www.samajalive.in
Sunday, December 7, 2025
16.1 C
Bhubaneswar

ଭାଗ୍ୟ ବଦଳାଇଥାଏ ଏହି ସହଜ ବାସ୍ତୁ ଟିପ୍ସ ,ଆପଣେଇଲେ ହେବେ ଲାଭବାନ

ପ୍ରତ୍ୟେକ ବ୍ୟକ୍ତି ସୁଖଶାନ୍ତି ଓ ଧନ ଚାହିଁଥାଆନ୍ତି। ଏହି କାରଣରୁ ସେମାନେ ବହୁ ପରିଶ୍ରମ ମଧ୍ୟ କରିଥାଆନ୍ତି। ମାତ୍ର ବହୁ ସମୟରେ ଏପରି ଦେଖାଯାଏ ଯେ, ପରିଶ୍ରମ କଲେ ମଧ୍ୟ ଆଶାନୁରୂପକ ସଫଳତା ମିଳିପାରି ନଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶାସ୍ତ୍ରରେ କେତେକ ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ ଏ ବିଷୟରେ ….
ସକାଳୁ ପ୍ରତିଦିନ ନିଜ ହାତର ପାପୁଲି ଦେଖନ୍ତୁ –
ପ୍ରତିଦିନ ସକାଳୁ ଉଠିବା ମାତ୍ରେ ନିଜ ହସ୍ତର ପାପୁଲିକୁ ଦେଖି ଏହାକୁ ନିଜ ମୁହଁରେ ଲଗାନ୍ତୁ। ପୌରାଣିକ ମାନ୍ୟତା ଅନୁଯାୟୀ, ପାପୁଲିର ଅଗ୍ର ଭାଗ ମା’ଲକ୍ଷ୍ମୀ, ମଧ୍ୟ ଭାଗରେ ମା’ସରସ୍ୱତୀ, ପାପୁଲିର ଶେଷ ଭାଗ ଭଗବାନ ବିଷ୍ଣୁଙ୍କ ସ୍ଥାନ। ତେଣୁ ସକାଳେ ପ୍ରଥମେ ନିଜ ପାପୁଲି ଦର୍ଶନ କରିବା ଶୁଭ।
ପ୍ରଥମ ରୁଟି ଗାଈଙ୍କୁ ଖୁଆନ୍ତୁ –
ଭୋଜନ ପାଇଁ ପ୍ରସ୍ତୁତ ହୋଇଥିବା ରୁଟିରୁ ପ୍ରଥମ ରୁଟି ଗାଈଙ୍କୁ ଖୁଆନ୍ତୁ। ଗାଈଙ୍କ ଶରୀରରେ ଦେବାଦେବୀ ବାସ କରିଥାଆନ୍ତି ଓ ଗାଈଙ୍କୁ ଖୁଆଇଲେ ଭଗବାନ ଖୁବ ପ୍ରସନ୍ନ ହୋଇଥାଆନ୍ତି। ଏହାସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।
ପିମ୍ପୁଡ଼ିକୁ ଅଟା ଦିଅନ୍ତୁ –
ଚିନି ମିଶିଥିବା ଅଟା ପିମ୍ପୁଡ଼ିକୁ ଖାଇବାକୁ ଦିଅନ୍ତୁ। ଏହା ଏକ ପୁଣ୍ୟ କାମ ଓ ଏପରି କରିବା ଦ୍ୱାରା ଭଗବାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି।
ଦେବତାଙ୍କୁ ଫୁଲ ଅର୍ପଣ କରନ୍ତୁ –
ଗୃହରେ ଥିବା ଭଗବାନଙ୍କୁ ନିୟମିତ ପୂଜାର୍ଚ୍ଚନା କରି ଫୁଲ ଅର୍ପଣ କରନ୍ତୁ। ଭକ୍ତିର ଭାବ ସହ ଫୁଲ ଅର୍ପଣ କଲେ ଜୀବନର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ।
ସକାଳେ ଝାଡ଼ୁ କରନ୍ତୁ –
ଘରକୁ ସଭିଏଁ ସଫାସୁତୁରା କରିଥାଆନ୍ତି। ମାତ୍ର ଏହି କାର୍ଯ୍ୟକୁ ସକାଳ ସମୟରେ କରିବା ନିତ୍ୟାନ୍ତ ଆବଶ୍ୟକ। ପ୍ରତିଦିନ ସକାଳେ ଘରକୁ ଝାଡ଼ୁ କରିବା , ପୋଛିବା ଦ୍ୱାରା ଘରେ ମା’ଲକ୍ଷ୍ମୀଙ୍କ ବାସ ହୋଇଥାଏ।
ମାଛ ମାନଙ୍କୁ ଖାଦ୍ୟ ଦିଅନ୍ତୁ –
ଯଦି ଆପଣଙ୍କ ଘର ନିକଟରେ କୌଣସି ପୋଖରୀ, ନଦୀ ରହିଛି ତେବେ ସେଠାକୁ ଯାଇ କିଛି ଅଟା ଗୁଳା ପକାନ୍ତୁ। ମାଛ ମାନେ ତାହାକୁ ଖାଇଲେ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି।
ମାତା ପିତାଙ୍କ ଆଶୀର୍ବାଦ ନିଅନ୍ତୁ –
ଘରୁ ବାହାରକୁ ଯିବା ସମୟରେ ପ୍ରତିଦିନ ମାତା ପିତା ଓ ଗୁରୁଜନଙ୍କୁ ପାଦଛୁଇଁ ମୁଣ୍ଡିଆ ମାରନ୍ତୁ। ଏପରି କରିବା ଦ୍ୱାରା କାର୍ଯ୍ୟରେ ଥିବା ବାଧା ଦୂର ହୋଇଥାଏ।
ଅଶ୍ୱତ୍ଥ ବୃକ୍ଷ ନିକଟରେ ଜଳ ଅର୍ପଣ କରନ୍ତୁ –
ପ୍ରତିଦିନ ସକାଳେ ସ୍ନାନ କରିବା ପରେ ଅଶ୍ୱତ୍ଥ ବୃକ୍ଷ ନିକଟରେ ଜଳ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଖାଲି ହାତରେ ଘରକୁ ଫେରନ୍ତୁ ନାହିଁ –
ସନ୍ଧ୍ୟାରେ ଘରକୁ ଫେରିବା ସମୟରେ ଖାଲି ହାତରେ ଘରକୁ ଫେରନ୍ତୁ ନାହିଁ। ଏପରି କୌଣସି ଖାଦ୍ୟଦ୍ରବ୍ୟ, ଅନ୍ୟାନ୍ୟ ବସ୍ତୁ ନନେଲେ ମଧ୍ୟ ପତ୍ରଟିଏ ନେଇ ଯାଆନ୍ତୁ।
ଘର ବାହାରକୁ ଯିବା ସମୟରେ କିଛି ଟଙ୍କା ନିଜ ପାଖରୁ ନେଇ ଭଗବାନଙ୍କ ପାଖରେ ରଖନ୍ତୁ। ସନ୍ଧ୍ୟାରେ ଘରକୁ ଫେରିବା ପରେ ସେହି ଟଙ୍କାକୁ ଧୂପ ଦେଖାଇ ଏକ ସଞ୍ଚୟପାତ୍ରରେ ରଖନ୍ତୁ। ଏପରି ଲଗାତର ୪୩ ଦିନ କରିବା ଦ୍ୱାରା ଧନ ସମ୍ବନ୍ଧୀୟ ବାଧାବିଘ୍ନ ଦୂର ହୋଇ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories