୦ଟି ଲେଖାଏଁ ୧୨ ଫୁଟିଆ ଧଉରା ଏବଂ ଅସନ କାଠ ଯୋଗାଇ ଦିଆଯାଇଛି।
ପରମ୍ପରା ଅନୁଯାୟୀ ମୁଖ୍ୟ ମହାରଣାମାନେ କାଠରେ ମହାପ୍ରଭୁଙ୍କ ମାଳ ମାହାର୍ଦ ରଖି ଶ୍ରୀଫଳ ବାଡ଼େଇ ଅନୁକୂଳ ପୂଜା କରିଥିଲେ। ତିନିରଥର ସାଥୀ ମହାରଣା ସାଲଗୁଜ କାଠ, ଜଳାଜନ୍ତ୍ର ଚଉପଟ କରିବା ସହ ଅରପଟା ମାପ କରି କାଟିବା ସହ ସାଲ କରିଥିଲେ। ଶ୍ରୀମନ୍ଦିରରୁ ଚନ୍ଦନ ଠାକୁର ବିଜେ ହୋଇ ରଥଖଳା ନିକଟରେ ପହଞ୍ଚିଥିଲେ। ଏହି ସମୟରେ ତିନି ରଥର ରୂପକାର ସେବକମାନେ ଚଉପଟ ସାଲଗୁଜରେ ଶ୍ରୀନୃସିଂହ ଦେବଙ୍କ ରୂପ ଅଙ୍କନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏଥିସହ ଦୋଳବେଦୀଠାରେ ମହାପ୍ରଭୁଙ୍କ ପାଟ ଡୋର ବୋଳା ପାଇଁ ଆବଶ୍ୟକ ୩୦ଟି ବାଉଁଶ ନଳ ଏବଂ ୩୦ଟି ବାଉଁଶ କାଠି ନିର୍ମାଣ କରାଯାଇଛି। ଦୋଳବେଦୀ କୋଣ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତିନି ରଥର ଚକାଡେରା ନୀତି ପାଇଁ ପନ୍ଦାରି, ବଳା ଏବଂ ଅର କଣ୍ଟା ନିର୍ମାଣ ଶେଷ କରିଛନ୍ତି। ରଥ ଚକଗୁଡ଼ିକ ପାଇଁ ଆବଶ୍ୟକ ଅନୁଯାୟୀ ଅରକଣ୍ଟା ପ୍ରସ୍ତୁତ କରାଯାଉଛି। ରବିବାର ୭୧ ମହାରଣା, ୨୨ ଭୋଇ, ୨୦ ରୂପକାର, ୧୫ କମାର, ୪ କରତୀ ରଥ ନିର୍ମାଣ କାର୍ଯ୍ୟରେ ଯୋଗ ଦେଇଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories