www.samajalive.in
Monday, December 8, 2025
14.1 C
Bhubaneswar

ଓଡ଼ିଶା ସରକାରଙ୍କ ତରଫରୁ ଅନୁସୂଚିତ ଜନଜାତିର ଛାତ୍ର ଛାତ୍ରୀ ମାନଙ୍କୁ ମାତୃଭାଷାରେ ଶିକ୍ଷାଦାନ ପାଇଁ ଅଭିନବ ପଦକ୍ଷେପ ଗ୍ରହଣ

 

ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତରଫରୁ ଅନୁସୂଚିତ ଜନଜାତିର ଛାତ୍ର ଛାତ୍ରୀ ମାନଙ୍କୁ ମାତୃଭାଷାରେ ଶିକ୍ଷାଦାନ ପାଇଁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଉଛି । ବିଭାଗ ତରଫରୁ ୨୧ ଟି ଜନଜାତି ଭାଷାରେ ପ୍ରଥମରୁ ତୃତୀୟ ଶ୍ରେଣୀ ଯାଏ ପ୍ରସ୍ତୁତ ଅତିରିକ୍ତ ପଠନ ପୁସ୍ତିକା ପ୍ରସ୍ତୁତ ହୋଇସାରିଛି । ଏହା ପର୍ଯ୍ୟାୟ କ୍ରମେ ଭାଷାୱାରୀ ପ୍ରତେକ ଛାତ୍ର ଛାତ୍ରୀଙ୍କ ପାଖକୁ ପଠାଯିବ । ମାତୃଭାଷାରେ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢେଇବା କୌଶଳ ଆୟତ କରିବା ଉପରେ ସଂସାଧକ ମାନଙ୍କ ଚାରିଦିନିଆ ତାଲିମ କାର୍ଯ୍ୟକମ ର ଉଦଘାଟନ ଅବସରରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ମତୀ ରୂପାରୋଶନ ସାହୁ ନିଜର ମତାମତ ଦେଇଛନ୍ତି।
ଅନୁସୂଚିତ ଅଞ୍ଚଳ ରେ କାର୍ଯ୍ୟରତ ସମସ୍ତ ପ୍ରାଥମିକ ବିଦ୍ୟଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପନ୍ଦର ଦିନର ବହୁଭାଷୀ ଶିକ୍ଷଣ ସଂକ୍ରାନ୍ତି ବିଶେଷ ତାଲିମ ପ୍ରଦାନ କରାଯିବା ସହ ଶିକ୍ଷକ ସାଥ୍‌ ପୁସ୍ତିକା ବିକଶିତ କରିବାକୁ ପରାମର୍ଶ ଦେଇଥିଲେ ।
ଶିକ୍ଷକ ମାନଙ୍କ ସହ ଶିକ୍ଷା ସଂକ୍ରାନ୍ତୀୟ ଆଲୋଚନା ପ୍ରସଙ୍ଗରେ ଜିଲ୍ଲା ସ୍ତରରେ ବହୁଭାଷୀ ଶିକ୍ଷଣ ପ୍ରୟୋଗ ଶାଳା ପ୍ରତିଷ୍ଠା, ମାତୃଭାଷା ଆଧାରିତ ଡିଜିଟାଲ ଶିକ୍ଷଣ ସାମଗ୍ରୀ, ମାତୃଭାଷା ଆଧାରିତ ଅତିରିକୁ ପଠନ ପୁସ୍ତିକା ପ୍ରସ୍ତୁତ ସହ ମାତୃଭାଷାକୁ ଶିକ୍ଷାଦାନର ମାଧ୍ଯମ କରାଇବାରେ ପ୍ରାଥମିକ ଶିକ୍ଷକ ମାନଙ୍କୁ ସ୍ବତନ୍ତ୍ର ଓ ପର୍ଯ୍ୟାପ୍ତ ତାଲିମ ଦେବା ଉପରେ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମି କୁ ପରାମର୍ଶ ଦେଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ଓଡ଼ିଶାର ଅବିଭକ୍ତ କୋରାପୁଟ, ଅବିଭକ୍ତ ଗଞ୍ଜାମ , କନ୍ଧମାଳ ଜିଲାରୁ ୩୦ ଜଣ ସଂସାଧକ ଶିକ୍ଷକ ଯୋଗଦାନ କରିଛନ୍ତି । ଉଦଘାଟନୀ ଉତ୍ସବ ରେ ବିଭାଗୀୟ ନିର୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ବିଭାଗୀର ଯୁଗ୍ମ ନିର୍ଦେଶକ ଶ୍ରୀ ଟୁକୁ ବାରିକ, ଉପ ନିର୍ଦେଶକ ଶ୍ରୀ ମନୋଜ ନାୟକ, ଏସ୍‌ସିଏସ୍‌ଟିଆର୍‌ଟିଆଇIର ସହକାରୀ ନିର୍ଦେଶିକା ସୁଶ୍ରୀ ମଧୁସ୍ମିତାସାହୁ, ଏଟିଏଲ୍‌ସି ର ଗବେଷଣା ସହାୟକ ସୁଶ୍ରୀ ସଂଯୁକ୍ତା ମହାରଣା ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତା ଯୋଗଦାନ କରିଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories