ନର୍ମାଲ ଏସିର ଟିକେଟ୍ କରି ଗରିବ ରଥରେ ଯାତ୍ରା, ଭିଡିଓ ଭାଇରାଲ
ନୂଆଦିଲ୍ଲୀ : ଭାରତୀୟ ରେଳ ସହ ଜଡିତ ଏକ ଚକିତ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି । ଏକ ଟ୍ରେନରେ ଯାତ୍ରୀଙ୍କଠୁ ନର୍ମାଲ ଏସି କୋଚର ଭଡା ଆଦାୟ କରାଯାଇଛି କିନ୍ତୁ ଯାତ୍ରା ସମୟରେ ଗରିବ ରଥ ଏକ୍ସପ୍ରେସର ଏସି କୋଚ୍ ଲଗାଯାଇଛି । ଏହି ତ୍ରୁଟି ଯୋଗୁଁ ଯାତ୍ରୀ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ସେୟାର କରିଛନ୍ତି, ଯାହା ଏବେ ଭାଇରାଲ ହେବାରେ ଲାଗିଛି ।
यात्रीगण ध्यान दें!!
ट्रेन 12248 Bandra Yuva express में सुविधा के नाम पर रेलवे का हाल, B8 कोच का टिकट वसूला थर्ड एसी का, बैठा दिया गरीब रथ में…
नोट- 1700 कीमत लेकर 1150 वाली सुविधा। @RailwaySeva @RailMinIndia @AshwiniVaishnaw pic.twitter.com/nrBb783AVY
— Nitin Parashar (@Nitinparashar__) December 21, 2024
ଭିଡିଓରେ ଯାତ୍ରୀ ରେଳ ପ୍ରଶାସନର ଅବହେଳା ନେଇ ଅଭିଯୋଗ ଆଣିବା ସହ ଟିକେଟର ତୁଳନା କୋଚର ସ୍ଥିତି ସହ କରି ତାଙ୍କ ସହ ଠକେଇ ହୋଇଥିବା କହିଛନ୍ତି । ସାମାଜିକ ଗଣମାଧ୍ୟମରେ ଲୋକମାନେ ଏନେଇ ନିଜ ନିଜ ପ୍ରତିକ୍ରିୟା ଦେଉଛନ୍ତି । ତେବେ ବିଭାଗ ତରଫରୁ ଏପର୍ଯ୍ୟନ୍ତ କୌଣସି ବୟାନ ଆସିନି ।
Comments are closed.