www.samajalive.in
Sunday, December 7, 2025
13.1 C
Bhubaneswar

ଆଜି ରାଜସ୍ଥାନ ରୟାଲ୍ସ-ଗୁଜୁରାଟ ଟାଇଟନ୍ସ ଟକ୍କର

ଜୟପୁର : ଆଇପିଏଲ-୧୭ର ବୁଧବାର ୨୪ତମ ମ୍ୟାଚ ଜୟପୁରର ସୱାଇ ମାନସିଂହ ଷ୍ଟାଡ଼ିୟମରେ ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ ଖେଳାଯିବ। ସଞ୍ଜୁ ସାମସନଙ୍କ ନେତୃତ୍ବାଧିନ ରାଜସ୍ଥାନ ରୟାଲ୍ସ ୪ଟି ମ୍ୟାଚରୁ ୪ଟି ବିଜୟ ସହ ୮ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ଓପନିଂରେ ଯଶସ୍ବୀ ଜୟସୱାଲ ଫର୍ମରେ ନଥିଲେ ମଧ୍ୟ ଜୋଶ ବଟ୍‌ଲର ସ୍ଥିତି ସମ୍ଭାଳିବାରେ ସଫଳ ହେଉଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରିୟାନ ପରାଗ୍‌ ମଧ୍ୟ ୪ଟି ମ୍ୟାଚରୁ ୧୮୫ରନ କରିଛନ୍ତି। ସଞ୍ଜୁ ସାମସନ, ଧ୍ରୁବ ଜୁରେଲ ଓ ସିମରନ ହେତମେୟାର ମଧ୍ୟ ରନ କରୁଛନ୍ତି। ହେତମେୟାର ମ୍ୟାଚ୍‌ ଫିନିସର ଦାୟିତ୍ବ ତୁଲାଉଛନ୍ତି। ଜୟସୱାଲଙ୍କ ଫର୍ମକୁ ଦେଇ ଦଳ ଚିନ୍ତିତ ରହିିଛି। ଫର୍ମକୁ ଫେରିବା ନେଇ ତାଙ୍କ ନିକଟରେ ସୁଯୋଗ ମଧ୍ୟ ରହିଛି। ବୋଲିଂ ବିଭାଗରେ ଟ୍ରେଣ୍ଟ ବୋଲ୍ଟ ଦଳର ମୁଖ୍ୟ ଅସ୍ତ୍ର। ଆଭେଶ ଖାନ ମଧ୍ୟ ସ୍ଲଗ ଓଭରରେ ଭଲ ବୋଲିଂ କରୁଛନ୍ତି। ସ୍ପିନର ଭାବେ ରବିଚନ୍ଦ୍ରନ ଅଶ୍ବିନ ଉପଯୋଗୀ ସାବ୍ୟସ୍ତ ହେଉଛନ୍ତି। ଉଭୟ ବ୍ୟାଟିଂ ଓ ବୋଲିଂରେ ରାଜସ୍ଥାନ ଚମତ୍କାର ପ୍ରଦର୍ଶନ କରୁଛି। ଦଳଗତ ପ୍ରଦର୍ଶନ ବଳରେ ବିଜୟ ଧାରାକୁ ବଜାୟ ରଖିବାକୁ ଦଳ ନିଶ୍ଚିତ ଉଦ୍ୟମ କରିବ। ସେହିପରି ଶୁବମାନ ଗିଲ୍‌ଙ୍କ ନେତୃତ୍ବାଧିନ ଗୁଜରାଟ ଟାଇଟନ୍ସ ୫ଟି ମ୍ୟାଚରୁ ୨ଟି ବିଜୟ ଓ ୩ଟି ପରାଜୟ ସହ ୪ପଏଣ୍ଟ ପାଇଛି । ଶେଷ ମ୍ୟାଚରେ ଦଳ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ନିକଟରୁ ୧୬୪ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ୩୩ ରନରେ ପରାଜିତ ହୋଇଥିଲା। ବ୍ୟାଟିଂ ବିଫଳତା ଦଳର ଚିନ୍ତା ବଢାଇଛି। ସାଇ ସୁଦର୍ଶନ ନିୟମିତ ରନ କରୁଥିବାବେଳେ ଅନ୍ୟ ବ୍ୟାଟ୍‌ସମ୍ୟାନ ମାନେ ବିଫଳ ହେଇଛନ୍ତି। ଡେଭିଡ୍‌ ମିଲର ଆହତ ହୋଇ ଦଳଠାରୁ ଦୂରରେ ରହିବା ବ୍ୟାଟିଂ ଲାଇନକୁ ଦୁର୍ବଳ କରିଦେଇଛି। କେନ୍‌ ୱିଲିୟମସନ, ବିଜୟ ଶଙ୍କର, ଦର୍ଶନ ମାଲକାଣ୍ଡେ ପ୍ରମୁଖ ରନ କରିବା ନେଇ ସଂଘର୍ଷ କରୁଛନ୍ତି। ବ୍ୟାଟିଂ ସ୍ଥିତିକୁ ଦଳ ସୁଧାରିବାକୁ ନିଶ୍ଚିତ ଉଦ୍ୟମ କରିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories