www.samajalive.in
Sunday, December 7, 2025
14.1 C
Bhubaneswar

ବ୍ୟାୟାମ ପରେ ଓ ପୂର୍ବରୁ କ’ଣ କରିବେ କ’ଣ ନୁହେଁ…

ସାଧାରଣତଃ ସୁସ୍ଥ ଜୀବନ ଯାପନ କରିବା ପାଇଁ ପ୍ରତ୍ୟେକ ଦିନ ବ୍ୟାୟାମ କରିବା ଜରୁରୀ ବୋଲି ଆମେ ଜାଣିଛେ। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଦୈନିକ ବ୍ୟାୟାମ କରିବାକୁ ପରାମର୍ଶ ଦିଅନ୍ତି। ତେବେ ବ୍ୟାୟାମ କରିବା ପୂର୍ବରୁ ଓ ପରେ କ’ଣ କରିବାକୁ ହୁଏ ଓ କ’ଣ ନୁହେଁ ସେ ବିଷୟରେ ଖୁବ୍‌ କମ୍‌ ଲୋକ ଅବଗତ। ଆଜି ଆମେ ଜାଣିବା ବ୍ୟାୟାମ କରିବା ପୂର୍ବରୁ ଓ ପରେ କ’ଣ କରିବା ଉଚିତ୍‌ ଓ କ’ଣ କରିବା ଉଚିତ୍ ନୁହେଁ।

-ବ୍ୟାୟାମ ପୂର୍ବରୁ ଆମେ ସୁସ୍ଥ ଥିବା ନିହାତି ଜରୁରୀ। ଯଦି ଅସୁସ୍ଥ ରହିବା ସତ୍ତ୍ୱେ ଆମେ ବ୍ୟାୟାମ କରୁ ତେବେ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିଥାଏ। ତେଣୁ ଏହାପୂର୍ବରୁ ନିଜକୁ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଫିଟ୍‌ ରଖନ୍ତୁ।

- Advertisement -

-ପ୍ରତିଦିନ କେତେବେଳେ ଏବଂ କେତେ ସମୟ ବ୍ୟାୟାମ କରିବେ ସେ ନେଇ ସମୟ ସ୍ଥିର କରନ୍ତୁ।

-ଯଦି ବ୍ୟାୟାମ ସମ୍ପର୍କିତ ଆପଣଙ୍କର ସବିଶେଷ ଜ୍ଞାନ ନାହିଁ ତେବେ ଜଣେ ବ୍ୟାୟାମ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ।

-ବ୍ୟାୟାମ କରିବା ପୂର୍ବରୁ ନିଜର ନିତ୍ୟକର୍ମ ଶେଷ କରନ୍ତୁ। ଏହାପୂର୍ବରୁ ଅଳ୍ପ ପାଣି ପିଇପାରନ୍ତି। ହେଲେ କିଛି ଖାଆନ୍ତୁ ନାହିଁ।

-ଏପରି ବ୍ୟାୟାମ କରନ୍ତୁ ନାହିଁ, ଯାହାର କୁପ୍ରଭାବ ଶରୀର ଉପରେ ପଡ଼ିବ।

-ବ୍ୟାୟାମ କରିବା ସମୟରେ ହାଲିଆ ଲାଗିଲେ, କିଛି ସମୟ ବିଶ୍ରାମ ନିଅନ୍ତୁ।

-ସକାଳୁ ଅତିକମ୍‌ରେ ଅଧଘଣ୍ଟାଏ ଚାଲନ୍ତୁ।

-ବିଶେଷ କଥା ହେଉଛି, ପ୍ରଦୂଷଣମୁକ୍ତ ଅଞ୍ଚଳରେ ହିଁ ବ୍ୟାୟାମ କରନ୍ତୁ।

-ବ୍ୟାୟାମ ଶେଷ କରିବାର କିଛି ସମୟ ପରେ ଆପଣ ଜୁସ୍‌ କିମ୍ବା ପାଣି ପିଇପାରନ୍ତି।

-ଯଦି ପାଗ ଖରାପ ଅଛି ତେବେ ଘରେ ହାଲ୍‌କା ଫୁଲ୍‌କା ବ୍ୟାୟାମ କରନ୍ତୁ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories