ଚାଷୀଙ୍କ ପୁଅ  ହେଲେ ୟୁପିରେ ଆଇଏଏସ୍‌ ଟପର୍‌

0

ଲକ୍ଷ୍ମୌ: ଦୃଢ ଇଚ୍ଛା ଶକ୍ତି ଆଗରେ ସବୁକିଛି ହାରମାନେ । ବାଧା ବିଘ୍ନର ସମ୍ମୁଖୀନ ହୋଇ ଯିଏ କଠିନ ପରିଶ୍ରମ କରିଥାଏ  ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାଏ । ଏପରି ଏକ ଉଦାହରଣ ଭାରତୀୟ ପ୍ରଶାସନିକ ସେବା ୨୦୧୭ର ପରୀକ୍ଷା ଫଳ ପ୍ରକାଶିତ  ହେବା ପରେ ଦେଖିବାକୁ ମିଳିଛି ।

ଆହ୍ଲାବାଦର ବିବିଏସ୍‌ ଇଣ୍ଟର  ମହାବିଦ୍ୟାଳୟର ପୂର୍ବତନ ଛାତ୍ର ଅନୁଭବ ସିଂହ ଭାରତୀୟ ପ୍ରଶାସନିକ ସେବା ୨୦୧୭ର ପରୀକ୍ଷାରେ  ଅଷ୍ଟମ ରାଙ୍କ ହାସଲ କରିଛନ୍ତି । ସେ ନିଜର ଦ୍ୱିତୀୟ ଚେଷ୍ଟାରେ ଏହି ସଫଳତା ହାସଲ କରିଛନ୍ତି । ପ୍ରଥମ ପ୍ରୟାସରେ ୮୦ ତମ ରାଙ୍କ ହାସଲ କରିଥିଲେ ।

ଅନୁଭବ ସିଂହଙ୍କ ପିତା ଧନଜଂୟ ସିଂ ଜଣେ ଚାଷୀ । ତାଙ୍କର ଦୁଇ ଜଣ ଭାଇ ଓ ଜଣେ ଭଉଣୀ ରହିଛନ୍ତି । ସେ ଏକ ଛୋଟ ବିଦ୍ୟାଳୟରେ ନିଜର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ । ପିଲା ବେଳୁ ପାଠରେ ଅନୁଭବ ଅତି ଭଲ ଥିଲେ । ପରେ ସେ  ଉଚ୍ଚ ଶିକ୍ଷା ପାଇଁ ସହରକୁ ଆସିଥିଲେ । ଆହ୍ଲାବାଦରେ ନିଜର ମହାବିଦ୍ୟାଳୟ ଶିକ୍ଷା ହାସଲ କରିଥିଲେ । ହେଲେ ତାଙ୍କର ଦୃଢ ଇଚ୍ଛା ଶକ୍ତି ଯୋଗୁଁ  ସେ ଏବେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛନ୍ତି ।

Leave A Reply