କଳାଞ୍ଜଳୀ ଲୋକ ମହୋତ୍ସବ : ମନ ମୋହିଲା ଓଡିଶାର ସହ ରାଜସ୍ତାନୀ ଓ ପଶ୍ଚିମବଙ୍ଗର ଲୋକନୃତ୍ୟ

ଲୋକକଳାର ସୁରକ୍ଷା ଓ ପ୍ରଚାର ପ୍ରସାର ଆମର ମୂଳ ଲକ୍ଷ୍ୟ: ରାମେଶ୍ବରୀ ନନ୍ଦ

ଭୁବନେଶ୍ୱର :କଳାଞ୍ଜଳୀ ଆଟିଷ୍ଟ୍ରି ଟ୍ରଷ୍ଟ ଆନୁକୁଲ୍ୟରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ମିଳିତ ସହଯୋଗରେ ଦୁଇ ଦିନିଆ ଲୋକ ମହୋତ୍ସବ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ସମୃଦ୍ଧ କଳାରେ ପରିପୂର୍ଣ୍ଣ ଉତ୍କଳ। ଲୋକକଳାର ବିକାଶ ତଥା ପ୍ରଚାର ଓ ପ୍ରସାର ନିମନ୍ତେ କଳାଞ୍ଜଳୀ ଟ୍ରଷ୍ଟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ବିଶିଷ୍ଠ ଓଡିଶୀ ନୃତ୍ୟଶିଳ୍ପୀ ଗଜେନ୍ଦ୍ର ପଣ୍ଡା ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ ।

ମୁଖ୍ୟ ଅତିଥି ଭାବେ ଓଲିଉଡ୍ ହାସ୍ୟ ଅଭିନେତା ହରିହର ମହାପାତ୍ର, ସମ୍ମାନିତ ଅତିଥି ଭାବେ ପରିଚୟ ଫାଉଣ୍ଡେସନର ମୁଖ୍ୟ ରୋଜାଲିନ୍ ପାଟ୍ଟଶାଣୀ, ଡିଆଇଡ୍ ୩ର ବିଜେତା ରାଜଲକ୍ଷ୍ମୀ କର, କଳିଙ୍ଗ ଟିଭିର ଦକ୍ଷିଣ ଓଡିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକ, ସମାଜସେବୀ ଦୀପକ ମହାନ୍ତି, ମନ୍ତ୍ରା ଏଣ୍ଟରପ୍ରାଇଜେସର ମୁଖ୍ୟ ଶିବ ଶଂଙ୍କର ସାହୁ, ଅଷ୍ଟିନ୍ ପ୍ଲାଏର ଜୋନାଲ୍ ମ୍ୟାନେଜର ବିଜୟ ପ୍ରଶାଦ ମିଶ୍ର ଯୋଗଦେଇଥିଲେ।ଦୁଇଦିନ ବ୍ୟାପୀ ହୋଇଥିବା ଏହି ମହୋତ୍ସବର ଦ୍ବିତୀୟ ସଂଧ୍ୟାରେ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶନୀ, ଓଲିଉଡ୍ ଅଭିନେତା ଅଶ୍ରୁମୋଚନ ମହାନ୍ତି, ଓଲିଉଡ୍ ଅଭିନେତା ଅର୍ଧେନ୍ଦୁ ସୁନ୍ଦର ସାହୁ ଯୋଗ ଦେଇଥିଲେ।

prayash

ଏହି ଅବସରରେ କାର୍ଯ୍ୟକ୍ରମରେ ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ, ପାଇକ ଆଖଡା, ଘଣ୍ଟ କଳସ, ବାଘ ନାଚ, କଥାପଦ, ଅଘୋରି ନୃତ୍ୟ, ନଟରାଜ, ଶିବ ତାଣ୍ଡବ, ସମ୍ବଲପୁରୀ ନୃତ୍ୟ, ବିହୁ, ମଲ୍ଖମ୍ ଦେଖିବାକୁ ମିଳିଥିବା ବେଳେ ରାଜସ୍ଥାନୀ ନୃତ୍ୟ, ପଶ୍ଚିମବଙ୍ଗର ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା।ଏହି କାର୍ଯ୍ୟକ୍ରମକୁ କଳାଞ୍ଜଳୀ ଟ୍ରଷ୍ଟର ପ୍ରତିଷ୍ଠାତା ରାମେଶ୍ୱରୀ ନନ୍ଦ ପରିଚାଳନା କରିବା ସହ ଆଗାମୀ ଦିନରେ କ୍ରମଶଃ ଲୋପ ପାଉଥିବା ଲୋକକଳାର ବିକାଶ ନିମନ୍ତେ ଟ୍ରଷ୍ଟ ପକ୍ଷରୁ ପ୍ରୟାସ ଜାରି ରହିବା ସହ ଆମର ଲୋକକଳା କିପରି ସୂଦୂର ପ୍ରସାରୀ ହୋଇପାରିବ ସେ ନେଇ ପ୍ରୟାସ ଜାରି ରହିବ ବୋଲି ମତ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ଉପ ସଭାପତି ତାରିଣୀ ଚନ୍ଦ୍ର ପଣ୍ଡା, ଯୁଗ୍ମ ସଂମ୍ପାଦକ ସ୍ବପ୍ନା ଶୁଭଦର୍ଶନୀ, କୋଷାଧ୍ୟକ୍ଷ ଅର୍ଦ୍ଦେନ୍ଦୁ ଶେଖର ପାଣିଗ୍ରାହୀଙ୍କ ସହ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

Comments are closed.