ଏହି ଆତଙ୍କବାଦୀ ଭାରତ ପାଇଁ ଥିଲା ମୋଷ୍ଟ ଓ୍ୱାଣ୍ଟେଡ୍ ପିଓକେରେ ଗୁଳି ମାରିଦେଲେ
ଇସଲାମାବାଦ- ଭାରତ ପାଇଁ ମୋଷ୍ଟ ଓ୍ୱାଣ୍ଟେଡ୍ ଥିବା ଲସକର ଇ ତୋଏବାର ଆତଙ୍କବାଦୀ ଆବୁ କାସିମ୍ ଓରଫ ରିୟାଜ ଅହମ୍ମଦ । ୧୯୯୯ ମସିହାରେ ଜାମ୍ମୁରେ ଜନ୍ମିତ ଏହି ଆତଙ୍କବାଦୀ ସୀମା ପାର କରି ପାକିସ୍ତାନରୁ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଉଥିଲା । ସେ କାଶ୍ମୀରର ଯୁବକମାନଙ୍କୁ ଆତଙ୍କବାଦ ପାଇଁ ଉସକାଉଥିଲା । ଏହା ସହ ବିଭିନ୍ନ କାଶ୍ମୀର ଯୁବକଙ୍କୁ ପାକିସ୍ତାନ ନେଇ ଆତଙ୍କବାଦର ପ୍ରଶିକ୍ଷଣ ଦେଉଥିଲା ।
ପୁଞ୍ଛ ଏବଂ ରାଜୋରୀ ଜିଲ୍ଲାରେ ସେ ଆତଙ୍କବାଦର ପ୍ରସାର ପାଇଁ ମୁଖ୍ୟଭୂମିକା ଗ୍ରହଣ କରିଥିଲା । ପାକିସ୍ତାନ ଅଧିକୃତ କାଶ୍ମୀରର ଏକ ମସ୍ଜିଦ୍ ଭିତରେ ଅଜଣା ବନ୍ଧୁକଧାରୀଙ୍କ ଗୁଳିରେ ଏହି ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀ ନିହତ ହୋଇଛି । ଏଥିରେ ଭାରତର ଗୁଇନ୍ଦା ସଂସ୍ଥାଙ୍କର ହାତ ଥିବା କଥା ପାକିସ୍ତାନ ଦାବି କରିଛି । ତେବେ କିଏ ଏବଂ କାହିଁକି ଏହି ଆତଙ୍କବାଦୀକୁ ହତ୍ୟା କଲା ତାହା ସ୍ପଷ୍ଟ ହୋଇପାରିନାହିଁ ।
Comments are closed.