“ମା’ କି ଦୁଧ୍‌ ପିୟା ହେ ତୋ ସାମନେ ଆ,” କହିଥିବା ଆତଙ୍କବାଦୀକୁ ସାମ୍ନାରୁ ଗୁଳି ମାରିଲେ ସେନାର ମେଜର

0

ନୂଆଦିଲ୍ଲୀ: କଶ୍ମୀରରେ ଭାରତୀୟ ସେନା ସହ ପ୍ରାୟ ପ୍ରତ୍ୟେକ ଦିନ ଆତଙ୍କବାଦୀଙ୍କର ସଂଘର୍ଷ ହେଉଛି । ପାକିସ୍ତାନ ପକ୍ଷରୁ ପ୍ରାୟୋଜିତ ଆତଙ୍କବାଦୀଙ୍କୁ ମୂଳପୋଛ କରିବାରେ ଲାଗିଛି ଭାରତୀୟ ସେନା । ତେବେବି ଅନେକ ଆତଙ୍କବାଦୀଙ୍କ ମୁହଁ ଟାଣ କମ୍‌ ଦେଖିବାକୁ ମିଳୁ ନାହିଁ । ଭାରତୀୟ ସେନାର ମେଜର ରୋହିତ ଶୁଳ୍କାଙ୍କୁ ଖୋଲା ଖୋଲି ଆହ୍ୱାନ ଦେବା  ହିଜାବୁଲ୍‌ ମୁଜାହିଦ୍ଦିନର କମାଣ୍ଡାର ସମୀର ଟାଇଗରକୁ ମହଙ୍ଗା ପଡିଛି ।  ହିଜାବୁଲ ମୁଦାହିଦ୍ଦିନ୍‌ର  ଦୁର୍ଦ୍ଦଷ ଆତଙ୍କବାଦୀ ହେଉଛି ସମୀର ଟାଇଗର । ଆଗରୁ ସେ ଭାରତୀୟ ସେନା ଉପରକୁ ପଥର ମାଡ କରୁଥିଲା । ଏହି ଅଭିଯୋଗରେ ସେ ୨୧ ବର୍ଷ ବୟସରେ ଗିରଫ ହୋଇଥିଲା । ଏହାପରେ ବୁରହାନ୍‌ ଓ୍ୱାନି ସହ ସାମିଲ ହୋଇଥିଲା । ପାକିସ୍ତାନରେ ଆତଙ୍କବାଦ ଓ ଅସ୍ତ୍ର ଚାଳନାର ତାଲିମ ନେବାପରେ ସେ କାଶ୍ମୀରରେ ଆତଙ୍କ ଖେଳାଇଥିଲା ।କାଶ୍ମୀରର ବିଭିନ୍ନ ନେତା , ସେନାବାହିନୀ ଓ କାଶ୍ମୀର ପୁଲିସ ଉପରେ ବାରମ୍ବାର ଆକ୍ରମଣ କରୁଥିଲା ।  ବିଭିନ୍ନ ସମୟରେ ସୋସିଆଲ୍‌ ମଡିଆରେ ବନ୍ଧୁକ ସହ ଫଟୋ ଛାଡିବା ଓ ଉତ୍ତେଜକ ଭାଷଣକୁ ସେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିବାରେ ସେ ଧୁରନ୍ଧର ଥିଲା  । ଆତଙ୍କବାଦୀ ସଂଗଠନରେ  କାଶ୍ମୀର ଯୁବକମାନଙ୍କୁ ସାମିଲ ହେବା ପାଇଁ ସେ ପ୍ରବର୍ତ୍ତଉଥିଲା । ତାଙ୍କୁ ଏ++ ସ୍ତରର ଅତି ଦୁର୍ଦ୍ଦଷ ଆତଙ୍କବାଦୀ ବୋଲି  ସେନା ବାହିନୀ ପକ୍ଷରୁ କୁହାଯାଉଥିଲା ।

ଚାରି ଦିନ ତଳେ ସେ ଭାରତୀୟ ସେନାକୁ ଖୋଲା ଖୋଲି ଭାବେ ମୁହାଁ ମୁହିଁ ଯୁଦ୍ଧ ପାଇଁ ଆହ୍ୱାନ ଦେଇଥିଲା । ‘ମା’ କି ଦୁଧ୍‌ ପିୟା ତୋ ସାମନେ ଆ’ ବୋଲି ଏକ ଭିଡିଓକୁ ଆତଙ୍କବାଦୀ ସମୀର ଟାଇଗର ଭାଇରାଲ କରିଥିଲା । ଏହି ଭିଡିଓରେ ସମୀର ଟାଇଗରର ଗାଁ ଡ୍ରାବଗାଁଓର ସୁରକ୍ଷା ଦାୟିତ୍ୱରେ ଥିବା  ମେଜର ରୋହିତ ଶୁକ୍ଳାଙ୍କୁ ସେ ଖୋଲା ଖୋଲି ମୁହାଁ ମୁହିଁ ଯୁଦ୍ଧର ଆହ୍ୱାନ ଦେଇଥିଲା । “ଶୁକ୍ଳାକୁ କୁହ ସିଂହ ଶିକାର ଛାଡି ଦେଲା ବୋଲି କୁକୁର ଭାବିବ ଜଙ୍ଗଲ ତାହାର ” ବୋଲି ଉକ୍ତି ଦେଇଥିଲା ଆତଙ୍କବାଦୀ ସମୀର ଟାଇଗର । ଏହାର ୨୪ ଘଣ୍ଟା ମଧ୍ୟରେ ମେଜର ରୋହିତ ଶୁକ୍ଳା ସାମ୍ନାରୁ ସମୀର ଟାଇଗରକୁ ଗୁଳି ମାରିଛନ୍ତି  । ଆତଙ୍କବାଦୀ ସମୀର ଟାଇଗର ଏଥିରେ ନିହତ ହୋଇଛି  । ଏଥିରେ ଅନ୍ୟ ଜଣେ ଆତଙ୍କାବାଦୀ ଆକ୍ୟୁବ ମୁସ୍ତାକ ନିହତ ହୋଇଛି। ମାତ୍ର ଆତଙ୍କବାଦୀର ପାଲଟା ଗୁଳି ମାଡରେ ମେଜର ରୋହିତ ଶୁକ୍ଳା ଓ ଆଉ ଜଣେ ଯବାନ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସେନାର ୯୨ ବେସ୍‌ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେବି ମେଜର ରୋହିତ ଶୁକ୍ଳାଙ୍କ ବୀରତ୍ୱ ପାଇଁ ଏବେ ସାରା ଦେଶ ଗର୍ବିତ ।

 

Leave A Reply