www.samajalive.in
Sunday, December 7, 2025
23.1 C
Bhubaneswar

ଦୃଷ୍ଟିଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ଆଖି ହେଉଛି ଅମୂଲ୍ୟ ସମ୍ପଦ। ତେଣୁ ତା’ ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। ଆଜିକାଲି ବହୁତ ଲୋକଙ୍କ ଠାରେ ଦୃଷ୍ଟିଶକ୍ତି କମିବା ସମସ୍ୟା ଦେଖାଦେଉଛି। ଏପରିକି ଛୋଟ ପିଲାମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ତେବେ ଏପରି କିଛି ଘରୋଇ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ବାରା ଆମର ଚକ୍ଷୁ ସମସ୍ୟା ଦୂର ହେବା ସହ ଦୃଷ୍ଟିଶକ୍ତି ବୃଦ୍ଧି ପାଇବ। ଚାଲନ୍ତୁ ଜାଣିବା ସେହି ସବୁ ଉପାୟ ବିଷୟରେ –

ସଜନା ଶାଗ :

- Advertisement -

ବାଡ଼ି ବଗିଚାରେ ମିଳୁଥିବା ସଜନା ଶାଗ ଶରୀର ପାଇଁ ବେଶ୍ ଉପକାରୀ। ଏହା ଆଖିର ଦୃଷ୍ଟିଶକ୍ତି ବଢ଼ାଇବା ପାଇଁ ବେଶ୍ ସହାୟକ ହୋଇଥାଏ। ଶାଗରେ ପ୍ରଚୁର ପରିମାଣରେ ଆଇରନ ଥିବାରୁ ଆଖି ପାଇଁ ଏହା ଖୁବ୍ ଉପକାରୀ।

ଗାଜର :

ଗାଜରରେ ଭିଟାମିନ-ଏ ଥାଏ। ତେଣୁ ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ବା ଏହାକୁ ଜୁସ୍ କରି ପିଇବା ଦ୍ୱାରା ଦୃଷ୍ଟିଶକ୍ତି ବୃଦ୍ଧିପାଏ।

ପେସ୍ତା ବାଦାମ :

ପ୍ରତିଦିନ ରାତିରେ ୬-୭ଟି ପେସ୍ତା ବାଦାମ ପାଣିରେ ଭିଜାଇ ରଖନ୍ତୁ। ଏହାକୁ ସକାଳେ ଚୋପା ଛଡ଼ାଇ ଖାଇଲେ ଆଖି ପାଇଁ ଭଲ।

ଜିରା :

ଜିରା ଓ ମିଶ୍ରିକୁ ସମାନ ମାତ୍ରାରେ ଗୁଣ୍ଡ କରି ପ୍ରତିଦିନ ଏକ ଚାମଚ ଘିଅ ସହ ଖାଇଲେ ଆଖିର ଦୃଷ୍ଟିଶକ୍ତି ବଢ଼ଥାଏ

ସୋରିଷ ତେଲ :

ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ତଳି ପାଦରେ ସୋରିଷ ତେଲ ମାଲିସ କଲେ ଭଲ। ଏହା ମଧ୍ୟ ଆଖିର ଦୃଷ୍ଟି ଶକ୍ତି ବଢ଼ାଇବାରେ ସାହାଯ୍ୟ କରିବ।

ଗୋଲ ମରିଚ :

ଗୋଲ ମରିଚ ଗୁଣ୍ଡ, ଘିଅ ଓ ମିଶ୍ରିକୁ ଏକତ୍ର ମିଶାଇ ପ୍ରତିଦିନ ଖାଇଲେ ଆଖିର ଦୃଷ୍ଟିଶକ୍ତି ବଢ଼ିଥାଏ।

ଗ୍ରୀନ୍ ଟି :

ପ୍ରତିଦିନ ୨ରୁ ୩ କପ ଗ୍ରୀନ୍ ଟି ପିଇଲେ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ ଆଖିକୁ ସୁସ୍ଥ ରଖିଥାଏ।

 

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories