www.samajalive.in
Sunday, December 14, 2025
26.1 C
Bhubaneswar

ହଳଦିଆପଦର ବସଷ୍ଟାଣ୍ଡ ଓଭର ବ୍ରିଜ ତଳେ ସଂଘବଦ୍ଧ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ, ଖଣ୍ଡା ଜବତ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ବସଷ୍ଟାଣ୍ଡ ଓଭର ବ୍ରିଜ ତଳେ ସଂଘବଦ୍ଧ ଭାବେ ଦୁଇଜଣଙ୍କୁ ଆକ୍ରମଣ ମାମଲାରେ ପୁଲିସ ଆଜି ୪ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାସହ ସେମାନଙ୍କ ଠାରୁ ଆକ୍ରମଣରେ ବ୍ୟବହୃତ ୨ଟି ଖଣ୍ଡା ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ହଳଦିଆପଦର ହରିଜନ ସାହିର ସୁବାଷ ଦାସ୍(୨୪) ଓ କିରନ ବେହେରା (୨୧), କନିଷି ଭଗବତୀ ନଗରର ଆଶିଷ ଦଳାଇ (୨୨) ଓ ବଡ କୁସମୀର କୁରେଶ ଦାସ(୨୩ ) ବୋଲି ପୁଲିସ ସୂଚନା ଦେଇଛି।

ଅଭିଯୋଗ ଅନୁଯାୟୀ ଗତ ୨୭ ତାରିଖ ରାତି ଆକ୍ରମଣକାରୀ ଯୁବକ ଓ ଆହତ ଯୁବକଙ୍କ ମଧ୍ୟରେ କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲା। ଏହାକୁ ନେଇ ଗିରଫ ଅଭିଯୁକ୍ତ ମାନେ ରାତି ୯ ଟା ବେଳେ ଡି.ଦୁର୍ଯୋଧନ ଓ ତାଙ୍କ ସାଙ୍ଗ ଓଭର ବ୍ରିଜ ତଳେ କଥା ହେଉଥିବାବେଳେ ସେମାନଙ୍କୁ ଗାଳିଗୁଲଜ କରିବା ସହ ଖଣ୍ଡା ଓ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏଥିରେ ଦୁର୍ଯୋଧନ ଆହାତ ହୋଇଥିଲେ। ଘଟଣା ନେଇ ୨୮ ତାରିଖରେ ଦୁର୍ଯୋଧନ ଗୋଳନ୍ଥରା ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୁଲିସ ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତକୁ ଗିରଫ କୋର୍ଟ ଚାଲାଣ କରାଯାଇଥିଲା ଆଇଆଇସି ବିବେକାନନ୍ଦ ସ୍ବାଇଁ କହିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories